ETV Bharat / politics

କ୍ଷମା ମାଗିଲେ ରାହୁଲ, ଭିଡିଓ ଜାରି କରି ସମାବେଶକୁ କଲେ ସମ୍ବୋଧନ - Rahul Gandhi apologies

author img

By ETV Bharat Odisha Team

Published : May 3, 2024, 10:46 PM IST

Rahul Gandhi addressed Rayagada Meeting: ରାୟବରେଲିରୁ ନାମାଙ୍କନ ଦାଖଲ କରିବାକୁ ଥିବାରୁ ରାୟଗଡ଼ା ଆସି ପାରିଲେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହେଲେ ତାଙ୍କୁ ଦେଖିବାକୁ ଓ ଶୁଣିବାକୁ ଆସିଥିବା ହଜାର ହଜାର ଲୋକଙ୍କୁ ନିରାଶ ନକରି ଆଭାସୀ ମାଧ୍ୟମରେ କରିଛନ୍ତି ସମ୍ବୋଧନ । ଅଧିକ ପଢ଼ନ୍ତୁ

RAHUL GANDHI APOLOGIES
RAHUL GANDHI APOLOGIES (ETV BHARAT ODISHA)

RAHUL GANDHI APOLOGIES (ETV BHARAT ODISHA)

ରାୟଗଡ଼ା: ରାୟବରେଲିରୁ ନାମାଙ୍କନ ଦାଖଲ କରିବାକୁ ଥିବାରୁ ରାୟଗଡ଼ା ଗସ୍ତ ବାତିଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି (ଶୁକ୍ରବାର) ରାହୁଲ ଗାନ୍ଧୀଙ୍କ ରାୟଗଡ଼ା ଠାରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତ ହଠାତ ବାତିଲ ହୋଇଥିଲା । ଓଡିଶାର ସାଲେପରୁ ପରେ ରାୟଗଡ଼ାରେ ରାହୁଲ ଗାନ୍ଧୀଙ୍କର ଏହା ଥିଲା ଦ୍ବିତୀୟ କାର୍ଯ୍ୟକ୍ରମ । ତେବେ ରାୟଗଡ଼ା ଠାରେ ରାହୁଲଙ୍କୁ ଦେଖିବାକୁ ଏକାଠି ହୋଇଥିବା ହଜାର ହଜାର କର୍ମୀ ଓ ସମର୍ଥକ ତଥା ଜନସାଧାରଣଙ୍କୁ ନିରାଶ କରିନାହାନ୍ତି ରାହୁଲ । ରାୟବରେଲିରୁ ଭିଡିଓ ବାର୍ତ୍ତା ଜାରି କରି ଏହି ସମାବେଶକୁ ସମ୍ବୋଧନ କରିଥିଲେ ରାହୁଲ ଗାନ୍ଧୀ ।

ଆଜି ରାହୁଲ ଗାନ୍ଧୀ ରାୟଗଡ଼ା ଆସି ବିଶାଳ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ହଠାତ ଦଳର ନିଷ୍ପତ୍ତି କ୍ରମେ ରାହୁଲ ଗାନ୍ଧୀ ପରିବାରର ପାରମ୍ପାରିକ ଆସନ କୁହାଯାଉଥିବା ରାୟବରେଲିରୁ ପ୍ରାର୍ଥୀ ହୋଇଛନ୍ତି । ଆଜି, ଅର୍ଥାତ ମେ' ୩ ତାରିଖ ଏହି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବାରୁ ରାହୁଲ ଓଡ଼ିଶା ଆସିବା ପରିବର୍ତ୍ତେ ନାମାଙ୍କନ ଦାଖଲ ପାଇଁ ରାୟବରେଲି ଯାଇଥିଲେ । ତେଣୁ ହଠାତ ତାଙ୍କର ରାୟଗଡ଼ା ଆସିବା କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ହେଲେ ପୂର୍ବ ପ୍ରଚାର ପ୍ରସାର ଅନୁଯାୟୀ ରାହୁଲ ଗାନ୍ଧୀ ରାହୁଲ ଗାନ୍ଧୀଙ୍କୁ ଦେଖି ତାଙ୍କର ଭାଷଣ ଶୁଣିବା ପାଇଁ ହଜାର ହଜାର କଂଗ୍ରେସ କର୍ମୀ ରାୟଗଡ଼ା ଜିଆଇଏସିଆର କଲେଜ ନିକଟସ୍ଥ ଜେଏସ୍‌କୋ ପଡିଆରେ ଏକତ୍ରିତ ହୋଇଥିଲେ । ହେଲେ ରାହୁଲଙ୍କ ଗସ୍ତ ବାତିଲ ହୋଇଥିବା ଶୁଣି ସମସ୍ତେ ନିରାଶ ହୋଇଥିଲେ ।

