ETV Bharat / state

ଦଶମ ଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ମଥୁରାରେ କୃଷ୍ଣଙ୍କ ଲୀଳା

author img

By ETV Bharat Odisha Team

Published : Jan 25, 2024, 10:53 PM IST

ଦଶମ ଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ମଥୁରାରେ କୃଷ୍ଣଙ୍କ ଲୀଳା
ଦଶମ ଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ମଥୁରାରେ କୃଷ୍ଣଙ୍କ ଲୀଳା

Baragarh Dhanu Yatra: ମଥୁରାରେ ପହଞ୍ଚିଲେ କୃଷ୍ଣ ଏବଂ ବଳରାମ । ସୁଦାମା ମାଳି ସହ ଭେଟ , ଅସୁନ୍ଧରୀ କୁବୁଜା ସୁନ୍ଧରୀ ନାରୀରେ ପରିଣତ । ସ୍ବପ୍ନ ଦେଖି ବ୍ୟତିବ୍ୟସ୍ତ ମହାରାଜ କଂସ । ଅଧିକ ପଢନ୍ତୁ

ଦଶମ ଦିନରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ମଥୁରାରେ କୃଷ୍ଣଙ୍କ ଲୀଳା

ବରଗଡ଼: ଧନୁଯାତ୍ରାର ଦଶମ ଦିନରେ ମଥୁରାରେ ପହଞ୍ଚିଲେ ବନ ବିାହରୀ । ପ୍ରଭୁଙ୍କ ଦର୍ଶନ ପାଇଁ ମଥୁରାବାସୀ ତଥା ଭକ୍ତଙ୍କ ଭିତରେ ଖେଳିଯାଇଛି ଆନନ୍ଦ ଓ ଉତ୍ସାହ । ମଥୁରାରେ ପ୍ରଭୁଙ୍କ ଭବ୍ୟ ସ୍ବାଗତ ପାଇଁ ହରିବୋଲ ଧ୍ବନୀ , ହୁଳହୁଳି ଆଉ ପୂଜାର୍ଚ୍ଚାନର ମାହୋଲ ଚାରିଆଡ଼େ ଲାଗିରହିଛି । ସୁଦାମାମାଳି ସହ ଭେଟ , ଅସୁନ୍ଧରୀ କୁବୁଜାକୁ ପ୍ରଭୁ ହାତରେ ସ୍ବର୍ଶ କରି ଉଦ୍ଧାର କରିଥିଲେ । ସେପଟେ କଂସ ମହାରାଜଙ୍କ ମଥୁରା ନଗର ଭ୍ରମଣ ଓ ରଙ୍ଗମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ରାଜମହଲରେ ରାତ୍ରି ନିଦ୍ରାରେ ଥିବାବେଳେ କୃଷ୍ଣଙ୍କ ହାତରେ ମହାରାଜା କଂସଙ୍କ ବଦ୍ଧ ହେବାର ସ୍ବପ୍ନ ଦେଖି ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି କଂସ ମହାରାଜ ।

କୃଷ୍ଣ ବଳରାମଙ୍କୁ ହତ୍ୟା କରିବାକୁ କପଟର ଯାତ୍ରା ଧନୁଯାତ୍ରା କରାଇଛନ୍ତି ମହାରାଜ କଂସ । ଏଥିପାଇଁ ଅକ୍ରୁରଙ୍କ ଦ୍ଵାରା କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଗୋପପୁରରୁ ମଥୁରାକୁ ଆଣିବାରେ ସଫଳ ହୋଇଛନ୍ତି ମହାରାଜ କଂସ । ତେବେ ମଥୁରାରେ ପହଞ୍ଚିଛନ୍ତି କୃଷ୍ଣ ଓ ବଳରାମ ଦୁଇ ଭାଇ କରିଥିଲେ ମଥୁରା ଭ୍ରମଣ । ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା ଏବଂ ପରେ କୃଷ୍ଣପ୍ରେମୀ କୁବୁଜାଙ୍କ ସହ ଦେଖା ହୋଇଥିଲା । ଅସୁନ୍ଧରୀ କୁବୁଜାକୁ ପ୍ରଭୁ ହାତରେ ସ୍ବର୍ଶ କରି ଉଦ୍ଧାର କରିବା ସହ ଏକ ସୁନ୍ଧରୀ ନାରୀରେ ପରିଣତ କରିଥିଲେ । ବରଗଡ଼ର ଉପଜିଲ୍ଲାପାଳଙ୍କ ବାସଭବନରେ ଶ୍ରୀକୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଭବ୍ୟ ସ୍ଵାଗତ କରାଯାଇ ପୂଜାର୍ଚ୍ଚନା କରଯାଇଥିଲା ।

ସେପଟେ ମହାରାଜା କଂସ ନଗର ଭ୍ରମଣ କରିବା ସହ କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ହତ୍ୟା କରିବାର ଖୁସିରେ ରଙ୍ଗ ମହଲରେ ନାଚଗୀତର ମଜା ଉଠାଇଥିଲେ । ମହାରାଜା କଂସ ରାଜ ଦରବାରକୁ ପହଞ୍ଚି ନ୍ୟାୟ ବିଚାର କରିଥିଲେ । ଏହାପରେ ମହାରାଜା କଂସ ରାତ୍ରୀନିଦ୍ରାରେ ଥିବାବେଳେ ସ୍ବପ୍ନରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ହଠାତ୍ ନିଦରୁ ଉଠି ପଡ଼ି ନିଜ ମନ୍ତ୍ରୀ ପରିଷଦକୁ ଜଣାଇଛନ୍ତି । ହେଲେ ମନ୍ତ୍ରୀ ଓ ସେନାପତି ମହାରାଜା କଂସଙ୍କୁ ଆଶ୍ବସ୍ତି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଧନୁଯାତ୍ରାର ନବମ ଦିନ; କୃଷ୍ଣ ବଳାରାମଙ୍କୁ ମଥୁରା ନେଇ ଆସିଲେ ଅକୃର, ଶୋକାକୁଳ ହେଲା ଗୋପପୁର

ତେବେ ଅପେକ୍ଷା କେବଳ ସେହି ମୁହୁର୍ତ୍ତକୁ କେତେ ବେଳେ ନନ୍ଦକୁମାରଙ୍କୁ ନିଧନ କରିବେ । ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ , କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ ଆଦିଅଷ୍ଟମଲ୍ଲ ବଧ , ଶିବଧନୁ ଭଗ୍ନ , କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟଭିଷେକ ମଥୁରା କାରାଗାରରୁ ଦେବକୀ ଏବଂ ବସୁଦେବଙ୍କୁ ମୁକ୍ତି । କଂସ ମୃତ୍ୟୁରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.