ETV Bharat / state

ବିଜେଡି କନିଆକୁ ବିଜେପି ବର, ଭାଲେଣ୍ଟାଇନ ଡେ’ରେ ହାତଗଣ୍ଠି ପକାଇଲା କଂଗ୍ରେସ

author img

By ETV Bharat Odisha Team

Published : Feb 14, 2024, 6:15 PM IST

କଂଗ୍ରେସ ପକ୍ଷରୁ ଆଭିନବ ଉପାୟରେ ପ୍ରତିବାଦ
କଂଗ୍ରେସ ପକ୍ଷରୁ ଆଭିନବ ଉପାୟରେ ପ୍ରତିବାଦ

BJP and BJD Wedding: ବିଜେପି ବର ସାଜିଥିବା ବେଳେ ବିଜେଡି କନିଆ ସାଜିଥିଲା । ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହିଭଳି ଏକ ଅଭିନବ ଉପାୟରେ କରାଯାଇଛି ପ୍ରତିବାଦ ।

ବିଜେପି ଓ ବିଜେଡିର କରାଗଲା ବାହାଘର

ଅନୁଗୋଳ: ଅଭିନବ ଉପାୟରେ ପ୍ରତିବାଦ କରିଛି ଅନୁଗୋଳ ଜିଲ୍ଲା କଂଗ୍ରେସ । କ୍ଷମତା ପାଇଁ ବିଜେଡି ବିଜେପି ମିଶିକି କାର୍ଯ୍ୟ କରୁଥିବା କଂଗ୍ରେସ ନେତା ମାନେ ଅଭିଯୋଗ ଆଣିଛନ୍ତି । ରାଜ୍ୟସଭା ନିର୍ବାଚନରେ ଅଶ୍ୱିନୀକୁ ବିଜେଡି ପକ୍ଷରୁ ସମର୍ଥନ ମିଳୁଥିବାରୁ କଂଗ୍ରେସ ଏହିଭଳି ପ୍ରତିକ୍ରିୟା ରଖିଛି । ତେବେ ଆଜି ଜିଲ୍ଲା କଂଗ୍ରେସ ପଛୁଆବର୍ଗ ସେଲ ତରଫରୁ ବିଜେଡ଼ି ବିଜେପିର ବାହାଘର କରାଯାଉଥିବା ଦୃଶ୍ୟ ସହରରେ ଦେଖିବାକୁ ମିଳିଥିଲା ।

ଆଜି ବାଜା ରୋଷଣୀ ସାଙ୍ଗରେ ଅନୁଗୋଳ ଜିଲ୍ଲା ଜଗନ୍ନାଥ ମନ୍ଦିର ଠାରୁ ବର କନିଆ ସହର ପରିକ୍ରମାରେ ବାହାରି ଥିଲେ । ଏହାପରେ ରାଜା ଛକ ଠାରେ ପହଞ୍ଚି ପରସ୍ପରକୁ ଫୁଲମାଲ ଦେଇ ବିବାହ କରିଥିଲେ । ହାତ ଗଣ୍ଠି ପଡିଥିଲା ଆଉ ସମସ୍ତେ ବର କନିଆକୁ ଆଶୀର୍ବାଦ କରିଥିଲେ । ତେବେ ଅନୁଗୋଳ ଜିଲ୍ଲା କଂଗ୍ରେସ ପଛୁଆବର୍ଗ ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଶତାଧିକ କଂଗ୍ରେସ କର୍ମୀ ଓ ବରିଷ୍ଠ ନେତା ଏହି ପ୍ରତିବାଦରେ ଯୋଗ ଦେଇଥିଲେ । ତେବେ ସେ ଅଭିଯୋଗ କରି କହିଛନ୍ତି ଯେ, ‘‘ଦୀର୍ଘ ବର୍ଷ ହେଲା ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ଲିଭ-ଇନ ରିଲେସନରେ ଅଛନ୍ତି । ଖାଲି ଲୋକ ଦେଖାଣିଆ ପରସ୍ପର ପରସ୍ପରକୁ ମିଛରେ ଦୋଷାରୋପ କରୁଛନ୍ତି । ଉଭୟ ମିଳିମିଶି ରାଜ୍ୟକୁ ଖରାପ ଆଡକୁ ନେଉଛନ୍ତି । ତେଣୁ ବିଜେପି ଓ ବିଜେଡିର ସମ୍ପର୍କକୁ ଲୋକ ଲୋଚନକୁ ଆଣିବା ପାଇଁ କଂଗ୍ରେସ ସେମାନଙ୍କ ମଧ୍ୟରେ ବିବାହ କରାଇଛି ।’’ ତେବେ କଂଗ୍ରେସର ଏଭଳି ଅଭିନବ କାର୍ଯ୍ୟକ୍ରମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ.... ଯେତେ ବଡ଼ ବିଜେପି ନେତା ଆସିଲେ ବି ଓଡ଼ିଶାରେ ପ୍ରଭାବହୀନ: କଂଗ୍ରେସ

ଗତ ମାସ 25 ତାରିଖରେ ମଧ୍ୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡି ଏବଂ ବିଜେପିର ବିବାହ କରାଇଥିଲା କଂଗ୍ରେସ । ବିଜେପିର ସମସ୍ତ ବିଲକୁ ବିଜେଡି ଆଖିବୁଜି ସମର୍ଥନ ଦେଇଆସୁଥିବା କହିଥିଲା କଂଗ୍ରେସ । ଏହାର ଅର୍ଥ ସେମାନଙ୍କର ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କ ରହିଛି। ତେଣୁ ରାଜ୍ୟର ଉନ୍ନତି କେବଳ କଂଗ୍ରେସ ଦଳ ହିଁ କରିପାରିବ" ବୋଲି ଦଳ ପକ୍ଷରୁ କୁହାଯାଇଥିଲା । କଂଗ୍ରେସର ନେତା ଓ କର୍ମୀ ମାଷ୍ଟରକ୍ୟାଣ୍ଟିନ ଛକରୁ ବରଯାତ୍ରୀ ଭାବେ ବାହାରି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସର ସଭାପତି ବେଦୀ ଉପରେ ବସି ବାହାଘର କରାଇଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.