କେନ୍ଦୁଝରରେ ଆଦି ମହୋତ୍ସବ, ୩ ଦିନ ଧରି ଚାଲିବ ଆଦିବାସୀ କଳାସଂସ୍କୃତି ପ୍ରଦର୍ଶନ

By ETV Bharat Odisha Team

Published : Feb 17, 2024, 10:26 PM IST

thumbnail

କେନ୍ଦୁଝର: ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହୋଇଛି ଆଦି ମହୋତ୍ସବ । ଭୁୟାଁ, ଗଣ୍ଡ, ବାଥୁଡ଼ି ,ଜୁଆଙ୍ଗ ଭଳି ଜନଜାତିଙ୍କ କଳା ସଂସ୍କୃତିକୁ ଏକ ମଞ୍ଚ ମାଧ୍ୟମରେ ପ୍ରଦର୍ଶନ କରିବା ପାଇଁ କେନ୍ଦୁଝର ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆଦି ମହୋତ୍ସବର ଆୟୋଜନ କରାଯାଉଛିନ । ଏଥି ପାଇଁ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ପରିସରରେ ତିନି ଦିନିଆ ଆଦି ମହୋତ୍ସବ ଆରମ୍ଭ ହୋଇଛି । ଏସଡିସିର ଅଧ୍ୟକ୍ଷା ଲକ୍ଷ୍ମୀ ନାଏକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ଉନ୍ନତି ପାଇଁ କରିଥିବା ଯୋଜନା ବିଷୟରେ ଆଲୋଚନା କରିଥିଲେ । 

ଏହା ମଧ୍ୟ ପଢନ୍ତୁ ... ରାଇରଙ୍ଗପୁରରେ ଜନଜାତି କ୍ରୀଡ଼ା ମହୋତ୍ସବ, ୨୬ ଫୁଟବଲ ଦଳ ସାମିଲ

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଡିଏଫ୍ଓ ଏଚ ଡି ଧନରାଜ , ପିଏ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ତପନ ନାଏକଙ୍କ ସହ ବହୁ ଅଧିକାରୀ ଯୋଗ ଦେଇଥିଲେ । ପରେ ଜିଲ୍ଲାର ୧୩ ଟି ବ୍ଲକରୁ ଆସିଥିବା ୨୬ ଟି ଜନଜାତିଙ୍କ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ତିନି ଦିନ ଧରି ଏଭଳି କଳା ପ୍ରଦର୍ଶନ ହେବାକୁ ଥିବା ବେଳେ ଏଥିରେ ଶ୍ରେଷ୍ଠ ଦଳକୁ ପୁରସ୍କାର ପ୍ରଦାନ କରାଯିବ । ଏହା ସହ ଦ୍ବିତୀୟ ଦିନ ମାରାଥନ ହେବାକୁ ଥିବା ବେଳେ ଶେଷ ଦିନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ଏସଡିସି ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଜନଜାତିଙ୍କ ବିକାଶ ଓ କଳା ସଂସ୍କୃତିକୁ ପ୍ରାଧାନ୍ୟ ଦେବା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଏହାର କାର୍ଯ୍ୟ ହେଉଛି ଜନଜାତିଙ୍କ କଳା ସଂସ୍କୃତି ଓ ପ୍ରଗତିକୁ ପ୍ରାଧାନ୍ୟ ଦେବା  । 

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.