ETV Bharat / politics

ଯେତେ ବଡ଼ ବିଜେପି ନେତା ଆସିଲେ ବି ଓଡ଼ିଶାରେ ପ୍ରଭାବହୀନ: କଂଗ୍ରେସ

author img

By ETV Bharat Odisha Team

Published : Feb 12, 2024, 11:02 PM IST

Congress on BJP Central Leaders visit: ଆଗାମୀ ନିର୍ବାଚନରେ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସରେ ରଖିଛି ବିଜେପି । ରାଜ୍ୟରେ ସରକାର ଗଢ଼ିବାକୁ ବିଭିନ୍ନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରୁଛି ଦଳ । ଆସନ୍ତାକାଲିଠାରୁ ଦଳର କେନ୍ଦ୍ରୀୟ ନେତାଙ୍କର ଓଡ଼ିଶା ଗସ୍ତ ଜାରି ରହିବ । ହେଲେ ଏ ସବୁ ଓଡ଼ିଶାରେ ପ୍ରଭାବହୀନ ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

Congress on BJP Central Leaders visit
Congress on BJP Central Leaders visit

Congress on BJP Central Leaders visit

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଏବେ ଓଡ଼ିଶାକୁ ଫୋକସରେ ରଖିବା ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି । ନିର୍ବାଚନ ପୂର୍ବରୁ ନବୀନ ଓ ମୋଦିଙ୍କ ଲୋକପ୍ରିୟତା ନେଇ ବିଜେଡି ଓ ବିଜେପି ଜନସାଧାରଣଙ୍କ ପାଖକୁ ଯିବାକୁ ଯୋଜନା କରିଛନ୍ତି । ଏହି କ୍ରମରେ ଆସନ୍ତାକାଲିଠାରୁ ବିଜେପିର ଟପ୍‌ ଲିଡର୍ସ ମାନଙ୍କର ଓଡିଶାକୁ ସୁଅ ଛୁଟିବ । ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ରାଜନାଥ ସିଂହ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ନେତାମାନେ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ବିଜେଡି ଏବଂ କଂଗ୍ରେସ ଏହି ଗସ୍ତକୁ ପ୍ରଭାବ ଶୂନ୍ୟ ବୋଲି କହିଛନ୍ତି ।

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ଓଡ଼ିଶାକୁ ଫୋକସରେ ରଖିବା ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି । ନିର୍ବାଚନ ପୂର୍ବରୁ ନବୀନ ଓ ମୋଦିଙ୍କ ଲୋକପ୍ରିୟତା ନେଇ ବିଜେଡି ଓ ବିଜେପି ଜନସାଧାରଣଙ୍କ ପାଖକୁ ଯିବାକୁ ଯୋଜନା କରୁଥିବା ବେଳେ ପଛରେ ପଡ଼ିନାହିଁ କଂଗ୍ରେସ । କଂଗ୍ରେସ ମଧ୍ୟ ଶୀର୍ଷ ନେତୃତ୍ବକୁ ଭରସା କରି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧୀଙ୍କୁ ଓଡିଶା ଆଣି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରିଛି । ସେପଟେ ବିଜେପି ପକ୍ଷରୁ ୧୪ରେ ଶିବରାଜ ସିଂହ ଚୌହାନ, ୧୫ରେ ନୀତିନ ଗଡ଼କରୀ ଏବଂ ଅନ୍ୟ କେନ୍ଦ୍ରୀୟ ନେତୃତ୍ବ ଓଡିଶା ଗସ୍ତରେ ଆସିବେ । କେନ୍ଦ୍ରୀୟ ନେତାମାନଙ୍କ ଗସ୍ତକୁ ନେଇ ଓଡିଶା ବିଜେପି ଶିବିରରେ ତତ୍ପରତା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଫୋକସରେ ଓଡ଼ିଶା: ଆରମ୍ଭ ହେଲା ପଦାଧିକାରୀ ବୈଠକ, କାଲି ଆସୁଛନ୍ତି ଶିବରାଜ

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବିଜେପିର ଯେତେ ବଡ଼ ନେତା ଆସନ୍ତୁ, କୌଣସି ଅସୁବିଧା ନାହିଁ । କୌଣସି ଫରକ ଓଡ଼ିଶାରେ ପଡିବ ନାହିଁ । କଂଗ୍ରେସ ମଧ୍ୟ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଆଣିଥିଲା, ରାହୁଲ ଗାନ୍ଧୀ ଓଡ଼ିଶାରେ ନ୍ୟାୟ ଯାତ୍ରା ସାରିବାର 5 ଦିନ ବିତିନାହିଁ । ବିଜେଡି ଓ ବିଜେପି ଏକ । ଏଠି ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନେ ଉଭୟ ମିଶିକି ଅଛନ୍ତି ଓ ମିଶିକି ଲଢ଼ିବେ । ତାଙ୍କ ସହ କଂଗ୍ରେସ ଲଢ଼ିବ ।" ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ଗତ 3 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିଲେ । ପୂର୍ବରୁ ମୋଦି ଓଡ଼ିଶାର ଅନେକ ସ୍ଥାନକୁ ପ୍ରଚାର କରିଛନ୍ତି । ହେଲେ କୌଣସି ପ୍ରଭାବ ପଡ଼ିନାହିଁ । ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁର ଆସିଥିଲେ । ନବୀନଙ୍କ ବିଷୟରେ ପଦୁଟିଏ ବି କହିଲେ ନାହିଁ । ତେଣୁ କେନ୍ଦ୍ରମନ୍ତ୍ରୀମାନେ ଓଡିଶା ଆସିଲେ କଣ କହିବେ । ସେମାନେ ଓଡିଶା ଆସିଲେ କଂଗ୍ରେସର ଲାଭ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.