ସମାନତାର ବାର୍ତ୍ତା, ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉଡାଇଲା ବନ୍ଦେମାତରମ ସଂଗଠନ

By ETV Bharat Odisha Team

Published : Jan 25, 2024, 5:51 PM IST

thumbnail

People wave tricolour at Gandhi Marg: ଭୁବନେଶ୍ବର: ରାତିପାହିଲେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏହି ଦିବସ ପୂର୍ବରୁ ସମାନତାର ବାର୍ତ୍ତା ନେଇ ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉଡାଇଛି ବନ୍ଦେମାତରମ ସଂଗଠନ । ପ୍ରତିବର୍ଷ ଭଳି ଏଥର ଦେଶ ଭକ୍ତିର ଭାବକୁ ନେଇ ପୁରା ସଂଗଠନର ସଦସ୍ୟ ତ୍ରିରଙ୍ଗା ରଙ୍ଗରେ ସଜେଇ ହୋଇ ହାତରେ ପତାକା ଧରି ଜୟ ହିନ୍ଦ ଜୟ ଭାରତମାତା ନାରା ଦେଇ ଗାନ୍ଧୀମାର୍ଗରେ ବାଇକ ରାଲି କରିଛନ୍ତି । ଏହାକୁ ନେଇ ତ୍ରିରଙ୍ଗାମୟ ହୋଇଛି ରାଜଧାନୀର ରାସ୍ତା । ତିନି ରଙ୍ଗରେ ଝଲସିଛି ଲୋୟର ପିଏମଜି ।  

ଏହା ବି ପଢନ୍ତୁ- ରାଜଧାନୀ ରାସ୍ତାରେ କୁନିରାମ, ଗାଡି ରଖି ସେଲ୍ଫି ନେଲେ ଲୋକେ 

ଏହା ବି ପଢନ୍ତୁ- Republic Day 2023: ପାରମ୍ପରିକ ନୃତ୍ୟରେ ଦୁଲୁକିଲା ଗାନ୍ଧୀ ମାର୍ଗ, ଗର୍ବିତ ନୃତ୍ୟଶିଳ୍ପୀ

ଏହାସହ ଲୋକଙ୍କୁ ପତାକା ଦେଇ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ସଚେତନତା କରିଛନ୍ତି । ଏନେଇ ସଂଗଠନର ଜଣେ ସଦସ୍ୟ କହିଛନ୍ତି, "ଆମେ ଭାରତୀୟ ଆମେ ଗୋଟିଏ ଜାତି ସେଥିରେ କୌଣସି ବୈଷମତା ନାହିଁ ତେଣୁ ଆମେ ସମସ୍ତେ ସମାନ । ଆଉ ଏହି ସମାନତାକୁ ନେଇ ଆମ ସମ୍ବିଧାନକୁ ସମ୍ମାନ ଜଣାଇ ଦେଶ ଗଠନରେ ନିଜର ଭାଗିଦାରିତା ଦେଖାଇବା । ତେବେ ଯାଇ ଆମେ ପ୍ରକୃତ ସ୍ବାଧୀନତା ପାଇଛେ ଆମ ସମ୍ବିଧାନ ସୁରକ୍ଷିତ ବୋଲି ଆମେ ଭାରତୀୟ ଭାବେ ଗର୍ବ କରି କହିପାରିବା ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.