ETV Bharat / state

ବଜ୍ରପାତରେ ଜିଅନ୍ତା ଜଳିଗଲେ ଯୁବକ, ଜଣେ ଗୁରୁତର

author img

By ETV Bharat Odisha Team

Published : Mar 18, 2024, 3:56 PM IST

Youth Burnt Alive
Youth Burnt Alive

Youth Burnt Alive: ବାଲେଶ୍ବରରେ ବର୍ଷା ସାଙ୍ଗକୁ ଘଡଘଡି । ବଜ୍ରପାତରେ ଜିଅନ୍ତା ଜଲିଗଲେ ଯୁବକ । ଅଧିକ ପଢନ୍ତୁ

Youth Burnt Alive

ବାଲେଶ୍ବର: କାଳବୈଶାଖୀ ପ୍ରଭାବରେ ବାଲେଶ୍ବରରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି । ଚିଙ୍ଗୁଡି ଘେରିକୁ ଯାଇଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ । ବଜ୍ରପାତରେ ଜିଅନ୍ତା ଜଲିଗଲେ ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ । ମୃତକ ଜଣଙ୍କ ହେଉଛନ୍ତି ଟୁକୁରୀ ହାଜିରା ପଞ୍ଚାୟତର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ । ସେହିପରି ବଜ୍ରପାତରେ ଅନ୍ୟ ଜଣେ ଯୁବକ ଗୁରୁତର ଥିବା ସୂଚନା ମିଳିଛି । ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣଙ୍କ ହେଉଛନ୍ତି ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ପୁଅ ।

ଏହା ମଧ୍ୟ ପଢନ୍ତୁ-୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ !

କାଳବୈଶାଖୀ ଯୋଗୁଁ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆଜି ଭୋଗରାଇ ବ୍ଲକରେ ସକାଳୁ ସକାଳୁ ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହୋଇଥିଲା । ସେହି ସମୟରେ ମୃତକ ରଞ୍ଜନ ଚିଙ୍ଗୁଡ଼ି ଘେରିକୁ ଯାଇଥିଲେ । ବର୍ଷା ହେବାରୁ ସେଠାରେ ଥିବା ଏକ ଚାଳ ଘରେ ଆଶ୍ରୟ ନେଇଥିଲେ । ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ କୁଡିଆ ସାଙ୍ଗକୁ ଯୁବକ ଜଣଙ୍କ ଘଟମାସ୍ଥଳରେ ଜିଅନ୍ତା ଜଳିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବଜ୍ରପାତ ମୃତ୍ୟୁ ରୋକିବାକୁ ଗାଁରେ ଲାଗିବ ତାଳ ଗଛ, ପ୍ରସ୍ତାବ ଦେଲା OUAT

ସେହିପରି ବର୍ଷା ସମୟରେ ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ପୁଅ ମୋବାଇଲ ଦେଖୁଥିଲେ । ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ମୃତ ଆହତଙ୍କ ପରିବାର ଲୋକେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ରାଜ୍ୟରେ 4 ଦିନ ଯାଏଁ ବର୍ଷା ଓ ପ୍ରଚଣ୍ଡ ବଜ୍ରପାତ ସମ୍ଭାବନା ନେଇ ରବିବାର ସତର୍କତା ଜାରି କରିଥିଲେ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଆଜି ସକାଳୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି । ୧୯ ତାରିଖରେ ଅଧିକ ବର୍ଷା ସମ୍ବାବନା ଥିବାରୁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.