ETV Bharat / state

ମନିପର୍ସକୁ ନେଇ ଯୁବକଙ୍କୁ ହତ୍ୟା, ନ୍ୟାୟ ପାଇଁ ପରିବାରର ଧାରଣା

author img

By ETV Bharat Odisha Team

Published : Mar 4, 2024, 12:29 PM IST

Baripada youth Death Case
Baripada youth Death Case

Baripada youth Death Case: ମନିପର୍ସ ପାଇଁ ଯୁବକଙ୍କୁ ନିର୍ମମ ହତ୍ୟା । ନ୍ୟାୟ ପାଇଁ ଟାୟାର ଜିଳି ରାସ୍ତା ଅବରୋଧ କଲେ ପରିବାର ଲୋକେ । ଅଧିକ ପଢନ୍ତୁ

Baripada youth Death Case

ରାଇରଙ୍ଗପୁର: ମନିପର୍ସକୁ ନେଇ ଯୁବକଙ୍କୁ ହତ୍ୟା ଘଟଣା । ନ୍ୟାୟ ଦାବିରେ ରାସ୍ତାରୋକ କଲେ ପରିବାର ଲୋକେ । ବାରିପଦା ଟାଉନ ଥାନା ସମ୍ମୁଖରେ ଟାୟାର ଜାଳି ଗତକାଲି(ରବିବାର) ରାସ୍ତା ରୋକ କରିଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଗତ ଶନିବାର ଦିନ ଶୁନଗଡିଆ ଅଞ୍ଚଳର ରାମ ମୁଖୀ ଏବଂ ତାଙ୍କର ଦୁଇ ଭାଇ ନିକଟସ୍ଥ ପୋଖରୀ ଯିବା ରାସ୍ତାରେ ଏକ ମନିପର୍ସ ପାଇଥିଲେ । ସେହି ମନିପର୍ସରେ ୫୫୦ ଟଙ୍କା ଥିଲା । ତାହାକୁ ନେଇ ରାମ ଘରକୁ ଫେରି ଆସିଥିଲେ । ପରେ ପରେ କିଛି ଯୁବକ ଶୁନଗଡିଆ ଅଞ୍ଚଳକୁ ଆସି ମନିପର୍ସଟି ତାଙ୍କର ବୋଲି କହିବା ସହ ୧୩୦୦ ଟଙ୍କା ଥିବା କହି ତାହା ଫେରାଇବାକୁ କହିଥିଲେ । ହେଲେ ପର୍ସରେ ୫୫୦ ଟଙ୍କା ଥିବା ରାମ କହିଲା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ଯୁବକମାନେ ରାମଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ରାମଙ୍କ ଭଉଣୀ ସମେତ ପରିବାରର ପାଞ୍ଚ ଜଣ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ- ମନିପର୍ସକୁ ନେଇ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, 2 ଅଟକ

ଏହାପରେ ରାମଙ୍କ ପରିବାର ଲୋକେ ମେଡ଼ିକାଲରେ ଯାଇ ଚିକିତ୍ସିତ ହୋଇଥିଲେ । ତେବେ ମେଡିକାଲରୁ ଫେରିବା ପରେ ପୁଣି ଆକ୍ରମଣକାରୀ ମାନେ ରାମଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ଅଭିଯୁକ୍ତମାନେ ସେଠାରୁ ଖସି ପଳାଇବା ପରେ ପରିବାର ଲୋକେ ରାମକୁ ନେଇ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏହି ଘଟଣାକୁ ନେଇ ମୃତ ଯୁବକଙ୍କ ଭଉଣୀ ଏବଂ ସମ୍ପର୍କୀୟ ଗତକାଲି ରାସ୍ତାରୋକ କରିଥିଲେ । କିଛି ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ରାମ ମୁଖିର ହତ୍ୟାକାରୀକୁ ଗିରଫ ପାଇଁ ଦାବି କରିଥିଲେ ପରିବାର । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଉଭୟ ପକ୍ଷରୁ ୬ ଜଣକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ପୋଲିସ ଦ୍ୱାରା ଅଟକ ରହିଥିବା ୬ ଜଣଙ୍କ ମଧ୍ୟରେ ୨ ଜଣ ମୃତକଙ୍କ ପରିବାରର ବୋଲି ଜଣାପଡିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.