ବିଶ୍ବ ଶାନ୍ତି ପାଇଁ ଛତିଶଗଡ଼ରୁ ଶ୍ରୀକ୍ଷେତ୍ରକୁ ସାଇକେଲ ଯାତ୍ରା

By ETV Bharat Odisha Team

Published : Mar 20, 2024, 8:56 PM IST

thumbnail

Cycle Trip to puri: ବୌଦ୍ଧ: ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଛତିଶଗଡ଼ରୁ ଶ୍ରୀକ୍ଷେତ୍ର ପୁରୀକୁ ସାଇକେଲ ଯାତ୍ରା । ଛତିଶଗଡ଼ ରାଜ୍ୟର ଚନ୍ଦ୍ରପୁରୀରୁ ୧୧ ଜଣ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆସିଛନ୍ତ । ଏହି ଗହନ ଦଳ ପୁରୀ ଯାତ୍ରା ପାଇଁ ତିନି ଦିନ ହେଲା ଛତିଶଗଡରୁ ବାହାରିଥିବା ବେଳେ ଆଜି ପବିତ୍ର ଫାଲଗୁନ ଏକାଦଶୀ ତିଥିରେ ବୌଦ୍ଧ ଠାରେ ପହଞ୍ଚିଥିଲେ । ଜଗତର ମଙ୍ଗଳ କାମନା ତଥା ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ଦର୍ଶନ ପାଇଁ ସାଇକେଲ ଯୋଗେ ବାହାଥିବା ସୂଚନା ଦେଇଛନ୍ତି ।ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ପହଞ୍ଚି ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଏମାନେ ପୁରୁଣା ଜଗନ୍ନାଥ ସଡକ ଦେଇ ଯାତ୍ରା କରୁଛନ୍ତି ।  

ସୂଚନା ମୁତାବକ ସପ୍ତଦଶ ଶତାବ୍ଦୀରେ ଇନ୍ଦୋରର ମହାରାଣୀ ଅହଲ୍ୟା ବାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିବା ହେତୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ସଡ଼କ ପଥ ନିର୍ମାଣ କରିଥିଲେ । ଯାହାକୁ ପୁରୁଣା ଜଗନ୍ନାଥ ସଡକ କୁହାଯାଇଥାଏ ।ଯାହା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମହାନଦୀ କୂଳେ କୂଳେ ବୈଦ୍ଧ, ଧଳପୁର, ହରଭଙ୍ଗା ଓ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ ଦେଇ ଛାମୁଣ୍ଡିଆରେ ଯୋଡ଼ି ହୋଇଛି ।  

ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିରରେ ରହିଛି ପଖାଳର ନିଆରା ପରମ୍ପରା, ଦୈନିକ ପଖାଳ ସେବନ କରନ୍ତି ମହାପ୍ରଭୁ
 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.