ନଦୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର - Body Of New born Found

By ETV Bharat Odisha Team

Published : Mar 25, 2024, 1:48 PM IST

thumbnail

Body of New born rescue from river: ଫୁଲବାଣୀ: ନଦୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଦେଇ ବୋହି ଯାଇଥିବା ସାଲୁଙ୍କୀ ନଦୀର ଅପର ପାର୍ଶ୍ଵରେ ଥିବା ଡାକପାଲା ଗାଁର ସ୍ତ୍ରୀଲୋକମାନେ ନଦୀକୁ ଗାଧୋଇବା ପାଇଁ ଆସିଥିବା ବେଳେ ପାଣିରେ ଏକ ମୃତ ଶିଶୁ ଭାସୁଥିବାର ଦେଖିଥିଲେ । ଏନେଇ ଟାଉନ ଥାନାକୁ ଖବର ଦିଆଯିବା ପରେ ପୋଲିସ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଟିମ ହ୍ୟୁମାନିଟି'ର କର୍ମୀ ପହଞ୍ଚି ମୃତ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । 

ଏହାମଧ୍ୟ ପଢନ୍ତୁ.. ବୁଦାମୂଳରୁ ମିଳିଲା ନବଜାତର ମୃତଦେହ, ପୋଲିସ ତଦନ୍ତ ଜାରି
 

ନଦୀରେ ନବଜାତକ ମୃତଦେହ ଭାସୁଥିବା ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ନଦୀରେ ନବଜାତକ ମୃତଦେହ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଏବେସୁଦ୍ଧା  ମୃତ ଶିଶୁ କନ୍ୟାର କୌଣସି ପରିଚୟ ମିଳି ପାରିନାହିଁ । 

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.