ହେଲେ ଦିନ ୨ଟା ସମୟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାୟବରେଲିରୁ ରାହୁଲ ଗାନ୍ଧୀ ରାୟଗଡ଼ାରେ ସମବେତ ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ । ଯାହା ଫଳରେ କଂଗ୍ରେସ କର୍ମୀ ଉତ୍ସାହିତ ହୋଇଥିଲେ । ପ୍ରାୟ ୭ ମିନିଟର ଏହି ଭିଡିଓରେ ରାହୁଲ ଗାନ୍ଧୀ ରାୟଗଡ଼ା ଆସିପାରିନଥିବାରୁ କୋରାପୁଟ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ସମ୍ବିଧାନ ବଞ୍ଚାଇବାକୁ ହେଲେ କଂଗ୍ରେସକୁ ଭୋଟ ଦେବା ଜରୁରୀ ବୋଲି କହିବା ସହିତ ଦେଶରେ କଂଗ୍ରେସ ସରକାର ଗଢିଲେ ୫ଟି ଗ୍ୟାରେଣ୍ଟି ନିଶ୍ଚୟ ଲାଗୁ କରିବ ବୋଲି ଆଭାସୀ ମାଧ୍ୟମରେ ରାହୁଲ ଗାନ୍ଧୀ କହିଥିଲେ ।

ମହାଲକ୍ଷ୍ମୀ ଯୋଜନାରେ ଦେଶର ଗରୀବ, ଅସହାୟ ପରିବାରର ଜଣେ ମହିଳାଙ୍କ ଖାତାକୁ ମାସିକ ୮,୫୦୦ ଟଙ୍କା ହିସାବରେ ବର୍ଷକୁ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ମଧ୍ୟ ରାହୁଲ କହିଥିଲେ । ଏହି ଟଙ୍କା ସେହି ଦିନ ଯାଏଁ ଦିଆଯିବ, ଯେଉଁଦିନ ଯାଏଁ ସେହି ପରିବାରର ଆର୍ଥିକ ସ୍ଥିତ ସ୍ବଚ୍ଛଳ ହୋଇନଥିବ । ଦେଶୀର ଚାଷୀଙ୍କ ଋଣ ଛାଡ଼ କରିବା ସହ ଦେଶରେ କଂଗ୍ରେସ ସରକାର ଆସିଲେ ଧାନ, ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯିବ ବୋଲି ରାହୁଲ କହିଥିଲେ । ମନରେଗା ଯୋଜନାର କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମୂଲ୍ୟ ୨୫୦ରୁ ବୃଦ୍ଧି କରି ୪୦୦ ଟଙ୍କା କରିବା ପାଇଁ ମଧ୍ୟ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି । ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ଦ୍ବିଗୁଣ କରିବା ସହ ମହିଳାଙ୍କୁ ଚାକିରି କ୍ଷେତ୍ରରେ ୫୦ ପ୍ରତିଶତ ଆରକ୍ଷଣ ଦିଆଯିବ । ଦେଶରେ କଂଗ୍ରେସ ସରକାର ଆସିଲେ ଜାତି ଆଧାରରେ ଜନଗଣନା କରାଯିବ । ଜାତି ଜନଗଣନା ଦେଶରେ ଏକ କ୍ରାନ୍ତିକାରୀ କାନୁନ ହେବ ବୋଲି ରାହୁଲ ଗାନ୍ଧୀ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଓଡ଼ିଶା ଆସିବେନି ରାହୁଲ ଗାନ୍ଧୀ, ଶେଷ ମୁହୂର୍ତ୍ତରେ ବାତିଲ ହେଲା ରାୟଗଡ଼ା ଗସ୍ତ - Rahul cancels Rayagada visit

ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଏଆଇସିସି ସଦସ୍ୟ ମିନାକ୍ଷୀ ନଟରାଜନ, ରବୀନ୍ଦ୍ର କୁମାର ଡାଲଭି, ଶାହନବାଜ ଚୌଧୁରୀ, ସପ୍ତଗିରି ଉଲାକା, ତାରାପ୍ରସାଦ ବାହିନୀପତୀ, ଆପଲସ୍ବାମୀ କାଡ୍ରାକା, ନୀଳମାଧବ ହିକକା, ସତ୍ୟଜିତ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ସଂସାଦ ଏବଂ ବିଧାୟକଙ୍କ ପାଇଁ ଦୁଇଟି ଭୋଟ ହାତ ଚିହ୍ନରେ ଦେବାପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.