ବୌଦ୍ଧରେ ଶ୍ରମିକ ସଂଗଠନ ଓ ଆଶାକର୍ମୀଙ୍କ ବିକ୍ଷୋଭ, ପଡ଼ିଲାନି ଭାରତ ବନ୍ଦ ପ୍ରଭାବ

By ETV Bharat Odisha Team

Published : Feb 16, 2024, 9:38 PM IST

thumbnail

No Impact Of Bharat Bandh:ବୌଦ୍ଧ: ଜିଲ୍ଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ ଭାବରେ ଟ୍ରେଡ ୟୁନିୟନର ସହଭାଗିତାରେ ଶତାଧିକ ଶ୍ରମଜୀବୀ ଓ ଆଶାକର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗମନାଗମନ ଠାରୁ ନେଇ ସରକାରୀ ଅଫିସ କାର୍ଯ୍ୟ ସାମାନ୍ୟ ରହିଥିବାବେଳେ କେବଳ ଟ୍ରେଡ ୟୁନିୟନର ସହଭାଗିତାରେ ଏହି ବନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦେଖିବାକୁ ମିଳିଥିଲା ।

ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦର ଡାକରା ଯୋଗୁଁ ଆଜି ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । କିନ୍ତୁ ବୌଦ୍ଧ ଜିଲ୍ଲାରେ ବିଶେଷ ପ୍ରଭାବ ପଡ଼ିନଥିଲା । ଗତକାଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଚାଷୀଙ୍କ ଭାରତ ବନ୍ଦକୁ ସମର୍ଥନ ଦେଇ ମାଇକ ଯୋଗେ ପ୍ରଚାର କରାଯାଇଥିଲା । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , ବଜାର, ସ୍କୁଲ,କଲେଜ ଇତ୍ୟାଦି ସାମାନ୍ୟ ରହିଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.