ରାଜଧାନୀରେ ହୋଲି ସେଲିବ୍ରେସନ, ପଣା ପିଇ ନାଚଗୀତରେ ମସଗୁଲ ସମସ୍ତେ - Holi 2024

By ETV Bharat Odisha Team

Published : Mar 26, 2024, 11:32 AM IST

thumbnail

Holi 2024: ଭୁବନେଶ୍ବର: ଆଜି ହେଉଛି ରଙ୍ଗର ପର୍ବ ହୋଲି ।   ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଏହି ହୋଲିର ପର୍ବକୁ ବେଶ ଧୁମଧାମରେ ପାଳନ କରିଛନ୍ତି ରାଜଧାନୀବସୀ । ରାଜଧାନୀର ମୁଖାର୍ଜୀ ପାର୍କରେ ହୋଲି ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।  ମିଠା ଖାଇ ପଣା ପିଇ ବେଶ ଆନନ୍ଦର ସହ ଏହି ଭାଇଚାରାର ପର୍ବକୁ ପାଳନ କରିଛନ୍ତି ରାଜଧାନୀବାସୀ । ଲୋକମାନେ ପାର୍କକୁ ପ୍ରତିଦିନ ଫିଟ୍ ରହିବ ପାଇଁ ଆସୁଥିବା ବେଳେ ଆଜି ହୋଲିର ରଙ୍ଗରେ ରଙ୍ଗେଇ ହୋଇ ବେଶ ଖୁସି ହୋଇଛନ୍ତି ସମସ୍ତେ ।

 ଏହା ମଧ୍ୟ ପଢନ୍ତୁ- ଆଜି ରଙ୍ଗର ପର୍ବ ହୋଲି; ରଙ୍ଗ ଖେଳରେ ମସଗୁଲ ପୁରଠୁ ପଲ୍ଲୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.