ସତ୍ୟବାଦୀରୁ ଲଢିବେ ସଞ୍ଜୟ, ମହାପ୍ରଭୁଙ୍କ ନେଲେ ଆଶିଷ - Sanjaya Dasverma visits Srimandir

By ETV Bharat Odisha Team

Published : Mar 28, 2024, 2:02 PM IST

thumbnail

Sanjaya Dasverma Visits Srimandir:ପୁରୀ: ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଞ୍ଜୟ ଦାସବର୍ମା । ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ଏହି ବିଜେଡି ନେତା । ଆଜି ସକାଳେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ସେ । ସତ୍ୟବାଦୀ ଭଳି ଏକ ପୂଣ୍ୟ ମାଟିରୁ ନିର୍ବାଚନ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଚଳିତ ନିର୍ବାଚନରୁ ତାଙ୍କର ଦ୍ବିତୀୟ ପର୍ଯ୍ୟାୟ ରାଜନୈତିକ ଜୀବନ ଆରମ୍ଭ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସାକ୍ଷୀଗୋପାଳର ପ୍ରଭୁ ସାକ୍ଷୀଗୋପୀନାଥଙ୍କ ଆଶୀର୍ବାଦରୁ ରାଜନୈତିକ ଜୀବନ ସଫଳ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ, ସ୍ବଚ୍ଛ ଭାବମୂର୍ତ୍ତି ଏବଂ ବିକାଶଧାରାକୁ ସାଢ଼େ ଚାରିକୋଟି ଓଡ଼ିଆ ଗ୍ରହଣ କରିସାରିଥିବା ବେଳେ ପୂର୍ବ ନିର୍ବାଚନ ଅପେକ୍ଷା ଆଗାମୀ ନିର୍ବାଚନରେ ଲୋକସଭା ଏବଂ ବିଧାନସଭାରେ ବିଜେଡି ଅଧିକ ଆସନରେ ବିପୁଳ ବିଜୟ ହାସଲ କରିବ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.