ETV Bharat / technology

ମାର୍କେଟିଂ ବ୍ରିଚକୁ ନେଇ ଅଡୁଆରେ ଆପଲ-ଗୁଗଲ-ମେଟା, ଇୟୁର ଯାଞ୍ଚ ଆରମ୍ଭ - EU To Probe Apple Google

author img

By ETV Bharat Odisha Team

Published : Mar 26, 2024, 11:34 AM IST

EU To Probe Apple-Googl
EU To Probe Apple-Googl

EU To Probe Apple-Googl: ମେଟା, ଗୁଗୁଲ ଏବଂ ଆପଲ ବିରୋଧରେ ଯାଞ୍ଚ ଆରମ୍ଭ କଲା ଇଉରୋପୀୟ ୟୁନିଅନର ଆଣ୍ଟିଟ୍ରଷ୍ଟ ରେଗୁଲେଟର । ମୋଟା ଅଙ୍କର ତଣ୍ଡ ଗଣିପାରନ୍ତି କମ୍ପାନୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପୁଣି ସମସ୍ୟା ଘେରରେ ମେଟା, ଗୁଗୁଲ ଏବଂ ଆପଲ । ଇଉରୋପୀୟ ୟୁନିଅନର ଆଣ୍ଟିଟ୍ରଷ୍ଟ ନିୟାମକ ଆପଲ୍, ଆଲଫାବେଟର ଗୁଗୁଲ୍ ଏବଂ ମେଟା ପ୍ଲାଟଫର୍ମରେ EU ଟେକ୍ ନିୟମର ଉଲ୍ଲଂଘନ ପାଇଁ ଯାଞ୍ଚ ଆରମ୍ଭ କରିଛି । ଡିଜିଟାଲ ମାର୍କେଟସ୍ ଆକ୍ଟ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଏନେଇ ୟୁରୋପୀୟ ୟୁନିୟନ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । ବୟାନରେ କୁହାଯାଇଛି, "ଏହି କମ୍ପାନୀଗୁଡିକ ଦ୍ବାରା ନିଆଯାଇଥିବା ପଦକ୍ଷେପ ଡିଜିଟାଲ ମାର୍କେଟସ୍ ଆକ୍ଟ ଅନୁଯାୟୀ ସେମାନଙ୍କ ଦାୟିତ୍ବ ପାଳନ କରୁନଥିବା ନେଇ ୟୁରୋପୀୟ ଆୟୋଗ ସନ୍ଦେହ ପ୍ରକାଶ କରୁଛି । ତେଣୁ ଏହାକୁ ନେଇ ଯାଞ୍ଚ ଆରମ୍ଭ କରାଯାଇଛି ।"

ଗୁଗଲ, ଆପଲ ଏବଂ ମେଟାର ନିମୟର ଚାଲିଛି ଯାଞ୍ଚ: ଇୟୁ ପ୍ରତିଯୋଗିତା ପ୍ରବର୍ତ୍ତକ ଗୁଗଲ ପ୍ଲେରେ ଷ୍ଟିଅରିଂ ଉପରେ ଆଲଫାବେଟର ନିୟମର ଯାଞ୍ଚ କରିବେ । ଏହାସହ ଗୁଗଲ ସର୍ଚ୍ଚ ଉପରେ ନିଜକୁ ପ୍ରାଥମିକତା ଦେବା ଉପରେ ମଧ୍ୟ ଯାଞ୍ଚ କରାଯିବ । ଏହା ବ୍ୟତୀତ ଆପ ଷ୍ଟୋରରେ ଷ୍ଟିଅରିଂରେ ଆପଲର ନିୟମ ଏବଂ ଚୟନ ସ୍କ୍ରିନ ପାଇଁ ସଫାରର ମଧ୍ୟ ଯାଞ୍ଚ କରାଯିବ । ମେଟାର ପେମେଣ୍ଟ ବା କନସେଣ୍ଟ ମଡେଲକୁ ନେଇ ବି ଯାଞ୍ଚ କରିବ ଇୟୁ । ୟୁରୋପୀୟ ସଂଘ ଆୟୋଗ ଅଲଟରନେଟିଭ ଆପ ଷ୍ଟୋର ପାଇଁ ଆପଲର ନୂଆ ଫି ଷ୍ଟ୍ରକରଚରକୁ ଅନୁମୋଦନ କରିଛି ଏବଂ ଆମାଜନର ମାର୍କେଟ ପ୍ଲେସରେ ରାଙ୍କିଙ୍ଗ ପ୍ରାକ୍ଟିସକୁ ନେଇ ମଧ୍ୟ ଯାଞ୍ଚ ଆରମ୍ଭ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଗୁଗଲ ଉପରେ EUର ଛାଟ, ମୋଟା ଅଙ୍କର ଜରିମାନା ଭରିପାରେ ଗୁଗଲ

ଆମେରିକାକୁ ତଥ୍ୟ ଦେଇ ଫେସବୁକ ଗଣିବ 1.3 ବିଲିୟନର ଜରିମାନା

ପ୍ରକାଶ ଥାଉକି, ଗତ ବର୍ଷ ଜୁନ ମାସରେ ଗୁଗଲକୁ ଇୟୁ ଛାଟ ବାଜିଥିଲା । ଗୁଗଲ ବିରୋଧରେ ଅନେକ ଥର ବିଭିନ୍ନ ପ୍ରକାର ଅଭିଯୋଗ ଆସିଥିବା ବେଳେ ଏବେ ଇୟୁ ଆଣ୍ଟିଟ୍ରଷ୍ଟ ରେଗୁଲେଟର୍ସ ପକ୍ଷରୁ ଗୁଗଲର ପେରେଣ୍ଟ କମ୍ପାନି ଅଲ୍ଫାବେଟ୍ ଉପରେ ବଡ଼ ଜରିମାନା ଲଗାଇଥିଲା । ଗୁଗଲ ଉପରେ ପ୍ରାୟ ୨୨୯୬ କୋଟି ଟଙ୍କାର ଜରିମାନା ଲଗାଯାଇଥିଲା । କହିବାକୁ ଗଲେ ଦୁନିଆର ସବୁଠାରୁ ବଡ ଟେକ କମ୍ପାନୀ ହେଉଛି ଗୁଗଲ । କିନ୍ତୁ ତା' ବିରୋଧରେ ଅନେକ ପ୍ରକାର ଅଭିଯୋଗ ହେଉଥିଲା । ଅନ୍ୟ ବ୍ରାଣ୍ଡଗୁଡିକୁ ମାର୍କେଟରେ ସ୍ଥାନ ଦେଉନଥିବା ନେଇ ଅଭିଯୋଗ ହେଉଥିବା ବେଳେ ସମସ୍ୟାର ସାମ୍ନା କରୁଥିଲା ଗୁଗଲ । ଗୁଗଲର ପେରେଣ୍ଟ କମ୍ପାନି ଆଲ୍ଫାବେଟ୍ ଉପରେ ଜରିମାନା ଲାଗୁ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.