ଝାରସୁଗୁଡ଼ା ଓ ଫୁଲବାଣୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ - Biju Patnaik 27th Death Anniversary

By ETV Bharat Odisha Team

Published : Apr 17, 2024, 10:37 PM IST

thumbnail

Biju Patnaik 27th Death Anniversary ଝାରସୁଗୁଡ଼ା/ଫୁଲବାଣୀ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ପୂଣ୍ୟତିଥି । ସାରା ରାଜ୍ୟରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଓ ଫୁଲବାଣୀରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଛି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଝାରସୁଗୁଡ଼ା କିରିମୀରା ବ୍ଲକ ଅଫିସ ସମ୍ମୁଖ ପଡିଆ ଠାରେ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥିନୀ ସୁଶ୍ରୀ ଦୀପାଳି ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଷ୍ଣୁ କେଡିଆ, ଜିଲ୍ଲା ସଭାପତି ରବି ସିଂ, ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ, ଉପାଧ୍ୟକ୍ଷ ବେଣୁ ଗୋପାଲ ପାଣିଗ୍ରାହି, ଜିଲ୍ଲା ସାଧାରଣ ସଂପାଦକ ତଥା ବରିଷ୍ଠ ଆଇନଜୀବି ରଘୁମଣି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ମୁଖ୍ୟ ବଜାର ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ସମେତ ସମସ୍ତ ବିଜେଡି କର୍ମୀ ପୁଷ୍ପ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ବିଜୁ ଜନତା ଦଳ ପକ୍ଷରୁ ଗଞ୍ଜୁଗୁଡା ନିକଟସ୍ଥ ପଡିଆ ଠାରେ 4ଟି ବ୍ଳକର ସଦସ୍ୟଙ୍କୁ ନେଇ ବିଜୁ ବାବୁଙ୍କ ସ୍ମୃତି ଉଚ୍ଚାରଣ କରିବା ସହିତ ଆଗାମୀ ନିର୍ବାଚନରେ ବିଜେଡି କିପରି ବିପୁଳ ସଂଖ୍ୟାରେ ବିଜୟୀ ଲାଭ କରିବ ସେ ନେଇ ରାଜ୍ୟ ସମ୍ପାଦକ ସରୋଜ କର୍ଣ୍ଣ ଓ ଫୁଲବାଣୀ ପର୍ଯ୍ୟବେକ୍ଷକ କିଶୋର ଛୋଟରାୟ ଗୁରୁମନ୍ତ୍ର ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜୁବାବୁଙ୍କ ପୁଣ୍ୟ ତିଥିରେ ବୌଦ୍ଧରେ ବିଜେଡିର ବିଶାଳ ଶୋଭାଯାତ୍ରା - Biju Patnaik Death Anniversary

ଇଟିଭି ଭାରତ, ଝାରସୁଗୁଡ଼ା/କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.