ETV Bharat / state

କଂସ ବଧ ସହ ଧନୁଯାତ୍ରାରେ ପଡିଲା ଯବନିକା, ପୁଣି ଆରବର୍ଷକୁ ଅପେକ୍ଷା

author img

By ETV Bharat Odisha Team

Published : Jan 26, 2024, 1:44 PM IST

Bargarh Danu Yatra 2024
କଂସ ବଧ ସହିତ ଶେଷ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

Bargarh Danu Yatra 2024: କଂସ ବଧ ସହ ଶେଷ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି, ବିରହ ଓ ଅନ୍ୟାୟ , ଅନୀତି ଓ ଅତ୍ୟାଚାରକୁ ହରାଇ ବିଜୟ କାହାଣୀକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିବା ପରେ ଶେଷ ହୋଇଛି । ଅଧିକ ପଢନ୍ତୁ

କଂସ ବଧ ସହିତ ଶେଷ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ: କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି ଓ ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦୀର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟର ବାର୍ତ୍ତା ନେଇ ଶେଷ ହୋଇଛି । ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।

ଗତ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂର୍ଣ୍ଣମୀ ଦିନ ସମାପ୍ତ ହୋଇଛି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣବଳରାମ ମଥୁରାର ଭ୍ରମଣ କରି ମହାରାଜ କଂସଙ୍କ ଧନୁଯାତ୍ରାରେ ପହଞ୍ଚିଥିଲେ । ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାରର ସମସ୍ତ ଦ୍ୱାରରେ ବଡ଼ ବଡ଼ ଯୋଦ୍ଧା ନିୟୋଜିତ ଥିଲେ । ପ୍ରଥମ ଦ୍ୱାରରେ କୁବଳୟା ହସ୍ତୀ ଥିବା ବେଳେ ତାକୁ ବଧ କରିଥିଲେ କୃଷ୍ଣ ଓ ବଳରାମ । ଜଣକ ପରେ ଜଣକୁ ବଧ କରିବା ପରେ ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିଙ୍କ ନିକଟରେ କୃଷ୍ଣ ବଳରାମ ପହଞ୍ଚିଥିଲେ । ଏହାପରେ ଭଗବାନ କୃଷ୍ଣଙ୍କ ପାଖରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିଙ୍କ ଆତ୍ମ ସମର୍ପଣ କରିଥିଲେ । ଏହି ଦୃଶ୍ୟ ଥିଲା ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । ଏଥିସହ ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ବୋଲି ଭଗବାନ ଶ୍ରୀକୃଷ୍ଣ ପ୍ରମାଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଦଶମ ଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ମଥୁରାରେ କୃଷ୍ଣଙ୍କ ଲୀଳା

ତେବେ ଭଗବାନଙ୍କ ହାତରେ କଂସ ବଧ ହେବାପରେ ମଥୁରାରେ ଦେଖା ଯାଇଥିଲା ଉତ୍ସବର ମାହୋଲ । କୃଷ୍ଣ ବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସକୁ ବଧ କରି ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତ କରିଥିଲେ । ଏହାପରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗୃହକୁ ଯାଇ ଦେବକୀ ଓ ବାସୁଦେବଙ୍କୁ ମୁକ୍ତ କରିଥିବା ବେଳେ ମହାରାଜା ଉଗ୍ରସେନ ଙ୍କ ରାଜ୍ୟାଭିଷେକ କରାଇଛନ୍ତି । ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ଜନସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଇଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏର ବାର୍ତ୍ତା ପ୍ରଦାନ କରିଥିଲା । ତେବେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ଧନୁଯାତ୍ରା ଶେଷ ହୋଇଥିବା ବେଳେ ଏହାକୁ ପୁଣି ଆର ବର୍ଷକୁ ଅନେଇ ରହିଛନ୍ତି ସ୍ଥାନୀୟଲୋକେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.