ଅକ୍ଷୟ ତୃତୀୟା ପାଳିଲେ ଜୁଏଲ, ପୂଜା କରି ଅକ୍ଷିମୁଠି କଲେ ଅନୁକୂଳ - Akshaya Tritiya

By ETV Bharat Odisha Team

Published : May 10, 2024, 8:46 PM IST

thumbnail
AKSHAYA TRITIYA (ETV Bharat Odisha)

AKSHAYA TRITIYA: ରାଉରକେଲା: ଆଜି ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟା ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଚାଷ ଅନୁକୂଳ କରିଛନ୍ତି । ଆଜି ପ୍ରଥମେ ଜମିରେ ପୂଜା ଅର୍ଚ୍ଚନା କରି ଅକ୍ଷିମୁଠିକୁ ଅନୁକୂଳ କରିଥିଲେ ଜୁଏଲ । ନୂଆଗାଁ ବ୍ଲକ ଝାରବେଡା ଠାରେ ଜୁଏଲ ଚାଷ କରୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି "ଆଜି ହେଉଛି ପବିତ୍ର ଦିନ । ଆଜି ଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ରଥ କାର୍ଯ୍ୟ ଆରମ୍ଭ ହୁଏ । ବର୍ତ୍ତମାନ ରାଜନୀତି କରୁଥିବାରୁ ଏହି ଚାଷରୁ ଦୂରେଇ ହୋଇ ରହିଛି, କିନ୍ତୁ ଚାଷ କରିବାକୁ ମୋତେ ଭଲ ଲାଗେ । ମୁଁ ପ୍ରତି ବର୍ଷ 25 ଏକର ଜମିରେ ଧାନ ଚାଷ କରେ ଏବଂ 5ରୁ 7 ଏକର ଜମିରେ ପନିପରିବା ଚାଷ କରିଥାଏ ।" ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା ପଡ଼ିଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.