ETV Bharat / state

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ ଅଫିସ ସାମ୍ନାରେ ଗ୍ରାମବାସୀଙ୍କ ଆମରଣ ଅନଶନ

author img

By ETV Bharat Odisha Team

Published : Feb 26, 2024, 10:23 PM IST

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ ଅଫିସ ସାମ୍ନାରେ ଗ୍ରାମବାସୀଙ୍କ ଆମରଣ ଅନଶନ
ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ ଅଫିସ ସାମ୍ନାରେ ଗ୍ରାମବାସୀଙ୍କ ଆମରଣ ଅନଶନ

Villagers Protest Over Illegal Land Encroachment: ଜବରଦଖଲ ଜମିକୁ ଉଚ୍ଛେଦ ନିମନ୍ତେ ଠଣାପଲ୍ଲୀ ଗ୍ରାମବାସୀଙ୍କ ଧାରଣା । ଉପଜିଲ୍ଲାପାଳଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବାରେ ଟାଲଟୁଳ ନୀତି ପାଇଁ ୧୫୬ ପରିବାରଙ୍କ ଧାରଣା । ଅଧିକ ପଢନ୍ତୁ

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ ଅଫିସ ସାମ୍ନାରେ ଗ୍ରାମବାସୀଙ୍କ ଆମରଣ ଅନଶନ

ଖୋର୍ଦ୍ଧା: ଜବରଦଖଲ ଜମିକୁ ଉଚ୍ଛେଦ ନିମନ୍ତେ ଗ୍ରାମବାସୀଙ୍କ ଧାରଣା । ପ୍ରଶାସନର ଟାଳଟୁଳ ନୀତି ବିରୁଦ୍ଧରେ ତହସିଲଦାରଙ୍କ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ଆମରଣ ଅନଶନ । ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲା ବୋଲଗଡ ତହସିଲ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମରେ ଗ୍ରାମ କମିଟି ନିଷ୍ପତ୍ତି ଅନୁସାରେ ଗ୍ରାମବାସୀମାନେ ସରକାରୀ ଜାଗା ଛାଡିଦେଇଥିଲେ । କିନ୍ତୁ ଠଣାପଲ୍ଲୀ ଗ୍ରାମରେ ଜଣେ ମହିଳା ଭଡାଟିଆ ଗୁଣ୍ଡାମାନଙ୍କ ସହାୟତାରେ ଗ୍ରାମର ଗୋଚର ଜମିକୁ କବଜା କରିବା ସହିତ ପୋଖରୀ ହୁଡ଼ାରେ ଦୁଇଟି ପ୍ଲଟକୁ ଜବରଦଖଲ କରି ଦୀର୍ଘ ବର୍ଷ ଧରି ରହୁଛନ୍ତି । ଉକ୍ତ ଜବରଦଖଲ ଜାଗାରେ ପୂର୍ବରୁ ଗ୍ରାମବାସୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୁବକମାନେ ଖେଳକୁଦରେ ବ୍ୟବହାର କରୁଥିଲେ । ଏବେ ଏହି ସ୍ଥାନ ଜବରଦଖଲ ହେବା ଦ୍ବାରା ଗ୍ରାମବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ... କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ, ସମ୍ବଲପୁରରେ ଚାଷୀ ସଂଗଠନର ଟ୍ରାକ୍ଟର ରାଲି

ଗତବର୍ଷ ଏପ୍ରିଲ ମାସରେ ଆରଆଇ ଅଫିସ ଆଗରେ ଗ୍ରାମବାସୀ ଧାରଣା ଦେଇଥିଲେ କିନ୍ତୁ ଆରଆଇ ଗ୍ରାମବାସୀଙ୍କ ନାଁ ରେ କେସ୍ ଦେଇଥିଲେ । ଯେଉଁଥି ପାଇଁ ୫୧ ଜଣ ମହିଳା ଏବଂ ପୁରୁଷଙ୍କୁ ପୋଲିସ ଗିରଫ କରିଥିଲା । ଏହି ସ୍ଥାନକୁ ଜବରଦଖଲ ମୁକ୍ତ କରିବା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇ ନିରାଶ ହେବାପରେ ରାଜ୍ୟ ସରକାରଙ୍କ OPLE act ଅନୁଯାୟୀ ଉପଜିଲାପାଳଙ୍କ ନିକଟରେ ମାମଲା କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ଏମାର ମଠ ଜାଗାରେ OBCCର ଖନନ, ବିଭିନ୍ନ ମହଲରେ ତୀବ୍ର ବିରୋଧ

ଉପ ଜିଲ୍ଲାପାଳ ଗ୍ରାମବାସୀଙ୍କ ଅଭିଯୋଗ କେସ ନଂ 04/2023କୁ ଶୁଣାଣି କରି ଗତ 21 ନଭେମ୍ବର 2023 ତାରିଖରେ ଚିଠି ନଂ 209ରେ ଜବରଦଖଲ ଉଛେଦ ପାଇଁ ବୋଲଗଡ଼ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ଉପଜିଲ୍ଲାପାଳଙ୍କ ନିର୍ଦେଶକୁ ୨ ମାସ ଅତିକ୍ରମ କରିଥିଲେ ସୁଦ୍ଧା ବୋଲଗଡ଼ ତହସିଲଦାର ଏହାକୁ କାର୍ଯ୍ୟକାରୀ କରିନାହାଁନ୍ତି । ଯେଉଁଥି ପାଇଁ ପ୍ରତିବାଦରେ ଆଜି ସକାଳୁ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ । ଏହି ଜମି କେଳେଙ୍କାରୀରେ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତିର ଅଭିଯୋଗ ମଧ୍ୟ ଆଣିଛନ୍ତି ଗ୍ରାମବାସୀ । ଏହି ଆମରଣ ଅନଶନରେ ଠଣାପଲ୍ଲୀ ଗାଁର ୧୫୬ ଟି ପରିବାର ସାମିଲ ଅଛନ୍ତି । ସେହିପରି ଜବରଦଖଲ ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି କହିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.