ETV Bharat / technology

'X'ରେ ଟ୍ରେଣ୍ଡ କରୁଛି 'Click here', କଣ ଏହା ଜାଣନ୍ତୁ - Click Here Trend

author img

By ETV Bharat Odisha Team

Published : Mar 31, 2024, 9:38 PM IST

ଆସନ୍ତୁ ଜାଣିବା 'Click here' କ'ଣ ?
ଆସନ୍ତୁ ଜାଣିବା 'Click here' କ'ଣ ?

Click Here Trend: ଆପଣ 'Click here'କୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି କି ? ଏଥିରେ କୌଣସି ଠକାମିର ଶିକାର ହେବାର ଉଦ୍ଦେଶ୍ୟ ରହିଛି କି ? ଆସନ୍ତୁ ଜାଣିବା । ଅଧିକ ପଢନ୍ତୁ

ହାଇଦ୍ରାବାଦ: 'Click here' କ'ଣ ? ବର୍ତ୍ତମାନ ସାମଜିକ ଗଣମଧ୍ୟମ ଏକ୍ସ ହ୍ୟାଣ୍ଡେଲରେ ଏକ 'Click here' ପୋଷ୍ଟ ଟ୍ରେଣ୍ଡିଂ କରୁଥିବା ଦେଖିବାକୁ ମିଳୁଛି । ଏକ୍ସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ ତୀର ଚିହ୍ନ ଥିବା ସହ କ୍ଲିକ ହିଅର ଲେଖା ଯାଇଥିବା ପୋଷ୍ଟ ଦେଖିବାକୁ ମିଳୁଛି । ଦେଶର ବିଭିନ୍ନ ରଜନୈତିକ ଦଳର ଏକ୍ସ ହ୍ୟାଣ୍ଡେଲରେ ଏହି ପୋଷ୍ଟ ଦେଖିବାରୁ ମିଳୁଛି । ଯାହାକୁ ନେଇ ଦ୍ବନ୍ଦ୍ବରେ ୟୁଜର୍ସ । ତେବେ ସମସ୍ତ ୟୁଜର୍ସଙ୍କ ମନରେ ଗୋଟିଏ ପ୍ରଶ୍ନ କ୍ଲିକ ହିଅର କ'ଣ ? ଆସନ୍ତୁ ଜାଣିବା

'କ୍ଲିକ ହିଅର'ର ଓଡ଼ିଆ ଅର୍ଥ ହେଲା ଏଠାରେ 'କ୍ଲିକ କରନ୍ତୁ' । ଏହା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ଫିଚର । ଯାହା ଏକ୍ସ ୨୦୧୬ ମସିହାରେ ଉନ୍ମୋଚନ କରିଥିଲା । ଯେଉଁଥିରେ 'ଏଠାରେ କ୍ଲିକ୍' ବଡ କଳା ଅକ୍ଷରରେ ଲେଖାଯାଇଛି । ଏହାସହ ଏକ ତୀର ଚିହ୍ନ ମଧ୍ୟ ରହିଛି । ଏହାର ବାମ ପାର୍ଶ୍ବରେ ହାଲୁକା ଧଳା ରଙ୍ଗରେ '+Alt' ଲେଖାଯାଇଛି । ଆପଣ '+Alt' ଉପରେ କ୍ଲିକ୍ କରିବା ମାତ୍ରେ ଏକ ମେସେଜ୍ କିମ୍ବା କ୍ୟାପସନ୍ ଦେଖାଯିବ । ଉଦାହରଣ ସ୍ବରୂପ ବିଜେପି ଏହି 'କ୍ଲିକ ହିଅର' ସେୟାର କରିଛି । ଏଠାରେ 'ପ୍ଲସ ଅଲଟ୍‌' ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ 'ପୁଣି ଥରେ ମୋଦି ସରକାର' ଦେଖାଯିବ । ଯେପର୍ଯ୍ୟନ୍ତ ଆପଣ ଏହି '+Alt' ଉପରେ କ୍ଲିକ ନ କରନ୍ତି, ଏହା ପଛରେ ଥିବା ବାର୍ତ୍ତା କିମ୍ବା କ୍ୟାପସନ୍ ଆପଣଙ୍କୁ ଦେଖାଯିବ ନାହିଁ ।

ଆସନ୍ତୁ ଜାଣିବା ଏଥିରେ କ'ଣ ସବୁ ସୁବିଧା ରହିଛି:- ଏଥିରେ ଆପଣ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ କିଛି ଲେଖିପାରନ୍ତି କିମ୍ବା ଏକ ହଜାର ୱାର୍ଡରେ କୌଣସି ବାର୍ତ୍ତା ପ୍ରଦାନ କରିପାରିବେ । ଏକ୍ସ ୟୁଜର୍ସମାନେ 'କ୍ଲିକ ହିଅର' କ୍ଲିକ କରି ଆପଣଙ୍କ ପୋଷ୍ଟ ପଢି ପାରିବେ । ଏଥିରେ ଭିଡ଼ିଓ ପୋଷ୍ଟ କରିବାର ସୁବିଧା ନାହିଁ । ବର୍ତ୍ତମାନ ଦେଶରେ ନିର୍ବାଚନ ମାହୋଲ ରହିଥିବାରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଏହି ଧାରାକୁ ବ୍ୟବହାର କରୁଛନ୍ତି । ଭାରତୀୟ ଜନତା ପାର୍ଟି ସହିତ ଆମ୍ ଆଦମୀ ପାର୍ଟି, ଶିବସେନା ଏବଂ କଂଗ୍ରେସ ନିଜ ସାମାଜିକ ଗଣମାଧ୍ୟମରେ ଏହାକୁ ବ୍ୟବହାର କରୁଛନ୍ତି ।

ଏହା ବି ପଢନ୍ତୁ- ନିର୍ବାଚନୀ ବୈତରଣୀ ପାର୍‌ କରାଇବ ସୋସିଆଲ ମିଡିଆ ! ପ୍ରଚାରର ପାଲଟିଛି ନୂଆ ଟ୍ରେଣ୍ଡ

ଆପଣ ମଧ୍ୟ ଏଭଳି ପୋଷ୍ଟ କରିବାକୁ ଚାହୁଛନ୍ତି କି ?:- ତାହାଲେ ଆସନ୍ତୁ ଜାଣିବା କିଭଳି କରିବେ । ଯେତେବେଳେ ଆପଣ ଏକ୍ସରେ ପୋଷ୍ଟ କରିବାକୁ ଏକ ଫଟୋ ଅପଲୋଡ୍ କରନ୍ତି, ଆପଣ ଫଟୋ ପାଖରେ '+Alt' ଲେଖା ଯାଇଥିବା ଦେଖିବେ । '+Alt' ଉପରେ କ୍ଲିକ୍ କରି, ଆପଣ ଯେକୌଣସି କ୍ୟାପସନ୍ କିମ୍ବା ମେସେଜ୍ ଲେଖି ପାରିବେ । ଏହାପରେ ସେଭ କରି ପୋଷ୍ଟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.