ଢେଙ୍କାନାଳରେ କାଳ ବୈଶାଖୀ ତାଣ୍ଡବ; ଘର ଉପରେ ପଡିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

By ETV Bharat Odisha Team

Published : Mar 19, 2024, 7:40 PM IST

thumbnail

Thunderstorm in Dhenkanal: ଢେଙ୍କାନାଳ: ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ । ଅଦିନିଆ ବର୍ଷା ସାଙ୍ଗକୁ କାଳ ବୈଶାଖୀର ପ୍ରଭାବରେ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି । ସମୟ ସମୟରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ମଝିରେ ମଝିରେ ପବନର ବେଗ ବଢିଯାଉଥିବା ଦେଖିବାକୁ ମିଳିଛି । ତେବେ ଏହି ପବନ ଯୋଗୁଁ ଢେଙ୍କାନାଳ ସହରର ଦେଉଳ ସାହି ଅଂଚଳରେ ଘଟିଛି ଅଘଟଣ । ପବନ ଯୋଗୁଁ ଏକ ବିରାଟ ଗଛ ଉପୁଡି ପଡି ଅଥାନି ବେହେରା ନାମକ ଜଣେ ଦିନ ମଜୁରିଆଙ୍କର ଚାଳ ଘର ଉପରେ ପଡିଯାଇଛି ।  

ଏହାମଧ୍ୟ ପଢନ୍ତୁ.. କାଳବୈଶାଖୀ ପ୍ରଭାବ, ଆସନ୍ତା ୫ଦିନ ଯାଏଁ ଭିଜିବ ଓଡ଼ିଶା

ଘରଟି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ବେଳେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରର 3 ଜଣ ସଦସ୍ୟ । ଅନ୍ୟପଟେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଗଛକୁ କାଟି ସଫା କରିଛନ୍ତି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.