ପଦ୍ମ ବିଜେତାଙ୍କୁ ମାସିକ ୨୫ ହଜାର; ସ୍ୱାଗତଯୋଗ୍ୟ କହିଲେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

By ETV Bharat Odisha Team

Published : Mar 13, 2024, 5:46 PM IST

thumbnail

ଢେଙ୍କାନାଳ: ପଦ୍ମ ସମ୍ମାନରେ ସମ୍ମାନିତ ଓଡ଼ିଶାର କୃତି ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ରାଶି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିବା ବେଳେ ପଦ୍ମଶ୍ରୀ ବିଜେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହାକୁ ସମସ୍ତେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ସେହିପରି ଢେଙ୍କାନାଳର ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏପରି ପଦକ୍ଷେପ ନେଇଥିବା ବେଳେ ଏହା ନିଶ୍ଚିତ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ସେ କହିଛନ୍ତି, ''ମୁଁ ୩ଟି ମହାନ ସମ୍ମାନ ପାଇଛି, ରାଷ୍ଟ୍ରପତି ଭାଷା ସମ୍ମାନ, ଅନ୍ତର୍ଜାତୀୟ ଭାଷା ସମ୍ମାନ ଏବଂ ପଦ୍ମଶ୍ରୀ ସମ୍ମାନ ପାଇଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଆଜି ମୋତେ ସେ ସବୁ ସମ୍ମାନ ଠାରୁ ଏହା ମୂଲ୍ୟବାନ ବୋଲି ମନେ କରୁଛି ।''

ପଦ୍ମ ପୁରସ୍କାର ହଉଛି ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ । ପଦ୍ମ ପୁରସ୍କାରପ୍ରାପ୍ତ କୃତି ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଢେଙ୍କାନାଳର ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର । ସେ କହିବା କଥା ବିଳମ୍ବରେ ହେଲେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପ ଆମ୍ଭ ମାନଙ୍କୁ ବେଶ ଉତ୍ସାହିତ କରୁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁ ବାଦ ଦେଇଛନ୍ତି ।
 

ଏହା ମଧ୍ୟ ପଢନ୍ତୁ: ପଦ୍ମ ବିଜେତାଙ୍କୁ ମାସିକ 25 ହଜାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.