ETV Bharat / state

ମନିପର୍ସକୁ ନେଇ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, 2 ଅଟକ

author img

By ETV Bharat Odisha Team

Published : Mar 3, 2024, 10:42 PM IST

Baripada Murder Case: ମନିପର୍ସକୁ ପାଇଁ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ବାରିପଦା ନଗଡିଆ ଅଞ୍ଚଳର ପଦ୍ମଲୋଚନ ମୁଖିଙ୍କ ୨୫ବର୍ଷର ପୁଅ ରାମ ମୁଖି । ଅଧିକ ପଢନ୍ତୁ

ମୋନିପର୍ସକୁ ନେଇ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା , ଦୁଇ ଅଟକ
ମୋନିପର୍ସକୁ ନେଇ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା , ଦୁଇ ଅଟକ

ମୋନିପର୍ସକୁ ନେଇ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା , ଦୁଇ ଅଟକ

ରାଇରଙ୍ଗପୁର: ମନିପର୍ସକୁ ନେଇ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ତେବେ ରାସ୍ତାରେ ପଡ଼ିଥିବା ଏକ ମନିପର୍ସକୁ ନେଇ କିଛି ଯୁବକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୁନଗଡ଼ିଆ ଅଞ୍ଚଳର ଟିବି ହସ୍ପିଟାଲ ଛକରେ ଘଟିଯାଇଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ଜଣକ ହେଲେ ଶୁନଗଡିଆ ଅଞ୍ଚଳର ପଦ୍ମଲୋଚନ ମୁଖିଙ୍କ ୨୫ବର୍ଷର ପୁଅ ରାମ ମୁଖି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଅଭିଯୋଗ ଅନୁଯାୟୀ, ଶୁନଗଡିଆ ଅଞ୍ଚଳର ରାମ ମୁଖୀ ଏବଂ ତାଙ୍କର ଦୁଇ ଭାଇ ନିକଟସ୍ଥ ପୋଖରୀ ଯିବା ରାସ୍ତାରେ ଏକ ମନିପର୍ସ ପାଇଥିଲେ । ସେହି ମନିପର୍ସରେ ୫୫୦ ଟଙ୍କା ଥିଲା । ତାହାକୁ ନେଇ ରାମ ଘରକୁ ଫେରି ଆସିଥିଲେ । ପରେ ପରେ କିଛି ଯୁବକ ଶୁନଗଡିଆ ଅଞ୍ଚଳକୁ ଆସି ମନିପର୍ସଟି ତାଙ୍କର ବୋଲି କହିବା ସହ ୧୩୦୦ ଟଙ୍କା ଥିବା କହି ତାହା ଫେରାଇବାକୁ କହିଥିଲେ । ହେଲେ ପର୍ସରେ ୫୫୦ ଟଙ୍କା ଥିବା ରାମ କହିଲା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ଯୁବକମାନେ ରାମଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ରାମଙ୍କ ଭଉଣୀ ସମେତ ପରିବାରର ପାଞ୍ଚ ଜଣ ଆହତ ହୋଇଥିଲେ ।

ଏହାପରେ ରାମଙ୍କ ପରିବାର ଲୋକେ ମେଡ଼ିକାଲରେ ଯାଇ ଚିକିତ୍ସିତ ହୋଇଥିଲେ । ତେବେ ମେଡିକାଲରୁ ଫେରିବା ପରେ ପୁଣି ଆକ୍ରମଣକାରୀ ମାନେ ରାମଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ଅଭିଯୁକ୍ତମାନେ ସେଠାରୁ ଖସି ପଳାଇବା ପରେ ପରିବାର ଲୋକେ ରାମକୁ ନେଇ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....କେନ୍ଦ୍ରାପଡାରେ ଚାଞ୍ଚଲ୍ୟ; ଗୋଟିଏ ପରିବାରର 3 ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ତେବେ ଏ ସମ୍ପର୍କରେ ବାରିପଦା ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । କିନ୍ତୁ ପୋଲିସ କିଛି ସମୟ ବିଳମ୍ବରେ ଆସିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେପଟେ ମୃତକଙ୍କ ପରିବାର ଲୋକେ ଥାନା ସମ୍ମୁଖରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଥାନା ପରିସରକୁ ବୋତଲ ଓ ପଥର ଫୋପାଡ଼ି ଥିଲେ । ଏଥି ସହିତ ଟାଉନ ଥାନା ମଧ୍ୟକୁ ଧସେଇ ପଶିବାକୁ ଚେଷ୍ଟା କରିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ବାରିପଦା ଟାଉନ ଥାନା ଅଧିକାରୀ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ମୃତକଙ୍କ ପରିବାର ଲୋକଙ୍କୁ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଉକ୍ତ ଘଟଣାରେ ବାରିପଦା ଟାଉନ ଥାନାରେ ଉଭୟ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରା ଯାଇଥିବା ବେଳେ ପୋଲିସ ଦୁଇ ଜଣ ଯୁବକଙ୍କୁ ଅଟକ ।

ଇଟିଭି ଭାରତ, ମୟୂରଭଞ୍ଜ

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.