ETV Bharat / state

ସାତକୋଶିଆରେ ଶିକାରୀଙ୍କ ନିଦ ହଜାଇଛନ୍ତି ଇମିଲି ଓ ଲେଇଲା - dog used to guard satkosia

author img

By ETV Bharat Odisha Team

Published : Mar 31, 2024, 9:13 AM IST

Dog Used To Guard Satkosia: ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ତାଲିମପ୍ରାପ୍ତ କୁକୁର । ଏହି ଦୁଇଟି କୁକୁର ଶିକାରୀଙ୍କ ନିଦ ହଜାଇବା ସହ ବନ୍ୟପ୍ରାଣୀଙ୍କୁ ଦେଉଛନ୍ତି ସୁରକ୍ଷା । ଅଧିକ ପଢନ୍ତୁ

ସାତକୋଶିଆ ସୁରକ୍ଷାରେ ସ୍ଲିପର ଡଗ୍
ସାତକୋଶିଆ ସୁରକ୍ଷାରେ ସ୍ଲିପର ଡଗ୍

ସାତକୋଶିଆ ସୁରକ୍ଷାରେ ସ୍ଲିପର ଡଗ୍

ଅନୁଗୋଳ: ସାତକୋଶିଆକୁ ସୁରକ୍ଷା ଦେଉଛନ୍ତି ତାଲିମପ୍ରାପ୍ତ କୁକୁର । ଯାହା ଶତାଧିକ କର୍ମଚାରୀ କରି ପାରୁନାହାନ୍ତି, ତାହା କରି ପାରୁଛନ୍ତି ଦୁଇ ତାଲିମପ୍ରାପ୍ତ କୁକୁର । ଶିକାରୀଙ୍କୁ ଧରିବା ସହ ଜଙ୍ଗଲ ଭିତରେ କେଉଁଠି ଶିକାର ପାଇଁ ଲଗା ଯାଇଥିବା ବିଦ୍ୟୁତ ତାର, ତଳେ ପକା ଯାଇଥିବା ବାରୁଦ ଗୋଳା ଆଦି ଠାବ କରୁଛନ୍ତି ଏହି କୁକୁର । ଏହାସହ ବିଭିନ୍ନ ବନ୍ୟପ୍ରଣୀଙ୍କୁ ଦେଉଛନ୍ତି ସୁରକ୍ଷା । ଏହି ତାଲିମପ୍ରାପ୍ତ କୁକୁର ଏବେ ଶିକାରୀଙ୍କ ନିଦ ହଜାଇ ଦେଇଛନ୍ତି । ସାତକୋଶିଆର ସୁରକ୍ଷା ଭାର ସମ୍ଭାଳୁଛନ୍ତି 'ଇମିଲି' ଏବଂ 'ଲେଇଲା' ।

ଯେଉଁଠି ହାତୀ, ବାଘ ଓ ଅନ୍ୟ ବନ୍ୟଜନ୍ତୁ ଶିକାର ହୁଏ ସେଠାରେ ପହଞ୍ଚି ଯାଏଁ 'ଇମିଲି' । ଜଙ୍ଗଲ ଭିତରେ ଶିକାରୀମାନଙ୍କୁ ଧରିବାରେ ବେଶ ପାରଙ୍ଗମ । ଶିକାର ପାଇଁ କେଉଁଠି ଶିକାରୀ ଫାସ ପକାଇଛନ୍ତି ତ ଆଉ କେଉଁଠି ବିଦ୍ୟୁତ ତାର ବିଛାଇଛନ୍ତି । ସବୁ କିଛି ଖୋଜି ଖୋଜି ବାହାର କରିଥାନ୍ତି ଏହି କୁକୁର । ୬ ବର୍ଷ ପୂର୍ବେ 'ଇମିଲି'କୁ ସାତକୋଶିଆ ଅଣାଯାଇଥିଲା । ଏହାପରେ ତାକୁ 'ଟ୍ରାଫିକ ଇଣ୍ଡିଆ' ନାମକ ଏକ ପ୍ରାଣୀ ତାଲିମ ଅନୁଷ୍ଠାନକୁ ତାଲିମ ପାଇଁ ପଠା ଯାଇଥିଲା । ସେଠାରେ ଦୁଇ ଜଣ ବନ କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଗଲା ।

ତେବେ 'ଇମିଲି'ର ତାଲିମ ସରିବା ପରେ ସାତକୋଶିଆକୁ ଅଣାଯାଇଥିଲା । ସେବେଠାରୁ ତାଲିମ ନେଇଥିବା ଦୁଇ ଜଣ ବନ କର୍ମଚାରୀଙ୍କ ତତ୍ତ୍ବାବଧାନରେ ଅଛି ଇମିଲି । ସେହିପରି ଆଉ ଗୋଟିଏ କୁକୁର ହେଲା 'ଲେଇଲା' । 'ଲେଇଲା'ର ବୟସ ମାତ୍ର ୭ମାସ । 'ଲେଇଲା'କୁ ଜଣେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବବାଧାରକ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି । ବର୍ତ୍ତମାନ 'ଲେଇଲା' ତାଲିମ ନେଉଥିବା ବେଳେ ଆଉ କିଛି ଦିନ ପରେ ସେ ସମ୍ପୂର୍ଣ୍ଣ ଭାବେ ସାତକୋଶିଆର ସୁରକ୍ଷା ଭାର ସମ୍ଭାଳିବ ।

ଏହା ମଧ୍ୟ ପଢନ୍ତୁ .....ହାତୀ ଘଉଡାଇବାକୁ ଯାଇ ବନ କର୍ମଚାରୀଙ୍କ ହାତରେ ଫୁଟିଲା ବୋମା - Forest Department Officer Injured

ବିଗତ ଦୁଇ ବର୍ଷ ଭିତରେ ଇମିଲି ବହୁ ଶିକାରୀଙ୍କୁ ଧରି ପାରିଛି । ତରଭା ଜଙ୍ଗଲରେ ଦୁଇଟି ହାତୀ ଶିକାର, ପୁରୁଣାକୋଟ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର, ଗୋପାଳପୁର ଗାଁ ନିକଟରେ ଫାସ ପକାଇ କଲରାପତାରିଆ ବାଘ ଶିକାର ଉଦ୍ୟମ, କୁଲାଙ୍ଗୀ ଜଙ୍ଗଲରେ ୩ଟି କଲରାପତରିଆ ବାଘ ଶିକାର ସମେତ ଅନେକ ଶିକାରରେ ସମ୍ପୃକ୍ତ ଶିକାରୀ ମାନଙ୍କୁ ଧରି ପାରିଛି ଇମିଲି । ଏହି ତାଲିମପ୍ରାପ୍ତ ଦୁଇ କୁକୁରଙ୍କ ସଫଳତା ଯୋଗୁଁ ଆଗକୁ ଅଧିକ ସଂଖ୍ୟାରେ କୁକୁର ଆଣାଯିବାର ଯୋଜନା ରହିଛି । ଟ୍ରାଫିକ ଇଣ୍ଡିଆ ସଂସ୍ଥାର ବିଶେଷଜ୍ଞ ମାନଙ୍କୁ ଏଠାକୁ ଅଣାଯାଇ ସେମାନଙ୍କୁ ଏବଂ କର୍ମଚାରୀ ମାନଙ୍କୁ ତାଲିମ ଦିଆ ଯିବା ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫଓ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.