ICICI ବ୍ୟାଙ୍କ ଟଙ୍କା ହଡପ ଘଟଣା: 3 ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ - ICICI Bank money cheating case

By ETV Bharat Odisha Team

Published : Apr 7, 2024, 10:47 AM IST

thumbnail

ICICI BANK MONEY CHEATING CASE: ଢେଙ୍କାନାଳ: ଆଇସିଆଇସିଆଇ ବ୍ୟାଙ୍କ ଟଙ୍କା ହଡପ ଘଟଣାରେ ପୁଣି ତଦନ୍ତ ଆରମ୍ଭ । ବ୍ୟାଙ୍କରେ ଚଢାଉ କଲା କ୍ରାଇମ ବ୍ରାଞ୍ଚ ଇଓଡ଼ବ୍ଲ୍ୟୁର ଏକ 6ଜଣିଆ ଟିମ  । ଏହି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଏକ ଦମ୍ପତିଙ୍କ ସମେତ ବ୍ୟାଙ୍କ ସହକାରୀ ପରିଚାଳକଙ୍କୁ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଶନିବାର ଏହି ତିନିଜଣଙ୍କୁ ସାଥିରେ ନେଇ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲ୍ୟୁର ଟିମ ଢେଙ୍କାନାଳ ସହରର ଆଇସିଆଇସିଆଇ ବ୍ୟାଙ୍କରେ ଚଢ଼ାଉ କରିଥିଲା । ବ୍ୟାଙ୍କର ବିଭିନ୍ନ କାଗଜପତ୍ର ଓ ଆକାଉଣ୍ଟକୁ ଯାଞ୍ଚ କରିଥିଲା ତଦନ୍ତକାରୀ ଦଳ । ଫଳରେ ଆହୁରି ଅଧିକ ପରିମାଣର ଟଙ୍କା ହଡପ ହୋଇଥିବା ସନ୍ଦେହ ଘେରକୁ ଆସିଛି । ବ୍ୟାଙ୍କର ଅନ୍ୟ କେତେକ କର୍ମଚାରୀ ଏହି ଘୋଟଲାରେ ସାମିଲ ଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନି ଇଓଡବ୍ଲୁ । 

ସୂଚନା ଥାଉକି, ଏହି ଆଇସିଆଇସିଆଇ ବ୍ୟାଙ୍କରେ କେତେକ ବରିଷ୍ଠ ନଗରିକଙ୍କର ବିଭିନ୍ନ ଫିକ୍ସ ଡିପୋଜିଟ ଓ ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟରେ ମୋବାଇଲ ଲିଙ୍କ କରି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହଡପ କରିନେଇଥିବା ଢେଙ୍କାନାଲ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ପରେ କ୍ରାଇମ ବ୍ରାଞ୍ଚ ଇଓଡ଼ବ୍ଲ୍ୟୁକୁ ତଦନ୍ତ ପାଇଁ ହସ୍ତାନ୍ତର ହୋଇଥିଲା । ଫଳରେ କ୍ରାଇମବ୍ରାଞ୍ଚର ଅପରାଧୀକ ଶାଖା ତଦନ୍ତ କରି ବ୍ୟାଙ୍କର ସହକାରୀ ପରିଚାଳକ ପ୍ରଶାନ୍ତ ସାହୁ, ଜନସମ୍ପର୍କ ପରିଚାଳକ ସ୍ୱାଗତିକା ସ୍ୱାଇଁ ଓ ତାର ସ୍ୱାମୀ ମନୋଜ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.