ଗଣତନ୍ତ୍ର ଦିବସ; ତ୍ରିରଙ୍ଗା ଆଲୋକରେ ଝଲସିଲା ଐତିହାସିକ ସ୍ଥଳ

By ETV Bharat Odisha Team

Published : Jan 26, 2024, 9:56 PM IST

thumbnail

Historical monuments of country illuminated: ନୂଆଦିଲ୍ଲୀ: ଭାରତ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏ ନେଇ ସାରା ଭାରତ ଦେଶପ୍ରେମରେ ଭିଜିଥିଲା । ଚାରିଆଡ଼େ ଶୁଭୁଥିଲା  'ଭାରତ ମାତା କି ଜୟ', 'ବନ୍ଦେ ମାତରମ' ଧ୍ବନି । ଏହି ଅବସରରେ ଆଜି ଦେଶର ପ୍ରମୁଖ ସ୍ଥଳ, ଅଟ୍ଟାଳିକା ଓ ଐତିହାସିକ ସ୍ମାରକୀ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି । ଯାହାର ଦୃଶ୍ୟ ବେଶ ମନୋରମ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ଗେଟ୍‌, ରାଷ୍ଟ୍ରପତି ଭବନ, ସଂସଦ ମଧ୍ୟ ତ୍ରିରଙ୍ଗା ଆଲୋକରେ ଝଲସି ଉଠିଛି । ଦେଶର କୋଣ ଅନୁକୋଣରେ ଥିବା ଜାତୀୟ ସ୍ମାରକୀକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଛି । ସୂଚନା ଥାଉ କି ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଦିନକୁ ଦେଶ 'ଗଣତନ୍ତ୍ର ଦିବସ' ଭାବେ ପାଳନ କରିଥାଏ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.