ETV Bharat / state

ପିଇବା ପାଣି ପାଇଁ ତାତିଲେ ମହିଳା, ବାଲିକୁଦା ବ୍ଲକରେ ଉତ୍କଟ ରୂପ ନେଉଛି ଜଳ ସମସ୍ୟା

author img

By ETV Bharat Odisha Team

Published : Feb 5, 2024, 10:18 PM IST

ପିଇବା ପାଣି ପାଇଁ ତାତିଲେ ମହିଳା , ବାଲିକୁଦା ବ୍ଲକରେ ଉତ୍କଟ ରୂପ ନେଉଛି ଜଳ ସମସ୍ୟା
ପିଇବା ପାଣି ପାଇଁ ତାତିଲେ ମହିଳା , ବାଲିକୁଦା ବ୍ଲକରେ ଉତ୍କଟ ରୂପ ନେଉଛି ଜଳ ସମସ୍ୟା

Women Protest On Water Problem: ଖରା ଦିନ ଆରମ୍ଭ ନ ହେଉଣୁ ପିଇବା ପାଣି ପାଇଁ ଡହଳ ବିକଳ । ବାଲିକୁଦା ବ୍ଲକ ଅନ୍ତର୍ଗତ ନାହରଣା, ଓସକଣା, ନୂଆ ଗାଁ, ଅନନ୍ତପୁର ଆଦି ପଞ୍ଚାୟତରେ ପାଣି ପାଇଁ ହନ୍ତସନ୍ତ ଲୋକେ । ଅଧିକ ପଢନ୍ତୁ

ପିଇବା ପାଣି ପାଇଁ ତାତିଲେ ମହିଳା , ବାଲିକୁଦା ବ୍ଲକରେ ଉତ୍କଟ ରୂପ ନେଉଛି ଜଳ ସମସ୍ୟା

ଜଗତସିଂହପୁର: ଜିଲ୍ଲା ବାଲିକୁଦା ବ୍ଲକ ଅଞ୍ଚଳରେ ପିଇବା ପାଣିକୁ ନେଇ ତାତିଲେ ମହିଳା । ଶହଶହ ମହିଳା ହାଣ୍ଡି, ମାଠିଆ ଧରି ରାସ୍ତା ଅବରୋଧ କରିଛନ୍ତି । ଯାହାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଖରା ଦିନ ଆରମ୍ଭ ନ ହେଉଣୁ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ଅଭିଯୋଗ କରିଛନ୍ତି । ଜଳ କଷ୍ଟ ପ୍ରତି ପ୍ରସାଶନ ଦୃଷ୍ଟି ଦେଉନଥିବା ଅଭିଯୋଗ ।

ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ନାହରଣା, ଓସକଣା, ନୂଆ ଗାଁ, ଅନନ୍ତ ପୁର ଆଦି ପଞ୍ଚାୟତରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏହିସବୁ ପଞ୍ଚାୟତର ଭୂତଳ ଜଳ ଲୁଣା ଓ ଆଇରନ ଯୁକ୍ତ ରହୁଥିବାରୁ ଏହା ବ୍ୟବହାର ଯୋଗ୍ୟ ହେଉନାହିଁ । ଫଳରେ ଲୋକେ ପାଣି ପାଇଁ ସମସ୍ୟାରେ ପଡୁଛନ୍ତି । ରାଜ୍ୟ ସରକାରଙ୍କ ପାନୀୟ ଜଳ ବିଭାଗକୁ ଏସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ସମୁଦ୍ର ତଟବର୍ତ୍ତୀ ଗାଁଗୁଡିକରେ ପାଣି ଯୋଗାଇ ଆସୁଥିବାବେଳେ କିଛିଦିନ ହେବ ପାଣି ଟ୍ୟାଙ୍କର ଆସିବା ବନ୍ଦ ହୋଇଯାଇଛି । ଫଳରେ ନହରଣା, ନୂଆଗାଁ, ଓସକଣା ଅନନ୍ତପୁର ଆଦି ଅଞ୍ଚଳର ଲୋକେ ପିଇବା ପାଣି ପାଇଁ ସମସ୍ୟା ଭୋଗୁଛନ୍ତି । ଆଜି ଏହିସବୁ ପଞ୍ଚାୟତର ଶତାଧିକ ମହିଳା ଏକାଠି ହୋଇ ନହରଣା-ନୂଆଗାଁ ରାସ୍ତାକୁ ଅବରୋଧ କରିଥିଲେ ।ଏହି ଘଟଣାର ଖବର ପାଇ ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିଥିଲା । ତେବେ ପାଣି ନ ମିଳିଲେ ରାସ୍ତାରୁ ହଟିବେ ନାହିଁ ବୋଲି ରୋକଠୋକ କହିଥିଲେ । ଯାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ...ପାଣି ପାଇଁ ଦହଗଞ୍ଜ: ଏଥର ଜଳ ନାହିଁ ତ ଭୋଟ ନାହିଁ, ସଫାସଫା ଶୁଣାଇଲେ ମହିଳା

ବାଲିକୁଦା ବ୍ଲକର ଅଧାରୁ ଅଧିକ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ରହିଛି । ରାଜ୍ୟ ସରକାର ଗାଁ ଗାଁରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଥିବାବେଳେ ବାଲିକୁଦା ବ୍ଲକରେ ଏହା ଧର୍ମକୁ ଆଖିଠାର ସଦୃଶ ହୋଇଛି । ମହିଳାମାନେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ ମଧ୍ୟ କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ । ପୋଲିସ ବାଧ୍ୟ ହୋଇ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ । ଏହାପର ସରପଞ୍ଚ ଆସି ଧାରଣାରତ ମହିଳାମାନଙ୍କ ସହ ଆଲୋଚନା କରିଥିଲେ । ତେବେ ସନ୍ଧ୍ୟା ସୁଦ୍ଧା ପାଣି ଟ୍ୟାଙ୍କର ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେବାପରେ ମହିଳାମାନେ ରାସ୍ତା ରୋକରୁ ହଟିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.