ଉଦଯାପିତ ହେଲା ଗନ୍ଧରାଡ଼ି ଓ ହରଭଙ୍ଗା ଲୋକକଳା ମହୋତ୍ସବ

By ETV Bharat Odisha Team

Published : Feb 2, 2024, 9:28 AM IST

Updated : Feb 2, 2024, 1:26 PM IST

thumbnail

Gandharadi And Harabhanga Mahotsav concluded: ବୌଦ୍ଧ: ପାରମ୍ପରିକ ଲୋକ ନୃତ୍ୟ ଓ ବାଦ୍ୟର ତାଳେତାଳେ ଉଦଯାପିତ ହେଲା ବୌଦ୍ଧ ଜିଲ୍ଲାର ଦୁଇଟି ଅଞ୍ଚଳର ଲୋକକଳା ମହୋତ୍ସବ । ଗୋଟିଏ ଜିଲ୍ଲାର ଐତିହ୍ୟ ସଂସ୍କୃତିର ବାର୍ତ୍ତାବହ ହୋଇଥିବା ବେଳେ ଅନ୍ୟଟି ଆଦିବାସୀ ଲୋକକଳାକୁ ଉଦ୍ଜୀବିତ କରିବାରେ ସହାୟକ ହୋଇ ପାରିଛି । ଜିଲ୍ଲାର ଦୁଇ ପ୍ରମୁଖ ଅଞ୍ଚଳର ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଲୋକକଳା ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଛି । ବୌଦ୍ଧ ଜିଲ୍ଲାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗାଠାରେ ଚାଲିଥିବା ହରଭଙ୍ଗା ଲୋକ ମହୋତ୍ସବ ବୁଧବାର ସଂଧ୍ୟାରେ ପାରମ୍ପରିକ ଲୋକ ନୃତ୍ୟ ସଙ୍ଗୀତ ପରିବେଷଣ ମଧ୍ୟରେ ଉଦଯାପିତ ହୋଇଛି । 

ଏହାମଧ୍ୟ ପଢନ୍ତୁ..ଉଦଯାପିତ ହେଲା ଅସୁରଗଡ ଲୋକ ମହୋତ୍ସବ

ସେହିପରି ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଗନ୍ଧରାଡ଼ିର ହରିହର ମନ୍ଦିର ନିକଟରେ ଗତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ତୃତୀୟ ଗନ୍ଧରାଡ଼ି ଲୋକକଳା ମହୋତ୍ସବ ଗୁରୁବାର ଉଦଯାପିତ ହୋଇଛି । ଗନ୍ଧରାଡ଼ିର ବିଶ୍ବ ପ୍ରସିଦ୍ଧ ନୀଳମାଧବ ଓ ସିଦ୍ଧେଶ୍ଵର ମନ୍ଦିର ଦ୍ବୟ ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଅଟେ । ଏହି ଐତିହ୍ୟ ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳା ସଂସ୍କୃତିର ସୁରକ୍ଷା କରିବା ଓ  ଯମଜ ମନ୍ଦିରର ପ୍ରଚାର ପ୍ରସାର ଗନ୍ଧରାଡ଼ି ଲୋକ କଳା ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି ଉଦଯାପନୀ ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପ୍ରମୁଖ ଯୋଗ ଦେଇଥିଲେ । ପାରମ୍ପରିକ ଲୋକ ନୃତ୍ୟ ଓ ବାଦ୍ୟ ର ତାଳେ ତାଳେ ବିଳମ୍ବିତ ରାତି ରେ ଏହି ମହୋତ୍ସବ ଉଦଯାପିତ ହୋଇଛି ।
 

ଇଟିଭି ଭାରତ, ବୌଦ୍ଧ 

Last Updated : Feb 2, 2024, 1:26 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.