ETV Bharat / state

ବିଜେଡିରେ ଯୋଗ ଦେଇଥିବା 4 କର୍ପୋରେଟରଙ୍କୁ ବ୍ରହ୍ମପୁରରେ ସମ୍ୱର୍ଦ୍ଧନା

author img

By ETV Bharat Odisha Team

Published : Feb 28, 2024, 2:46 PM IST

Berhampur BJP Corporators Joins BJD: ବ୍ରହ୍ମପୁର ମହାନଗର ନିଗମର 4 ଜଣ ବିଜେପି କର୍ପୋରେଟର ବିଜେଡିରେ ସାମିଲ ହୋଇଛନ୍ତି । ଦଳ ତରଫରୁ ସେମାନଙ୍କୁ ବ୍ରହ୍ମପୁରରେ ସ୍ବାଗତ କରାଯାଇଛି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ମହାନଗର ନିଗମ
ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ଚାଲିଛି ଦଳ ଡିଆଁ ନୀତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମର 4 ଜଣ ବିଜେପି କର୍ପୋରେଟର ବିଜେଡିରେ ସାମିଲ ହୋଇଛନ୍ତି । ଦଳରେ ସେମାନଙ୍କୁ ଅବହେଳା କରାଯଉଥିବାରୁ ଦଳୀୟ ନେତାଙ୍କ ଉପରେ ଅସନ୍ତୁଷ୍ଟ କର୍ପୋରେଟରମାନେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ବିଜେଡିରେ ସାମିଲ ହୋଇଥିବା 4 କର୍ପୋରେଟରଙ୍କୁ ବ୍ରହ୍ମପୁରରେ ବିଜେଡି ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ।

ଗତ ସୋମବାର ବ୍ରହ୍ମପୁର ମହାନଗର ନିଗମର 4 ବିଜେପି କର୍ପୋରେଟର ନିଜ ଦଳରୁ ଇସ୍ତଫା ଦେଇ ଭୁବନେଶ୍ୱରରେ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଥିଲେ । ଏହି 4 କର୍ପୋରେଟର ଶଙ୍ଖ ଭବନରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ବରେ ବିଜେଡିରେ ସାମିଲ ହୋଇଥିଲେ । ଏହାକୁ ନେଇ ବ୍ରହ୍ମପୁରରେ ଦଳରେ ଯୋଗଦାନ କରିଥିବା ନୂତନ କର୍ପୋରେଟର ଏବଂ ସେମାନଙ୍କର ସମର୍ଥକଙ୍କୁ ସ୍ବାଗତ କରାଯାଇଛି । ବିଜେଡିରେ ସାମିଲ ହେବା ପରେ ୫T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ନୂଆ ଭାବେ ବିଜେଡିରେ ସାମିଲ ହୋଇଥିବା କର୍ପୋରେଟର ।

ରାଜଧାନୀରୁ ବ୍ରହ୍ମପୁର ସହରକୁ ଆସିବା ପରେ ପୁଣି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନେତୃତ୍ବରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ବ୍ରହ୍ମପୁର ୨୧ ନମ୍ବର ଓ୍ବାର୍ଡ଼ କର୍ପୋରେଟର ଡ଼ି.କରୁଣାକର, ୨୨ ନମ୍ବର ଓ୍ବାର୍ଡ଼ କର୍ପୋରେଟର ପ୍ରଦୀପ ଶତପଥି, ୨୭ ନମ୍ବର ଓ୍ବାର୍ଡ଼ କର୍ପୋରେଟର ନୀଳକଣ୍ଠ ସାହୁ ଓ ୨୦ ନମ୍ବର ଓ୍ବାର୍ଡ଼ କର୍ପୋରେଟର ରଞ୍ଜିତା ବେହେରାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯିବା ସହିତ ତାଙ୍କର ସମର୍ଥକମାନେ ବିଜେଡିରେ ସାମିଲ ହୋଇଥିଲେ । ସମସ୍ତ କର୍ପୋରେଟର ମିଳିମିଶି ବ୍ରହ୍ମପୁର ସହରର ଉନ୍ନତିମୂଳକ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଜନ ହିତକର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ମଧ୍ୟ କାମ କରିବେ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସଭାପତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ମିଶ୍ରଣ ପର୍ବ, ପଦ୍ମ ଛାଡ଼ି ଶଙ୍ଖ ଧରିଲେ ବ୍ରହ୍ମପୁରର ୪ ବିଜେପି କର୍ପୋରେଟର

ବିଜେପିର ସଭାପତି ନିଜ ଦଳର କର୍ପୋରେଟରଙ୍କୁ ଅଣଦେଖା କରିଛନ୍ତି । କୌଣସି କାର୍ଯ୍ୟରେ କର୍ପୋରେଟରମାନଙ୍କୁ ସମ୍ମାନ ଦିଆଯାଉନାହିଁ । ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ଆସିଥିବା ବେଳେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ବିଜେପି ଜିଲ୍ଲା ସଭାପତି ସୁଯୋଗ ଦେଇନଥିବା ବେଳେ ଗୋପାଳପୁର ବିଧାୟକଙ୍କୁ ଦଳ ଗ୍ରହଣ କରିଥିବା ଯୋଗୁଁ ବାଧ୍ୟ ହୋଇ ଦଳ ଛାଡିଥିବା କହିଛନ୍ତି ବିଜେଡିରେ ସାମିଲ ହୋଇଥିବା କର୍ପୋରେଟର । ବିଜେପିରୁ ଇସ୍ତଫା ଦେବା ପରେ ବିଜେଡିରେ ସାମିଲ ହୋଇଥିବା ଏହି କର୍ପୋରେଟରମାନେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ବେଳେ ଆଗାମୀ ଦିନରେ ବ୍ରହ୍ମପୁର ସହରର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତିଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ସମବାୟ ବ୍ୟାଙ୍କ୍ ସଭାପତି ଆର୍.ମୁରଲି ମୋହନଙ୍କ ସମେତ ବହୁ କର୍ପୋରେଟର ଓ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.