ETV Bharat / state

ଶୁଣିଲାନି ପ୍ରଶାସନ ନିଜେ ମରାମତି କଲେ ରାସ୍ତା, ଆଗକୁ ଭୋଟ ବର୍ଜନ ଚେତାବନୀ

author img

By ETV Bharat Odisha Team

Published : Feb 7, 2024, 10:30 PM IST

ଗାଁକୁ ନାହିଁ ପକ୍କା ରାସ୍ତା
ଗାଁକୁ ନାହିଁ ପକ୍କା ରାସ୍ତା

Road problem in Gajapati: ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ପଦକ୍ଷେପ ନେଉଥିବା କଥା ବାରମ୍ବାର କହୁଥିବା ବେଲେ ସତ୍ୟତା କିଛି ଅଲଗା । ଗାଁକୁ ନାହିଁ ପକ୍କା ରାସ୍ତା । ଭୋଟ ବର୍ଜନ ଚେତାବନୀ ଦେଲେ ଗାଁଲୋକେ । ଅଧିକ ପଢ଼ନ୍ତୁ

ଗାଁକୁ ନାହିଁ ପକ୍କା ରାସ୍ତା

ଗଜପତି: ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ସଜଡ଼ା ହୋଇପାରୁନି ରାସ୍ତାଘାଟ । ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ପଦକ୍ଷେପ ନେଉଥିବା କଥା ବାରମ୍ବାର କହୁଥିବା ବେଲେ ସତ୍ୟତା କିଛି ଅଲଗା । ଗୁମ୍ମା ବ୍ଲକକୁ ନାହିଁ ପକ୍କା ରାସ୍ତା ! ଅନେକ ଥର ସରକାରଙ୍କୁ ନିଜ ଗାଁ ରାସ୍ତା ସମସ୍ୟା କଥା ଶୁଣାଇଛନ୍ତି ଗୁମ୍ମା ବ୍ଲକବାସୀ । ହେଲେ ଫଳପ୍ରଦ ହୋଇପାରି ନାହିଁ । ସେନେଇ ନିଜେ ଅଣ୍ଟା ଭିଡ଼ିଛନ୍ତି ଆବାଡା ଗ୍ରାମବାସୀ ମାନେ । ମାଟି ପକାଇ ଚଲପଥ ନିର୍ମାଣରେ ଲାଗି ପଡ଼ିଛନ୍ତି । ପକ୍କାରାସ୍ତା ନିର୍ମାଣ ନକରାଗଲେ ଆଗକୁ ଆସୁଥିବା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ।

ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି ସରକାର । ହେଲେ କଣ ସତରେ ଆଦିବାସୀ ଅଞ୍ଚଳରେ ଉନ୍ନତି ହୋଇପାରିଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ୧୨ଟି ଗାଁର ଲୋକ ଯେଉଁ ରାସ୍ତା ଉପରେ ନିର୍ଭର କରୁଛନ୍ତି ବର୍ଷା ହେବା ମାତ୍ରେ ତାହା ଧୋଇ ହୋଇଯାଉଛି । ରାସ୍ତା ଖରାପ କାରଣରୁ ଅନେକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ । କେବଳ ସେତିକି ନୁହେଁ । ପାହାଡ଼ିଆ ଅଞ୍ଚଳରେ ରାସ୍ତା ଖରାପ କାରଣରୁ ଗମନାଗମନରେ ଅନେକ ବାଧା ଦେଖାଯାଉଛି । ଏ ବିଷୟରେ ଅନେକ ଥର ସରକାରଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରୁ ନାହିଁ । ଶେଷରେ ନିଜେ ଅଣ୍ଟା ଭିଡ଼ି ଗାଁ ରାସ୍ତାକୁ ସଜାଡ଼ୁଛନ୍ତି ଆବାଡା ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ..... ସରପଞ୍ଚଙ୍କୁ ଗିରଫ ସରକାରୀ ଅଧିକାରୀଙ୍କୁ ମାଫ, ପ୍ରତିବାଦ କଲା ସରପଞ୍ଚ ମହାସଂଘ

ଏନେଇ ଆବାଡା ଗ୍ରାମବାସୀ କହିଛନ୍ତି ଯେ, ‘‘ରାସ୍ତା ସମସ୍ୟାକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁନାହାନ୍ତି । ଯଦି ତାଙ୍କ ରାସ୍ତା ମରାମତି ନକରାଯାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ସେମାନେ ଭୋଟ ଦେବେ ନାହିଁ ।’’ ତେବେ ଏନେଇ ଯେବେ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧୀକାରୀଙ୍କୁ ପଚରାଯାଇଥିଲା ସେ କହିଥିଲେ ଯେ, ‘‘ ଆମ ପାଖରେ ଏ ବିଷୟରେ କୌଣସି ଅଭିଯୋଗ ଆସିନାହିଁ । ଏ ବିଷୟରେ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ । ଯଥା ଶିଘ୍ର ଏହି ରାସ୍ତା କାମ କରାଯିବ ।’’ ତେବେ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନା କିଭଳି ଲୋକଙ୍କ କାମରେ ଆସୁଛି ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ବର୍ତ୍ତମାନ ବିଡିଓଙ୍କ ପ୍ରତିଶୃତି କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.