ନବୀନଙ୍କ ନା ବାପା ଅଛନ୍ତି, ନା ମାଆ: ମନ୍ତ୍ରୀ ରାଜା ସ୍ୱାଇଁ

By ETV Bharat Odisha Team

Published : Feb 28, 2024, 3:47 PM IST

thumbnail

Minister Ranendra Pratap Crying For Cm: କଟକ: କାନ୍ଦିଲେ ରାଜା । ଆଠଗଡ଼ ମହୋତ୍ସବ ପଡ଼ିଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଲୋକଙ୍କୁ ନବୀନ ପଟ୍ଟନାୟକଙ୍କୁ ଅନେଇବାକୁ କହି କାନ୍ଦି ଥିଲେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପଞ୍ଚାୟତ ନିର୍ବାଚନରେ ହୋଇଥିବା ବିବାଦକୁ ଭୁଲି ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବା ପାଇଁ କହି କାନ୍ଦି ପକାଇଲେ ମନ୍ତ୍ରୀ ରାଜା ସ୍ୱାଇଁ । ସେ କହିଥିଲେ," ନବୀନଙ୍କ କେହି ନାହାନ୍ତି । ତାଙ୍କର ନାଁ ବାପା , ନାଁ ମାଆ ଅଛନ୍ତି । ସେ କେବଳ ସାଢ଼େ 4 କୋଟି ଓଡ଼ିଆଙ୍କ ମୁହଁକୁ ଚାହିଁ ବଞ୍ଚିଛନ୍ତି । ଏତିକି କହି ମଞ୍ଚ ଉପରେ କାନ୍ଦି ପକାଇଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ । 

ନିର୍ବଚନ ଆଉ ମାତ୍ର ଗୋଟିଏ ମାସ ବାକି ରହିଥିଲା ବେଳେ ରାଜ୍ୟର ସମସ୍ତ ବର୍ଗଙ୍କ ପାଇଁ ନବୀନ ଦେଇଥିବା ଅନେକ ଯୋଜନାମାନଙ୍କ ସଫଳ ରୂପାୟନ ହୋଇଛି । ଯାହାର ଲୋକମାନେ ସବୁବେଳେ ଲାଭ ଉଠାଇବେ । ତେବେ ଆସନ୍ତା ନିର୍ବାଚନରେ ନବୀନକୁ ଦେଖିବା ପାଇଁ ଲୋକଙ୍କ ଆଗରେ ନିବେଦନ କରିଛନ୍ତି ମନ୍ତ୍ର । ଏହାସହ ବାପା ମାଁ ନଥିବା ଏହି ମହାନ ବ୍ୟକ୍ତିଙ୍କୁ ଓଡିଶାବାସୀ ନିଶ୍ଚୟ ସାହା ହେବେ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.