ETV Bharat / technology

ମହାକାଶ କ୍ଷେତ୍ରରେ ଭାରତର ସଫଳତା ଆଶ୍ଚର୍ଯ୍ୟଜନକ: ESA - european space agency

author img

By ETV Bharat Odisha Team

Published : Mar 30, 2024, 11:16 AM IST

European space Agency Director praises ISRO
European space Agency Director praises ISRO

European space Agency Director praises ISRO: ପୁଣି ଇସ୍ରୋକୁ ବିଶ୍ବ ନେତାଙ୍କ ପ୍ରଶଂସା । କହିଲେ ମହାକାଶ କ୍ଷେତ୍ରରେ ଭାରତର ସଫଳତା ଆଶ୍ଚର୍ଯ୍ୟଜନକ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ସଫଳତା ହାତେଇଛି ମହାକାଶ ଗବେଷଣା ସଂସ୍ଥା(ଇସ୍ରା) । ଏହାକୁ ନେଇ ବିଶ୍ବର ଅନେକ ଦେଶ ଆଗରେ ପ୍ରଶଂସିତ ଭାରତ । ଏହାରି ଭିତରେ ୟୁରୋପୀୟ ସ୍ପେସ ଏଜେନ୍ସି(ESA) ଇସ୍ରୋକୁ ପ୍ରଶଂସା କରିଛି । ସଫଳ ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗେବଷଣା ସଂସ୍ଥାକୁ ପ୍ରଶଂସା କରିଛନ୍ତି ୟୁରୋପୀୟ ସ୍ପେସ୍ ଏଜେନ୍ସି (ଇଏସ୍ଏ)ର ମହାନିର୍ଦ୍ଦେଶକ ଜୋସେଫ ଆଚବେଚେର । ମହାକାଶରେ ଗବେଷଣା ଏବଂ ଚନ୍ଦ୍ରର ଅନୁସନ୍ଧାନରେ ଭାରତର ସଫଳତା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି ।

ପ୍ଯାରିସରେ ୟୁରୋପୀୟାନ ସ୍ସେସ ଏଜେନ୍ସିର 323ତମ କାଉନସିଲ ବୈଠକ ପରେ ଏକ୍ସରେ ପୋଷ୍ଟ କରି ପ୍ରଶଂସା କରିଛନ୍ତି ଜୋସେଫ । ପ୍ରକାଶଥାଉକି, ଏହି ବୈଠକରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ ଏସ ସୋମନାଥ ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକ ଗତ 26 ଏବଂ 27 ତାରିଖରେ ପ୍ଯାରିସରେ ଅନୁଷ୍ଠିତ ହୋଇଥିଲା । ୟୁରୋପୀୟ ବୈଜ୍ଞାନିକ ଏହା ମଧ୍ୟ କହିଛନ୍ତି ଯେ, ଆନ୍ତର୍ଜାତୀୟ ଭାଗିଦାରୀ ସହ ସମ୍ପର୍କକୁ ମଜବୁତ କରିବା ଏବଂ ସହଯୋଗକୁ ଗଭୀର କରିବାର ମହତ୍ତ୍ବକୁ କମ୍ କରାଯାଇପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଆଦିତ୍ୟ ଏଲ-1 ଲଞ୍ଚିଂ; ସୋମନାଥଙ୍କ ପାଇଁ ଥିଲା କଠିନ ସମୟ, ଚିହ୍ନଟ ହୋଇଥିଲା କ୍ୟାନ୍ସର

ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, " ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଯାହା କରିପାରିଛି, ବିଶେଷକରି ଚନ୍ଦ୍ର ଉପରେ ଅନୁସନ୍ଧାନ ଆଶ୍ଚର୍ଯ୍ୟଜନକ ଅଟେ । ଇଏସଏ ପରିଷଦର ବୈଠକରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଯୋଗ ଦେଇଥିଲେ । ପ୍ରତିନିଧିଙ୍କ ପାଇଁ ESA-ISRO ସହଯୋଗ ବର୍ତ୍ତମାନ ଏବଂ ଭବିଷ୍ୟତ ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଏକ ମାଇଲଖୁଣ୍ଟ ଥିଲା । "

ଏହା ମଧ୍ୟ ପଢନ୍ତୁ: Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର

ଏଥିସହ ଜ୍ୟୋତିର୍ବିଦ ଥୋମାସ୍ ପେସ୍କେଟ୍ ମଧ୍ୟ ISRO ଚେୟାରମ୍ୟାନ୍ ଏବଂ ESA ନିର୍ଦ୍ଦେଶକଙ୍କ ସାକ୍ଷାତକାରର କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଆଦାନ ପ୍ରଦାନ ହୋଇଥିବା ନେଇ ସେ କହିଛନ୍ତି । ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଇସ୍ରୋ ଅଧ୍ୟକ୍ଷଙ୍କୁ ସ୍ବାଗତ କରି ମୁଁ ବହୁତ ଗର୍ବିତ । ଦୁଇ ଜଣଙ୍କ ମଧ୍ୟରେ ଉତ୍ସାହଜନକ ଆଦାନପ୍ରଦାନ ଏବଂ ଦୁଇ ସଂଗଠନ ମଧ୍ୟରେ ସହଯୋଗର ବାର୍ତ୍ତାଳପ ହୋଇଛି । ଏକାଠି ମହାକାଶକୁ ଯାତ୍ରା କରିବା !"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.