ETV Bharat / state

ଦେବଗଡ଼ରେ ଅଘଟଣ, 2 ଜଣଙ୍କୁ ଦଳିଦେଲା ହାତୀ

author img

By ETV Bharat Odisha Team

Published : Jan 27, 2024, 11:46 AM IST

2 died in elephant attack
ହାତୀ ଆକ୍ରମଣରେ 2 ମୃତ

2 died in elephant attack: ଦେବଗଡ଼ରେ ହାତୀ ଉପଦ୍ରବ। 2 ଜଣଙ୍କୁ ଦଳିଦେଲା ହାତୀ । ଅଧିକ ପଢନ୍ତୁ

ଦେବଗଡ଼: ହାତୀ ଆକ୍ରମଣରେ 2 ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ରେଞ୍ଜ ଲଇମୁରା ସେକ୍ସନ ଅନ୍ତର୍ଗତ ଟିପିରିସିଂହା ଗ୍ରାମରେ । ମୃତକ ଦୁଇ ଜଣ ହେଲେ ଟିପିରିସିଂଘା ଗ୍ରାମର 43 ବର୍ଷୀୟ ସୁରୁବାଲି କିଷାନ ଓ 29 ବର୍ଷୀୟ ଖଇରି କିଷାନ । ବନବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଯାଞ୍ଚ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଲାଇମୁରା ପଞ୍ଚାୟତ ଅନ୍ତର୍ଗତ ଟିପିରିସିଂଘା ଗ୍ରାମ ତଥା ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଜାରି ରହିଛି । ଗତକାଲି (ଶୁକ୍ରବାର) ରାତିରେ ଟିପିରିସିଂଘା ଗ୍ରାମକୁ 2 ଟି ହାତୀ ପଶି ଆସିଥିଲେ । ଏହି ସମୟରେ ଟିପିରିସିଂଘା ଗ୍ରାମର ସୁରୁବାଲି କିଷାନ ଓ ଖଇରି କିଷାନ ଘର ସମ୍ମୁଖରେ ଥଣ୍ଡା ପାଇଁ ନିଆଁରେ ପୁଇଁ ହେଉଥିବା ବେଳେ ହାତୀ ଦୁଇଟିକୁ ଗ୍ରାମରେ ପଶିିଥିବା ଦେଖିବାକୁ ପାଇଥିଲେ । ହାତୀ ଗାଁ ଭିତରକୁ ପ୍ରବେଶ କରିଥିବା ନେଇ ଟିଣ ବଜାଇ ଗାଁ ଲୋକମାନଙ୍କୁ ଅବଗତ କରାଇବା ସମୟରେ ଅଘଟଣ ଘଟିଥିଲା । ଏହି ସମୟରେ ହାତୀ ଆସି ସେମାନଙ୍କୁ ଦଳି ଦେଇଥିଲା । ଗ୍ରାମବାସୀ ଟିଣ ବାଜିବାର ଶବ୍ଦ ଶୁଣି ବନବିଭାଗ କର୍ମଚାରୀ ଓ ଆଖପାଖ ଅଞ୍ଚଳର ଲୋକେ ଗାଁରେ ପହଞ୍ଚିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ହାତୀ ଦଳିଦେଇଥିବା ବେଳେ ସେମାନଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା ।

ଏହାମଧ୍ୟ ପଢନ୍ତୁ.. ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଗ୍ରାମର ପୁରୁଷ ଲୋକମାନେ ନିକଟସ୍ଥ ସୁରୁପା ଗ୍ରାମକୁ ପୁଷପୁନି ଯାତ୍ରା ଦେଖିବାକୁ ଯାଇଥିବା ଯୋଗୁ ଗାଁରେ ସେହି ସମୟରେ କେହି ଲୋକ ନଥିବା କୁହାଯାଉଛି । ଯେଉଁଥିପାଇଁ ଏହି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ଓ ପୁଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ବଣ ପାହାଡ଼ ଘେରା ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ହାତୀ ମଣିଷ ସଂଘର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ନିରୀହ ଜୀବନ ଚାଲି ଯାଉଛି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ବନବିଭାଗ ତଥା ସରକାର କୌଣସି ଠୋସ୍ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ବନବିଭାଗ ଓ ସରକାର ଏନେଇ ଠୋସ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.