ETV Bharat / state

ପାଣିରେ ବୁଡିଗଲେ ଖୋଜିବ କ୍ୟାମେରା - Victim Location Search Camera

author img

By ETV Bharat Odisha Team

Published : Apr 9, 2024, 5:25 PM IST

ପାଣିରେ ନିଖୋଜଙ୍କୁ ଖୋଜିବ କ୍ୟାମେରା
ପାଣିରେ ନିଖୋଜଙ୍କୁ ଖୋଜିବ କ୍ୟାମେରା

Victim Location Search Camera: ଓଡିଶା ଅଗ୍ନଶମ ବିଭାଗରେ ସାମିଲ ହୋଇଛି ‘ଭିକ୍ଟିମ୍‌ ଲୋକେସନ୍ ସର୍ଚ୍ଚ କ୍ୟାମେରା’ ନାମକ ଏକ ଅଣ୍ଡର ଓ୍ବାଟର କ୍ୟାମେରା । ଯାହା ପାଣିରେ ବୁଡିଯାଇଥିବା ଲୋକଙ୍କୁ ଖୋଜିବାରେ ସାହଯ୍ୟ କରିବ । ଅଧିକ ପଢ଼ନ୍ତୁ

ପାଣିରେ ନିଖୋଜଙ୍କୁ ଖୋଜିବ କ୍ୟାମେରା

କଟକ: ଓଡିଶା ଅଗ୍ନିଶମ ବିଭାଗର ନୂତନ ପଦକ୍ଷେପ । ଏଣିକି ପାଣିରେ ବୁଡି ଯାଇଥିବା ଲୋକଙ୍କୁ ଖୋଜିବ କ୍ୟାମେରା । ଅଗ୍ନିଶମ ବିଭାଗରେ ସାମିଲ ହୋଇଛି ‘ଭିକ୍ଟିମ୍‌ ଲୋକେସନ୍ ସର୍ଚ୍ଚ କ୍ୟାମେରା’ ନାମକ ଏକ ଅଣ୍ଡର ଓ୍ବାଟର କ୍ୟାମେରା । ଯାହାଦ୍ବାରା ପାଣିରେ ବୁଡି ନିଖୋଜ ହୋଇଥିବା ଲୋକଙ୍କୁ ଏହି କ୍ୟାମେରା ଖୋଜି ବାହାର କରିବ । ଏନେଇ କଟକର ମହାନଦୀରେ ଏହି କ୍ୟାମେରାର ସଫଳ ପ୍ରୟୋଗ ହୋଇଛି ।

ଓଡିଶା ଅଗ୍ନିଶମ ବିଭାଗରେ ସାମିଲ ହୋଇଛି ଏକ ଅଣ୍ଡର ଓ୍ବାଟର କ୍ୟାମେରା । ‘ଭିକ୍ଟିମ୍‌ ଲୋକେସନ୍ ସର୍ଚ୍ଚ କ୍ୟାମେରା’ ନାମକ ଏହି କ୍ୟାମେରାକୁ ବିଭାଗ ଏବେ ପରୀକ୍ଷା ମୂଳକ ଭାବେ ବ୍ୟବହାର କରିବା ଆରମ୍ଭ କରିଛି । ବିଶେଷ କରି ନଈ ନାଳରେ ବୁଡ଼ି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ମଣିଷ ବଦଳରେ କ୍ୟାମେରା ଖୋଜି ବାହାର କରିବ । ଗଭୀର ପାଣି ଭିତରେ ଓ୍ବାଟର୍‌ ପୃଫ୍ କ୍ୟାମେରା ପଶି ନିଖୋଜ ଲୋକଙ୍କୁ ଠାବ କରି ଅଗ୍ନିଶମ କର୍ମଚାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେବ । ସେହି ଅନୁଯାୟୀ ନିଖୋଜ ଲୋକଙ୍କୁ ଉଦ୍ଧାର କରାବ ଅଗ୍ନିଶମ ବିଭାଗ । ଏନେଇ କଟକର ମହାନଦୀରେ ଏହି କ୍ୟାମେରାର ସଫଳ ପ୍ରୟୋଗ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟର ଅନ୍ୟ ଜିଲ୍ଲାରେ ଗୁଡ଼ିକରେ ବ୍ୟବହାର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ହୋଲି ଅଘଟଣ ଏଡାଇବାକୁ ପ୍ରସ୍ତୁତି, ଜଳାଶୟ-ନଦୀପଠା ଜଗିଛନ୍ତି ଅଗ୍ନିଶମ ବାହିନୀ - Fire Team Alert For Holi

ଏହା ମଧ୍ୟ ପଢ଼ନ୍ତୁ...ଜଗି ଥିଲା ଯମ, ଟାଣିନେଲା ନଦୀକୁ ! ଅଗ୍ନିଶମ ବିଭାଗ ପକ୍ଷରୁ ମୃତଦେହ ଉଦ୍ଧାର - Men Drowned To Death In River

ଏହି କ୍ୟାମେରା ଓ୍ବାଟର୍‌ ପୃଫ୍ ହୋଇଥିବା ବେଳେ ଏଥିରେ ୫୦ ମିଟର ଲମ୍ବର କେବୁଲ ରହିଛି । ଅର୍ଥାତ ନଦୀ କିମ୍ବା ନାଳରେ ୧୬୪ ଫୁଟ୍‌ ଗଭୀରକୁ ଏହି କ୍ୟାମେରା ଯାଇପାରିବ । ବୋଟ୍‌ରେ ଯାଉଥିବା ଅଗ୍ନିଶମ କର୍ମଚାରୀମାନେ ଏକ କମ୍ପ୍ୟୁଟର୍‌ ଆକୃତିର ଡିସ୍‌ପ୍ଲେ ରଖିବେ । ଏଥିରେ କେବୁଲ୍‌ ସଂଯୋଗ ହୋଇ କ୍ୟାମେରା ସହିତ ଗଭୀର ପାଣି ଭିତରକୁ ଛଡ଼ାଯିବ । ଏଥିରେ 4ଟି କ୍ୟାମେରା ସଂଯୋଗ ରହିଛି । ଏହାରି ମାଧ୍ୟମରେ ନଦୀରେ ନିଖୋଜ ହେଉଥିବା ଲୋକଙ୍କୁ ଠାବ କରାଯିବ । ଦିନ ସମୟ ସହିତ ରାତିର ଅନ୍ଧାରରେ ବି କ୍ୟାମେରାରେ ପାଣି ଭିତରର ସବୁ ବସ୍ତୁ ସ୍ପଷ୍ଟ ଦେଖାଯିବ । କ୍ୟାମେରାରେ ଏଲଇଡି ଲାଇଟର ବ୍ୟବସ୍ଥା ମଧ୍ୟ ରହିଛି । ଏହି କ୍ୟାମେରାକୁ କଟକ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ବ୍ୟବହାର କରାଯାଇଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.