ETV Bharat / state

ବୃଦ୍ଧି ପାଉଛି ତାପମାତ୍ରା, ବିପଦରେ ବନ୍ୟଜନ୍ତୁ - Wildlife in danger in boudh

author img

By ETV Bharat Odisha Team

Published : Mar 31, 2024, 6:02 PM IST

ବୃଦ୍ଧି ପାଉଛି ତାପମାତ୍ରା , ବିପଦରେ ବନ୍ୟଜନ୍ତୁ
ବୃଦ୍ଧି ପାଉଛି ତାପମାତ୍ରା , ବିପଦରେ ବନ୍ୟଜନ୍ତୁ

Wildlife in danger:ବୌଦ୍ଧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି ।ସେହିପରି ଏଥିରୁ ମୁକ୍ତି ପାଇନାହାନ୍ତି ବନ୍ୟଜନ୍ତୁ । ଜଙ୍ଗଲରରେ ପାନୀୟଜଳ ସଙ୍କଟ ଦେଖା ଦେବାରୁ ଜନବସତି ମୁହାଁ ହୋଇଛନ୍ତି ପଶୁପକ୍ଷୀ । ଅଧିକ ପଢନ୍ତୁ

ବୃଦ୍ଧି ପାଉଛି ତାପମାତ୍ରା , ବିପଦରେ ବନ୍ୟଜନ୍ତୁ

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଉତ୍ତାପ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ବିଭିନ୍ନ ଜଙ୍ଗଲର ବନ୍ୟପ୍ରାଣୀମାନେ ଗଭୀର ପ୍ରଭାବିତ ହେଉଛନ୍ତି । ଆଉ ଏଭଳି ସମୟରେ ବନ୍ୟଜନ୍ତୁଙ୍କ ଶିକାର ପାଇଁ ଶିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ସକ୍ରିୟ ବନ୍ୟପ୍ରାଣୀ ଶିକାରୀ । ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଏହାଛଡା ଜିଲ୍ଲାର ପାଞ୍ଚଟି ବନାଞ୍ଚଳରେ ବନ୍ୟଜନ୍ତୁମାନେ ଖାଦ୍ୟ ଓ ପାନୀୟଜଳ ଅନ୍ବେଷଣରେ ଜନବସତିକୁ ମୁହାଁ ହେଉଛନ୍ତି । ଏହାର ସୁଯୋଗ ନେଇ ଶିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି ।

ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାନୀୟଜଳର ଅଭାବ ସହ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ନିଆଁ ଦାଉରୁ ରକ୍ଷା ପାରିବା ପାଇଁ ବନ୍ୟଜନ୍ତୁମାନେ ଜନବସତିକୁ ମୁହାଁ ହେଉଛନ୍ତି । ଗତ ସପ୍ତାହରେ ଜିଲ୍ଲାର ପୁରୁଣା କଟକ ବନାଞ୍ଚଳର ଏକ ଜଙ୍ଗଲରୁ ଏକ କୁଟୁରା ଖାଦ୍ୟ ଓ ପାଣି ଅନ୍ବେଷଣରେ ସିଧାସଳଖ ଚାରିଛକ ସ୍ଥିତ ଥାନା ଭିତରକୁ ପଶି ଆସିଥିଲା । ସେଠାରେ ଉକ୍ତ କୁଟୁରାକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେହିପରି ଦୁଇ ଦିନ ପୂର୍ବରୁ ଏକ ଭାଲୁକୁ ଗୁରୁତର ଅବସ୍ଥାରେ ବନ ବିଭାଗର କର୍ମଚାରୀ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଅନେକ ସମୟରେ ବନ୍ୟଜନ୍ତୁ ମାନେ ଶିକାରୀଙ୍କ ହାବୁଡ଼ରେ ପଡି ଜୀବନ ହାରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ସାତକୋଶିଆରେ ଶିକାରୀଙ୍କ ନିଦ ହଜାଇଛନ୍ତି ଇମିଲି ଓ ଲେଇଲା - Dog Used To Guard Satkosia

ଏନେଇ ଜିଲ୍ଲା ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଯାଇଥିବା ସୂଚନା ମିଳିଛି । ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏହାସହ ଯେଉଁ ଜଙ୍ଗଲରେ ନିଆଁ ଲାଗିବାର ବନ ବିଭାଗ ପାଖକୁ ଖବର ଆସିବ । ସଙ୍ଗେ ସେଙ୍ଗେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରାଯିବ ବୋଲି କହିଛନ୍ତି ସହକାରୀ ବନ ସଂରକ୍ଷକ ଆଶିଷ କୁମାର କହଁର । ସେପଟେ ମାର୍ଚ୍ଚ ୨୯ ତାରିଖରେ ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ତାପମାତ୍ରା ଛୁଇଁଥିଲା । ଟିଟିଲାଗଡ, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରିଥିଲା ପାଣିପାଗ ବିଭାଗ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.