ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : LIVE

By ETV Bharat Odisha Team

Published : Feb 5, 2024, 5:12 PM IST

Updated : Feb 5, 2024, 6:53 PM IST

thumbnail

ନୂଆଦିଲ୍ଲୀ: ଜାନୁୟାରୀ 31 ତାରିଖରୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ଶେଷ ଅଧିବେଶନ। ଅଧିବେଶନ ଆସନ୍ତା 13 ତାରିଖ ଯାଏଁ ଚାଲିବ, ସେହିଦିନ ଫଟୋ ସେସନ ଅନୁଷ୍ଠିତ ହେବ । ଅଧିବେଶନର ପ୍ରଥମ ଦିନରେ ସଂସଦର ଯୁଗ୍ମ ସଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ସଫଳତାର ଗାଥା ବଖାଣିଥିଲେ ।  ଫେବୃଯାରୀ 1 ତାରିଖ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2024-25 ପାଇଁ କାମଚଳ ବଜେଟ ଆଗତ କରିଥିଲେ ।  ଏହା ପରେ ଦୁଇ ଦିନ ଧରି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସପ୍ତଦଶ ଲୋକସଭାର ଏହା ଶେଷ ଅଧିବେଶନ ହୋଇଥିବା ବେଳେ ଆସନ୍ତା 13  ତାରିଖରେ ଏକ ସ୍ବତନ୍ତ୍ର ଫଟୋ ସେସନ ମଧ୍ୟ ରହିଛି । ପୁରା କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସହିତ ସମସ୍ତ ସାଂସଦଙ୍କ ଫଟୋ ଉତ୍ତୋଳନ ହେବ । ଏହା ପରେ ସରକାର  ସାଧାରଣ ନିର୍ବାଚନକୁ ଯିବେ । ବର୍ତ୍ତମାନ ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଖନ୍ତୁ ଲୋକସଭାରୁ ସିଧା ପ୍ରସାରଣ । 

Last Updated : Feb 5, 2024, 6:53 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.