ETV Bharat / technology

Pure Veg Fleet ବିବାଦ ପରେ ବଦଳିଲା ରଙ୍ଗ, ଏଣିକି ଏହି ରଙ୍ଗର ପୋଷାକ ପିନ୍ଧିବେ ଡେଲିଭରି ବୟ

author img

By ETV Bharat Odisha Team

Published : Mar 20, 2024, 10:52 AM IST

Pure Veg Fleet Row
Pure Veg Fleet Row

Pure Veg Fleet Row: 24 ଘଣ୍ଟା ମଧ୍ୟରେ ବଦଳିଲା ଜମାଟୋ ସିଇଓ ଦୀପିନ୍ଦର ଗୋୟଲଙ୍କ ମତ । Pure Veg Fleet ବିବାଦ ପରେ କହିଲେ ଏମିତି,

ହାଇଦ୍ରାବାଦ: ସାରା ଦେଶରେ ଅନଲାଇନ ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ଜୋମାଟୋର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଶାକାହାରୀ ଏବଂ ମାଂଶାହାରୀ ଖାଦ୍ୟ ଡେଲିଭରି ସମୟରେ ରଙ୍ଗରେ ପରିବର୍ତ୍ତନ କରି ଚର୍ଚ୍ଚାରେ ରହିଛି କମ୍ପାନୀ । ବାରମ୍ବାର ରଙ୍ଗରେ ପରିବର୍ତ୍ତନ କରି ସମାଲୋଚନାର ଶିକାର ହେଉଛନ୍ତି ଜମାଟୋ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ । ମଙ୍ଗଳବାର ଶାକାହାରୀ ଖାଦ୍ୟ ଡେଲିଭରୀ ସମୟରେ ସବୁଜ ରଙ୍ଗର ବକ୍ସ ଏବଂ ଡେଲିଭରି ବୟ ମଧ୍ୟ ସବୁଜ ରଙ୍ଗର ପୋଷାକ ପିନ୍ଧିବା ନେଇ ଘୋଷଣା କରିଥିବା ବେଳେ ଆଜି ପୁଣି ମତ ବଦଳାଇଛନ୍ତି । ତେବ ଭେଜ୍‌ ଏବଂ ନନଭେଜ୍ ଖାଦ୍ୟ ଡେଲିଭରି ସମୟରେ ନାଲି ରଙ୍ଗର ପୋଷାକ ପିନ୍ଧିବା ନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । Pure Veg Fleetକୁ ନେଇ ବିବାଦ ଉପୁଜିବା ପରେ ନିଷ୍ପତ୍ତି ବଦଳାଇଛନ୍ତି ଗୋୟଲ ।

ଜମାଟୋ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ମଙ୍ଗଳବାର ନୂଆ ସର୍ଭିସ ବିଷୟରେ ସୂଚନା ଦେଇ କହିଥିଲେ, "କମ୍ପାନୀ ଶୁଦ୍ଧ ଶାକାହାରୀ କଷ୍ଟମରଙ୍କ ପାଇଁ Pure Veg Fleet ଆରମ୍ଭ କରିବାକୁ ଯାଉଛି । ଏହି ସେବା ଶୁଦ୍ଧ ଶାକାହାରୀଙ୍କୁ ବେଶ୍ ସୁହାଇବ ବୋଲି ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଦିପିନ୍ଦର ଗୋଏଲ କହିଛନ୍ତି, "ସାରା ବିଶ୍ବରେ ଅଧିକ ଶାକାହାରୀ ଲୋକ କେବଳ ଭାରତରେ ରହିଛନ୍ତି । ଆମେ କେବଳ ମତାମତ ଆଧାରରେ ଏହି ନୂତନ ସେବା ଆରମ୍ଭ କରିବାକୁ ଯାଉଛୁ । ବର୍ତ୍ତମାନ ଡେଲିଭରି ବକ୍ସର ରଙ୍ଗରେ ମଧ୍ୟ ପରିବର୍ତ୍ତନ ହେବ । ଶାକାହାରୀ ଖାଦ୍ୟ ପାଇଁ ବକ୍ସର ରଙ୍ଗ ନାଲି ବଦଳରେ ସବୁଜ ରହିବ । ଏହାସହିତ ଡେଲିଭରି ବୟଙ୍କ ପୋଷକର ରଙ୍ଗରେ ମଧ୍ୟ ପରିବର୍ତ୍ତନ କରାଯାଇ ସବୁଜ ରଙ୍ଗ କରାଯିବ ।"

ଏହା ମଧ୍ୟ ପଢନ୍ତୁ: ସେପ୍ଟେମ୍ବର ୧୭ରୁ ଜୋମାଟୋର Grocery Delivery ସେବା ବନ୍ଦ

ଏହାପରେ ଆଜି ନିଜ ମତ ବଦଳାଇ ପୋଷ୍ଟ କରି କହିଛନ୍ତି, "ଖାଦ୍ୟ ଡେଲିଭରି ସମୟରେ ଡ୍ରେସ କୋର୍ଡରେ କୌଣସି ପରିବର୍ତ୍ତନ ହେବ ନାହିଁ । କେବଳ ସମରୀରରେ ହିଁ ଦର୍ଶାଯିବ କେଉଁ ପ୍ରକାର ଖାଦ୍ୟ ଡେଲିଭରି ହେବ । Pure Veg Fleetକୁ ନେଇ ବିବାଦ ଦେଖାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସମସ୍ତେ ନାଲି ରଙ୍ଗର ପୋଷାକ ପିନ୍ଧିବେ । ପୋଷକର ରଙ୍ଗ ଦେଖି ଅସୁବିଧାର ସାମ୍ନା କରିପାରନ୍ତି ଡେଲିଭରି ବୟ । ଏଭଳି ହେବା ଠିକ ହେବ ନାହିଁ । ଆମ ଡେଲିଭରି ବୟଙ୍କର ଶାରୀରିକ ନିରାପତ୍ତା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଗତ ରାତିରେ ଏହି ବିଷୟରେ କହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆମେ ସେବା ଜାରି ରଖିବା ପାଇଁ ଆଗ୍ରହୀ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.