ETV Bharat / state

ପାଣି ପାଇଁ ଦହଗଞ୍ଜ: ଏଥର ଜଳ ନାହିଁ ତ ଭୋଟ ନାହିଁ, ସଫାସଫା ଶୁଣାଇଲେ ମହିଳା

author img

By ETV Bharat Odisha Team

Published : Feb 4, 2024, 11:15 AM IST

Water problem in Baramunda village
30 ବର୍ଷ ହେଲା ଜଳ ସମସ୍ୟାରେ ଜୁଝି ହେଉଛନ୍ତି ବରିମୁଣ୍ଡବାସୀ

Water problem in Baramunda village: ଦୀର୍ଘ 30 ବର୍ଷ ହେଲା ଜଳ ସମସ୍ୟାରେ ଜୁଝି ହେଉଛନ୍ତି ପୁରୀ ଜିଲ୍ଲାର ବରିମୁଣ୍ଡ ଗ୍ରାମବାସୀ । ରାସ୍ତା ଅବରୋଧ କରି ଶତାଧିକ ମହିଳାମାନଙ୍କ ପ୍ରତିବାଦ । ଏଥର ପାଣି ନାହିଁ ତ ଭୋଟ ନାହିଁ ଚେତାବନୀ ଦେଲେ ମହିଳା । ଅଧିକ ପଢନ୍ତୁ

30 ବର୍ଷ ହେଲା ଜଳ ସମସ୍ୟାରେ ଜୁଝି ହେଉଛନ୍ତି ବରିମୁଣ୍ଡବାସୀ

ନିମାପଡା: 'ପାଣି ନାହିଁ ତ ଭୋଟ ନାହିଁ' । ରାଜରାସ୍ତାରେ ଗରା, ବାଲଟି ଧରି ମହିଳାମାନଙ୍କ ପ୍ରତିବାଦ । ଦୀର୍ଘ ବର୍ଷ ହେଲା ପାନୀୟ ସମସ୍ୟାରେ ଜୁଝି ହେଉଥିବା ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବରିମୁଣ୍ଡ ଗ୍ରାମବାସୀମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ପାନୀୟ ସମସ୍ୟାର ସମାଧାନ ନହେଲେ ଆଗାମୀ ସାଧାରଣ ନିର୍ବାଚନକୁ ବର୍ଜନ କରିବା ସହ କୌଣସି ରାଜନେତାଙ୍କୁ ଗ୍ରାମରେ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l

ରାଜ୍ୟ ସରକାରଙ୍କ ଦ୍ଵାରା ଅନେକ ଯୋଜନାମାନ ପ୍ରସ୍ତୁତ କରାଯାଉଥିବା ବେଳେ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ପାନୀୟ ଜଳ ଯୋଜନା କରାଯାଇଛି l କିନ୍ତୁ ଦୀର୍ଘ 30 ବର୍ଷ ହେଲା ଶୁଦ୍ଧ ପାଣି ପାଇଁ ସଂଘର୍ଷ କରିଆସୁଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତର ବରିମୁଣ୍ଡ ଗ୍ରାମବାସୀ l ବରିମୁଣ୍ଡ ଗ୍ରାମ ନିକଟରେ ବସୁଧା ଜଳ ଯୋଜନାରେ ଓଭର ହେର୍ଡ ଟ୍ୟାଙ୍କ ନିର୍ମାଣ କରାଯାଇଥିଲେ ଏବେ ସୁଦ୍ଧା ମଧ୍ୟ ବରିମୁଣ୍ଡ ଗ୍ରାମକୁ ପାଇପ ଲାଇନ୍ ପଡିନାହିଁ । ପାଣି ଟିକେ ପାଇଁ ଗ୍ରାମର ମହିଳାମାନେ ୩ କିଲୋମିଟର ଦୂରରେ ଥିବା ଏକ କାଦୁଅ ନଦୀ ଉପରେ ନିର୍ଭର କରିଥାନ୍ତି । ଘର ଠାରୁ ନଦୀର ଦୂରତ୍ୱ ୩ କିଲୋମିଟର ହୋଇଥିବା ବେଳେ ସନ୍ଧ୍ୟା ସମୟରେ ନଦୀକୁ ଯିବା ସୁରକ୍ଷିତ ହୋଇ ନଥାଏ l

ଏହାମଧ୍ୟ ପଢନ୍ତୁ.. ବର୍ଷା ହେଉକି ଶୀତ, ପାଣି ପାଇଁ ଡହଳବିକଳ ଲକ୍ଷ୍ମୀପୁରବାସୀ

ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବାରମ୍ବାର ଦାବି ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ଗ୍ରାମବାସୀ । ଶନିବାର ଦିନ ମହିଳା ଗ୍ରାମର ମୁଖ୍ୟ ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ଗରା, ବାଲଟି ଥୋଇ ଜୋରଦାର ପ୍ରତିବାଦ କରିଛନ୍ତି । ଯଦି ପାନୀୟ ଜଳ ସମସ୍ୟାର ସମାଧାନ ନହୁଏ ତେବେ ସାଧାରଣ ନିର୍ବାଚନକୁ ବର୍ଜନ କରିବା ସହ ଗ୍ରାମରେ କୌଣସି ଦଳର ନେତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି l

ଅନ୍ୟପଟେ ଏନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି," ଏହି ଅଞ୍ଚଳର ବରିମୁଣ୍ଡ ସହ କୋରାନା, ପାଞ୍ଚାଣା, କରମଙ୍ଗା, କଳାବୁଦା ଗ୍ରାମରେ ଜନସାଧାରଣ ବିଶୁଦ୍ଧ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ମୁଁ ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ସ୍ଥାନୀୟ ବିଧାୟକ, ମନ୍ତ୍ରୀଙ୍କୁ ଜଣାଇବା ସହିତ ଗୋପ ବ୍ଲକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇ ବିଫଳ ହେଲା ପରେ ରାଜ୍ୟ ସରକାରଙ୍କ ଅଧିନସ୍ଥ 5T ଅଧ୍ୟକ୍ଷଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି । ହେଲେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିଲା ନାହିଁ ।"

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.