ETV Bharat / state

ମୋବାଇଲ ପାଇଁ ଯୁବକଙ୍କୁ ହତ୍ୟା, ମାଟି ତଳୁ ଉଦ୍ଧାର ହେଲା ମୃତଦେହ

author img

By ETV Bharat Odisha Team

Published : Mar 14, 2024, 11:41 AM IST

Youth Killed for Mobile
Youth Killed for Mobile

Youth Killed for Mobile: ମୋବାଇଲ ପାଇଁ ଯୁବକଙ୍କୁ ହତ୍ୟା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ସମ୍ବଲପୁର: ମୋବାଇଲ ପାଇଁ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା କରି ମାଟି ତଳେ ପୋତିଦେଲେ ଦୁଇ ଅଭିଯୁକ୍ତ । ହତ୍ୟାକାଣ୍ଡର 6 ଦିନ ପରେ ଉଦ୍ଧାର ହେଲା ମୃତଦେହ । ଏଭଳି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ବ୍ଲକ କତରବଗା ଥାନା ଅନ୍ତର୍ଗତ କତରବଗା ଜଙ୍ଗଲରେ । ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଫିରୋଜ । ମୋବାଇଲ ଟ୍ରାକିଂ କରି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କତରବଗା ଗ୍ରାମର ବିରେଶ ବଢ଼େଇ ଓ ଜଣେ ନାବାଳକ । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସମ୍ବଲପୁର ସଦର ଏସଡିପିଓ ତୋଫାନ ବାଗଙ୍କ କହିଛନ୍ତି, ''ଗତ ୮ ତାରିଖରେ ଶାସନ ଥାନାରେ ମହମ୍ମଦ ଫିରୋଜ ନାମକ ଜଣେ ଯୁବକଙ୍କ ନିଖୋଜ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ମୋବାଇଲ ଟ୍ରାକିଂ କରି ଫିରୋଜଙ୍କ ମୋବାଇଲ କ୍ରୟ କରିଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥିଲା । ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଅଭିଯୁକ୍ତ ନାବାଳକ ଓ ବିରେଶକୁ ଗିରଫ କରିଥିଲା ପୋଲିସ । ଉଭୟ ଫିରୋଜକୁ ହତ୍ୟା କରିଥିବା ସ୍ବୀକାର କରିଥିଲେ । ସେମାନଙ୍କ ନିକଟରୁ ମୃତ ଫିରୋଜଙ୍କ ମୋବାଇଲ ଓ ମୋପେଡକୁ ପୋଲିସ ଜବତ କରିଛି । ଅଭିଯୁକ୍ତ ଦ୍ବୟ ଫିରୋଜଙ୍କୁ ବଡ଼ପାଟେନ ଜଙ୍ଗଲ ମଧ୍ୟରେ ହତ୍ୟା ପରେ ପୋତି ଦେଇଥିଲେ । ପଚାରଉଚରା ପରେ ଏହା ଜଣାପଡିବାରୁ ମୃତଦେହକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗତକାଲି ଉଦ୍ଧାର କରିଛି ପୋଲିସ । ଏହାକୁ ନେଇ କତରବଗା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରିଥିବା ବେଳେ ବିରେଶକୁ ଚୋର୍ଟ ଚାଲାଣ କରିଛି ।''

ଏହା ମଧ୍ୟ ପଢନ୍ତୁ-ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 2 ଅଭିଯୁକ୍ତ ମୃତକଙ୍କୁ କଲ୍ କରି ଲୁହା ବିକ୍ରି କରିବାକୁ କତରବଗାକୁ ଡାକିଥିଲେ । ଫିରୋଜ ମୋପେଡ ଯୋଗେ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଦ୍ବୟ ତାଙ୍କୁ ଗଡ଼ପାଟେନ ଜଙ୍ଗଲ ମଧ୍ୟକୁ ଡାକି ନେଇଥିଲେ । ସେ ଏକ ଦାମୀ ଫୋନ ଧରିଥିବାରୁ ତାହା ଛଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ବିଫଳ ହେବାରୁ ବିରେଶ ଏକ ବାଡ଼ିରେ ଫିରୋଜଙ୍କୁ ଆକ୍ରମଣ କରିଥିଲା ।

ପ୍ରାଣ ବିକଳରେ ଜୀବନ ବଞ୍ଚାଇ ଦୌଡ଼ି ପଳାଇବାକୁ ଫିରୋଜ ଉଦ୍ୟମ କରିଥିବା ବେଳେ ଏକ ଖାଲରେ ପଡ଼ି ଯାଇଥିଲେ । ଏହାର ସୁଯୋଗ ନେଇ 2 ଅଭିଯୁକ୍ତ ଫିରୋଜଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଖାଲରେ ପୋତି ଦେଇଥିଲେ । ଏହାପରେ ମୃତକର ମୋପେଡ ଗାଡିକୁ ଲୁଚାଇ ଦେଇ ମୋବାଇଲକୁ ନେଇଯାଇଥିଲେ । ଏଥିରୁ ସିମକାର୍ଡ କାଢ଼ି ଦେଇ ମୋବାଇଲକୁ ବିକ୍ରି କରିଦେଇଥିଲେ । ଯାହାକୁ ଟ୍ରାକିଂ କରି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ପୋଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.