ଜୁନାଗଡ଼ରେ ବିଜେଡିର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଭରିଲେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର - Junagarh Assembly constituency

By ETV Bharat Odisha Team

Published : Apr 24, 2024, 4:33 PM IST

thumbnail
()

Dibya Shankar Mishra File Nomination ଭବାନୀପାଟଣା: 2024 ସାଧାରଣ ନିର୍ବାଚନ ମତଦାନକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନାମାଙ୍କନ ପତ୍ର ଦାଖଲ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି (ବୁଧବାର) ନାମାଙ୍କନ ଭରିଛନ୍ତି ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ର । ତେବେ ନାମାଙ୍କନ ଦାଖଲ ପୂର୍ବରୁ ଜୁନାଗଡ଼ରେ ଶକ୍ତି ପ୍ରଦର୍ଶନ କରିଛି ବିଜୁ ଜନତା ଦଳ । 

ଆଜି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡି ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଦିବ୍ୟ ଶଙ୍କର ପ୍ରଥମେ ନିୟମିତ ବଜାର ପଡିଆ ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଲଙ୍କେଶ୍ଵରୀ ମନ୍ଦିର ପାଖରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରି ଖେଳ ପଡିଆ ଠାରେ ଆୟୋଜିତ ଶଙ୍ଖନାଦ ସମାବେଶ ଯୋଗ ଦେଇଥିଲେ । ଏହି ସମାବେଶରେ ଲୋକସଭା ପ୍ରାର୍ଥୀ ଲମ୍ୱୋଦର ନିଆଲ ଓ ଭବାନୀପାଟଣା ପୌର ପାଲିକା ଅଧକ୍ଷ ସଂଯୁକ୍ତା ବେହେରା ଯୋଗ ଦେଇଥିଲେ । ପରେ ଦିବ୍ୟ ଶଙ୍କର ନିଜ ସମର୍ଥକଙ୍କ ସହ ଆସି କଳାହାଣ୍ଡି ଉପ ଜିଲ୍ଲାପାଳ ତଥା ନିର୍ବଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ । ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, "ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ହୋଇଛି ଓ ଆଗକୁ ଆହୁରି ବିକାଶ ହେବ । ତେଣୁ ଏଥର ଲୋକେ ବିଜୁ ଜନତା ଦଳଙ୍କୁ ହିଁ ଭୋଟ ଦେବେ ।"
ଏହା ମଧ୍ୟ ପଢ଼ନ୍ତୁ...ନାମାଙ୍କନ ଭରିଲେ ନୂଆପଡା ଓ ଖଡ଼ିଆଳ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ - Congress Files Nomination

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.