ETV Bharat / state

କୀର୍ତ୍ତନ କରି ଅଭିନବ ଉପାୟରେ ପ୍ରତିବାଦ କଲେ ଗ୍ରାମବାସୀ

author img

By ETV Bharat Odisha Team

Published : Feb 28, 2024, 4:55 PM IST

କୀର୍ତ୍ତନ କରି ଅଭିନବ ଉପାୟରେ ପ୍ରତିବାଦ କଲେ ଗ୍ରାମବାସୀ
କୀର୍ତ୍ତନ କରି ଅଭିନବ ଉପାୟରେ ପ୍ରତିବାଦ କଲେ ଗ୍ରାମବାସୀ

Villagers Protest Through Traditional Kirtan: ଜିଲ୍ଲାର ତରଭା ବ୍ଲକ ମରାଡ଼ୁଗୋଛା ପଞ୍ଚାୟତ ଗୁହିରାଘାଟ ଗ୍ରାମବାସୀ ଦ୍ବାରା ମୃଦଙ୍ଗ କରତାଳ ସହିତ ଥାଳ ଧରି କୀର୍ତ୍ତନ ଜରିଆରେ ପ୍ରତିବାଦ ପ୍ରଦର୍ଶନ । କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ନାମରେ କୀର୍ତ୍ତନ କରି ଉଭୟଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

କୀର୍ତ୍ତନ କରି ଅଭିନବ ଉପାୟରେ ପ୍ରତିବାଦ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ସାଧାରଣତଃ ଜନସାଧାରଣ ନିଜର ବିଭିନ୍ନ ଦାବିକୁ ନେଇ ପ୍ରଶାସନ ଆଗରେ ଧାରଣା ଦେଇଥାନ୍ତି । ହେଲେ କେବେ ଶୁଣିଛନ୍ତି କି ପ୍ରଶାସନିକ ଅଫିସରେ କୀର୍ତ୍ତନ କରି ନିଜର ପ୍ରତିବାଦ ଜଣାଇବା । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ତରଭା ପଞ୍ଚାୟତରେ । ଜେଇଙ୍କୁ ଡାକିଲେ ଯାଇ, ଏଇ ଙ୍କୁ ଡାକିଲେ ଆଇ । ‘ହରେ ଜେଇ ହରେ ଜେଇ, ଜେଇ ଜେଇ ହରେ ହରେ, ହରେ ଏଇ ହରେ ଏଇ, ଏଇ ଏଇ ହରେ ହରେ’ ଏଭଳି କିଛି କୀର୍ତ୍ତନ କରି ଧାରଣା ଦେଇଛନ୍ତି ଲୋକ । ସୂଚନା ଅନୁଯାୟୀ ଜିଲ୍ଲାର ତରଭା ବ୍ଲକ ମରାଡ଼ୁଗୋଛା ପଞ୍ଚାୟତ ଗୁହିରାଘାଟ ଗ୍ରାମବାସୀ ଦ୍ବାରା ଏହିଭଳି ନିଆରା ପ୍ରତିବାଦ କରିଛନ୍ତି । ମୃଦଙ୍ଗ କରତାଳ ସହିତ ଥାଳ ଧରି ଭଜନ ଗାଇବା ପରି କନିଷ୍ଠ ଯନ୍ତ୍ରୀ ଦୁଃଶାସହ ସାହୁ ଓ ସହକାରୀ ଯନ୍ତ୍ରୀ ଭ୍ରମରବର ବାଘଙ୍କ ନାମରେ କୀର୍ତ୍ତନ କରି ଉଭୟଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ।

ତରଭା ବ୍ଲକ ଆଗରେ ବହୁ ସମୟ ଧରି ପ୍ରତିବାଦ କଲାପରେ ବ୍ଲକ ପରିସରରେ ଥିବା ଉଭୟଙ୍କ କାର୍ଯାଳୟରେ ସେମାନଙ୍କୁ ନ ପାଇ ସମସ୍ତ କୋଠରୀରେ ଖୋଜା ଖୋଜି କରିଥିଲେ । ସେମାନଙ୍କ କହିବା ଅନୁସାରେ ଆଜିକୁ ପ୍ରାୟ ତିନିମାସ ହେବ ଗୁହିରାଘାଟ ଗ୍ରାମରେ ଆମ ଓଡିଶା ନବୀନ ଓଡିଶା ଜରିଆରେ କୀର୍ତ୍ତନ ମଣ୍ଡପ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ତତ୍ତ୍ବାବଧାନରେ କାମ ଆରମ୍ଭ ହୋଇଥିଲା । ଗ୍ରାମବାସୀ ମିଳିମିଶି ଉକ୍ତ ପ୍ରକଳ୍ପ ନିର୍ମାଣ କରୁଥିବା ପ୍ରକାଶ କରିଛନ୍ତି । କାର୍ଯ୍ୟ ଆରମ୍ଭ ହୋଇ ତିନିମାସ ବିତିଗଲା ପରେ ସୁଦ୍ଧା ସେମାନଙ୍କ ବିଲ ପେମେଣ୍ଟ କରା ଯାଉନାହିଁ । ସିମେଣ୍ଟ, ବାଲି, ଶ୍ରମିକ ମଜୁରୀ, ଲୁହାଛଡ ଆଦିର ଅର୍ଥ ଦେବା ପାଇଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କନିଷ୍ଠ ଯନ୍ତ୍ରୀ ,ସହକାରୀ ଯନ୍ତ୍ରୀ ଓ ବିଡ଼ିଓ ସେମାନଙ୍କ କଥା ଶୁଣୁନାହାନ୍ତି । ଶେଷରେ ବାଧ୍ୟ ହୋଇ ଏକ ନିଆରା ଢଙ୍ଗରେ ପ୍ରତାବାଦ କରିଛନ୍ତି ଗୁହିରାଘାଟ ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ ... 4ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ

ଠାକୁରଙ୍କୁ ଡାକିଲା ପରି ଅଧିକାରୀ ଦ୍ବୟଙ୍କୁ ଖୋଜି ସମ୍ମାନିତ କରିଛନ୍ତି । ଏନେଇ ଆଜି ତରଭା ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପ୍ରତିବାଦ କରିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ତଥା ସହକାରୀ ଯନ୍ତ୍ରୀ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆମରଣ ଅନଶନ କରାଯିବ ବୋଲି ବିଡ଼ିଓ ଅନିଲ କୁମାର କୁଲ୍ଲୁଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଯେତେବେଳେ ରାଜନୈତିକ ତଥା ପ୍ରଶାସନିକ ଅଧକାରୀମାନଙ୍କ ଦ୍ବାରା ସାଧାରଣ ଲୋକେ ହଇରାଣ ହରକତ ଓ ପ୍ରତାଡ଼ିତ ହୋଇଥାନ୍ତି , ସେତେବେଳେ ତାଙ୍କ କୋହ ତାଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଏହିଭଳି ଧାରଣା ବାଧ୍ୟ ହୋଇ ଦେବାକୁ ପଡିଥାଏ ବୋଲି ମରାଡ଼ୁଗୋଛା ପୂର୍ବତନ ସମିତିସଭ୍ୟ ମିତ୍ରବ୍ରତ ମିଶ୍ର ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.