ପ୍ରତୀକ୍ଷାର ଘଟିଲା ଅନ୍ତ, ମୁହାଁମୁହିଁ ହେବେ ପ୍ରଶାନ୍ତ-ରାଜେନ୍ଦ୍ର - khordha assembly constituency

By ETV Bharat Odisha Team

Published : Apr 27, 2024, 11:05 PM IST

thumbnail

KHORDHA ASSEMBLY CONSTITUENCY: ଖୋର୍ଦ୍ଧା: ସବୁ ପ୍ରତିକ୍ଷାର ଘଟିଲା ଅନ୍ତ । ବିଜେପି ଓ ବିଜେଡି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ନିଜ ନିଜର ଯୋଦ୍ଧାଙ୍କ ନାମ ଘୋଷଣା କରିଛନ୍ତି । ଦୀର୍ଘ ଦିନର ଅପେକ୍ଷା ପରେ କର୍ମୀମାନଙ୍କ ମୁହଁରେ ଫୁଟିଛି ହସ । ଆଜି ପ୍ରଥମେ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ତାହାର କିଛି ସମୟ ପରେ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମେ ଭାରତୀୟ ଜନତା ପାର୍ଟିରୁ ଚିଲିକା ବିଧାୟକ ତଥା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ପ୍ରଶାନ୍ତ ଜଗଦ୍ଦେବ ନାମ ଘୋଷଣା କରିଥିବା ପରେ ବିଜେଡି ତାହାର ଯୋଦ୍ଧା ରାଜେନ୍ଦ୍ର ସାହୁଙ୍କ ନାମ ଘୋଷଣା କରିଛି । ଏହାପରେ ଖୋର୍ଦ୍ଧାରେ ଏକ ପ୍ରକାର ରାଜନୈତିକ ମାହୋଲ ସୃଷ୍ଟି ହୋଇଛି । 

ସେହିପରି ବେଗୁନିଆ ଆସନ ପାଇଁ ବିଜେପି ତାହାର ଯୋଦ୍ଧା ଘୋଷଣା କରିନଥିବା ବେଳେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପୃଥ୍ଵୀବଲ୍ଲବ ପଟ୍ଟନାୟକଙ୍କୁ ଓହ୍ଲାଇଛି । ସେପଟେ ଆଜି ବିଜେଡି ପ୍ରଦୀପ ସାହୁଙ୍କ ନାମ ଘୋଷଣା କରିଛି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁଙ୍କୁ ବିଜେଡି ଦଳରେ ମିଶାଇଥିବା ବେଳେ ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦୀପଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଯାହାକୁ ନେଇ ସ୍ଥାନୀୟ ଅଚଳଞ୍ଚରେ ଖୁସିର ମାହାଲ ସୃଷ୍ଟି ହୋଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.