ବିଜେଡିର ସ୍ଥିତି ସୁଧାରିବା ପାଇଁ ଦିନିକିଆ ରାୟଗଡ଼ା ଗସ୍ତରେ ଅତନୁ ସବ୍ୟସାଚୀ - Atanu Sabyasachi Nayak

By ETV Bharat Odisha Team

Published : May 7, 2024, 9:47 PM IST

thumbnail
ବିଜେଡିର ସ୍ଥିତି ସୁଧାରିବା ପାଇଁ ଦିନିକିଆ ରାୟଗଡ଼ା ଗସ୍ତରେ ଅତନୁ ସବ୍ୟସାଚୀ (ETV Bharat Odisha)

Atanu Sabyasachi Nayak Visits Rayagada: ରାୟଗଡା: ଆଜି (ମଙ୍ଗଳବାର) ଦିନିକିଆ ରାୟଗଡ ଗସ୍ତରେ ଆସି ବିଜେଡିର ବରିଷ୍ଠ ନେତୃମଣ୍ଡଳୀଙ୍କ ଦ୍ୱାରା ଗୁପ୍ତ ବୈଠକ କରିଛନ୍ତି ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ । ତେବେ ରାୟଗଡା ନିର୍ବାଚନ କ୍ଷେତ୍ରରେ କାଶୀପୁର ବ୍ଲକ ବିଜେଡିର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଠାରେ ବିଜେଡି, କଂଗ୍ରେସ ଏବଂ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଥିଲେ ମଧ୍ୟ ସ୍ଵାଧୀନ ପ୍ରାର୍ଥୀ ସୁଚିତ୍ରା ମାଝୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । 

ଏହା ମଧ୍ୟ ପଢ଼ନ୍ତୁ...କ୍ଷମା ମାଗିଲେ ରାହୁଲ, ଭିଡିଓ ଜାରି କରି ସମାବେଶକୁ କଲେ ସମ୍ବୋଧନ

ରାୟଗଡା ନିର୍ବାଚନ ମଣ୍ଡଳୀରେ କେବଳ କାଶୀପୁର ବ୍ଲକରେ 1 ଲକ୍ଷ 20 ହଜାର ଭୋଟର ଥିବାବେଳେ ରାୟଗଡା ବ୍ଲକ ଏବଂ ରାୟଗଡା ମୁନିସିପାଲଟିର ଭୋଟର ମିଶି 1ଲକ୍ଷ 30 ହଜାର । କାଶୀପୁରରେ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦୋଳ ଜୋର ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ବିଜେଡି କଂଗ୍ରେସକୁ ଟକ୍କର ଦେବା ସହଜ ମଣିହେଉ ନାହିଁ । ଏଭଳି ସ୍ଥିତିକୁ ସଜାଡିବା ପାଇଁ ରାୟଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଆଜି ହଠାତ ଦିନିକିଆ ରାୟଗଡ ଗସ୍ତରେ ଆସି ଗୁପ୍ତ ବୈଠକରେ କାଶୀପୁରର ବିଦ୍ରୋହୀ ନେତାଙ୍କୁ ଏକାଠି କରି ଆଲୋଚନା କରିଛନ୍ତି । 

ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲାରେ ବିଜେଡିର ସ୍ଥିତି ଭଲ ରହିଛି ଓ ତିନୋଟି ଯାକ ବିଧାନସଭା ଆସନ ବିଜେଡି ସପକ୍ଷରେ ଝିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅତନୁ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥି ଅନୁସୂୟା ମାଝୀ, ଜିଲ୍ଲା ସଭାପତି ଏନ.ଭାସ୍କର ରାଓ, ରାୟଗଡ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କୃଷ୍ଣ ମହାପାତ୍ର, ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଜଗଦିଶ ପାତ୍ର, ପୂର୍ବତନ ବିଧାୟକ ବିଭିଷଣ ମାଝୀ, ଅମୀୟ ସ୍ୱାଇଁ, ବିନାୟକ କର ଓ ପ୍ରବୀଣ ପ୍ରମୁଖ ଉପସ୍ଥିତ ଥିଲେ । 
 

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.