ETV Bharat / state

ପାହାଡ଼ରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

author img

By ETV Bharat Odisha Team

Published : Mar 16, 2024, 11:43 AM IST

Hanging Dead Body Found From Singabali Hill
Hanging Dead Body Found From Singabali Hill

Hanging Dead Body Found From Singabali Hill: ପାହାଡ଼ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଅଧିକ ପଢନ୍ତୁ,

Women Hanging Dead Body Found From Singabali Hill in Kandhamal

ଫୁଲବାଣୀ: ସିଙ୍ଗାବାଲି ପାହାଡ଼ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନ ବାଲିପଦର ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ଦିଗାଲଙ୍କ ସ୍ତ୍ରୀ ମୀରା ଦିଗାଲ । ଜ୍ୱାଇଁ ସହଦେଵ ଦିଗାଲ ଯୌତୁକ ନିର୍ଯାତନା ଦେଇ ଝିଅକୁ ହତ୍ୟା କରିଥିବା ଗୋଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା ।

ଏହା ମଧ୍ୟ ପଢନ୍ତୁ-ଠିକାଦାର ଘରୁ ମିଳିଲା ନାବାଳିକାର ଝୁଲନ୍ତା ମୃତଦେହ

ପୋଲିସ ସୂଚନା ଅନୁସାରେ, ମୃତ ମହିଳା ଜଣକ ଆଠବର୍ଷ ତଳେ ବାଲିପଦର ଗାଁର ସ୍ୱର୍ଗତ ସାନି ଦିଗାଲ ଙ୍କ ସାନ ପୁଅ ସହଦେବ ଦିଗାଲଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଏକ ପୁଅ ଓ ଝିଅ ମଧ୍ୟ୍ୟ ଅଛନ୍ତି । ବୁଧବାର ସନ୍ଧ୍ୟା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ସ୍ୱାମୀ ସହଦେଵ ଦିଗାଲ ସ୍ତ୍ରୀ ମୀରା ଦିଗାଲକୁ ମାଡ଼ ମାରିଥିଲେ । ପରେ ମୃତ ମୀରା ଦିଗାଲ ଘରେ କାହାକୁ କିଛି ନକହି କୁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବାପରେ ମୀରାଙ୍କ କୌଣସି ପତ୍ତା ପାଇନଥିଲା । ତେବେ ବାଲିପଦର ଗାଁର କିଛି ଲୋକେ ଗତକାଲି ସିଙ୍ଗାବାଲି ପାହାଡ଼କୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ପାହାଡ଼ ଉପରେ ଥିବା ଏକ ଗଛରେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୋଛାପଡା ପୋଲିସକୁ ଖବର ଦେଇଥିଲେ ।

ଗୋଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ ଓ ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ରଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଯାଇଥିଲା । ଅନ୍ୟପଟେ ମୃତ ମହିଳାଙ୍କ ପିତା ବଟକରା ଦିଗାଲଙ୍କ ଅଭିଯୋଗ କ୍ରମେ ଗୋଛାପଡା ଥାନାରେ 52/2024 ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ମୃତ ମହିଳାଙ୍କ ସ୍ୱାମୀ ସହଦେଵ ଦିଗାଲକୁ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.