ETV Bharat / state

ସୁଧ କାରବାରକୁ ନେଇ ହତ୍ୟାକାଣ୍ଡ ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ

author img

By ETV Bharat Odisha Team

Published : Mar 5, 2024, 7:48 AM IST

ସୁଧ କାରବାରକୁ ନେଇ ହତ୍ୟାକାଣ୍ଡ ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ
ସୁଧ କାରବାରକୁ ନେଇ ହତ୍ୟାକାଣ୍ଡ ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ

Dhenkanal youth Murder Case: ଟଙ୍କା କାରବାରକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଅକ୍ରମଣ ଅଭିଯୋଗ । ଗଁନ୍ଦିଆ ପୋଲିସ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗ ଆଣିଲେ ଗୁଣ୍ଡୁରାପଶି ଗ୍ରାମବାସୀ । ନ୍ୟାୟ ଦାବିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୃତଦେହ ରଖି ପ୍ରତିବାଦ ।ମୃତକ ଜଣକ ହେଲେ ଗୁଣ୍ଡୁରାପଶି ଗ୍ରାମର ଏକାଦଶୀ ମହାଳିକ । ଅଧିକ ପଢନ୍ତୁ

ସୁଧ କାରବାରକୁ ନେଇ ହତ୍ୟାକାଣ୍ଡ ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ

ଢେଙ୍କାନାଳ: ଯୁବକଙ୍କୁ ନିର୍ମମ ହତ୍ୟା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖିଲେ ପରିବାର ଲୋକେ । ହତ୍ୟାକାଣ୍ଡକୁ ନେଇ ବଢୁଛି ଉତ୍ତେଜନା । ଢେଙ୍କାନାଳ ଗୁଣ୍ଡୁରାପଶି ହତ୍ୟାକାଣ୍ଡରେ ପୋଲିସର ଅବହେଳା ନେଇ ତୀବ୍ର ଅସନ୍ତୋଷ । ବ୍ୟବଚ୍ଛେଦ ପରେ ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାରେ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସର ଅପାରଗତା ନେଇ ତେଜୁଛି ଜନ ଅସନ୍ତୋଷ ।

ସୂଚନାଯୋଗ୍ୟ, ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଅତି ବିଭତ୍ସ ହତ୍ୟା ଘଟଣାର ଇତି ମଧ୍ୟରେ ୩ ଦିନ ବିତିଗଲାଣି । ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ ନେଇ ପୋଲିସର ନୀରବତା ଲୋକଙ୍କୁ ଚକିତ କରିଛି । ଏପରିସ୍ଥଳେ ପୁଣି ଗଁନ୍ଦିଆ ଗୁଣ୍ଡୁରାପଶି ଗ୍ରାମରେ ଗତ ରବିବାର ସନ୍ଧ୍ୟାରେ ଘଟିଛି ଏକ ହତ୍ୟାକାଣ୍ଡ । ରବିବାର ସନ୍ଧ୍ୟାରେ ଗଁନ୍ଦିଆ ଥାନା ଗୁଣ୍ଡୁରାପଶିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଯୁବକ ସଂଘବଦ୍ଧ ଭାବେ ଅକ୍ରମଣ କରିଛନ୍ତି । ଫଳରେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଟଙ୍କା ସୁଧ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଗୁଣ୍ଡୁରାପଶି ଗ୍ରାମର ଏକାଦଶୀ ମହାଳିକ ।

ମିଳିଥିବା ସୂଚନା ଅନୁସାରେ, ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ କଳସ ବୁଡାଇବାକୁ ଯାଇଥିବାବେଳେ ଏକାଦଶୀ ମହାଳିକଙ୍କୁ ସଂଘବଦ୍ଧ ଅକ୍ରମଣ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗାଁ'ର କିଛି ମୁଷ୍ଟିମେୟ ଯୁବକ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଗଣ୍ଡଗୋଳ ସମୟରେ ଗ୍ରାମବାସୀ ଗଁନ୍ଦିଆ ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ ସଠିକ ସମୟରେ ପହଞ୍ଚି ନଥିବା ଅଭିଯୋଗ କରିଥଛନ୍ତି ଗ୍ରାମବାସୀ । ହତ୍ୟାକାଣ୍ଡକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନାହିଁ ।

ଏହା ମଧ୍ୟ ପଢନ୍ତୁ.....ମନିପର୍ସକୁ ନେଇ ଯୁବକଙ୍କୁ ହତ୍ୟା, ନ୍ୟାୟ ପାଇଁ ପରିବାରର ଧାରଣା

ସେପଟେ ଅଭିଯୁକ୍ତମାନେ ଗାଁରେ ବୁଲୁଥିବାବେଳେ ଲୋକଙ୍କୁ ଭୟଭୀତ କରାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରି ସ୍ଥିତିରେ ଆଜି ଏକାଦଶୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ହତ୍ୟାକାଣ୍ଡ ପାଇଁ ଗଁନ୍ଦିଆ ଥାନା ପୋଲିସ ଅବହେଳାକୁ ଦାୟୀ କରିବା ସହିତ ତୁରନ୍ତ ଅଭିଯୁକ୍ତମାନଙ୍କ ଗିରଫ କରିବା ପାଇଁ ଦାବି କରିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଢେଙ୍କାନାଳ ଏସଡିପିଓ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ଲୋକେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.