30 ବର୍ଷ ପରେ ଲାଗିଲା ଜଗା ଡୋରି, ପୁରୀ ଆସି ମହାପ୍ରଭୁଙ୍କ ଆଶିଷ ନେଲେ ଅଭିନେତ୍ରୀ ମିନାକ୍ଷୀ - Meenakshi Seshadri visits Srimandir

By ETV Bharat Odisha Team

Published : Mar 28, 2024, 1:05 PM IST

thumbnail

Meenakshi Seshadri visits Srimandir ପୁରୀ: ଜଗନ୍ନାଥ ଧାମ ଗସ୍ତରେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରି । ପୁରୀରେ ପହଞ୍ଚିବା ପର ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି । ଆଶିଷ ଲାଭ କରିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଗତ 30 ବର୍ଷ ତଳେ ପୁରୀ ଆସିଥିଲି । ଆଜି ପୁଣି ମହାପ୍ରଭୁଙ୍କ ଡାକରା ମିଳିବାରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି । ପୁରୀ ଆସିବା ପୂର୍ବରୁ କୋଣାର୍କ ମନ୍ଦିର ସହିତ ଭୁବନେଶ୍ଵରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଛି । ଓଡିଶାବାସୀ ବହୁତ ସରଳ । ଏହା ହିଁ ମୋତେ ବେଶ ଭଲ ଲାଗେ । ମହାପ୍ରଭୁ ମୋ ଜୀବନକୁ ସଫଳ କରନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ।" ପ୍ରକାଶଥାଉକି, 80 ଓ 90 ଦଶକରେ ହିଟ୍ ଅଭିନେତ୍ରୀ ଥିଲେ ମିନାକ୍ଷୀ । ସେ ଅନେକ ହିଟ୍ ଚଳଚିତ୍ର ଦେଇ ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ରାମାୟଣର ‘ସୀତା’, ବୁଲିବେ ପୁରୀ-କୋଣାର୍କ

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.