ETV Bharat / state

ବୌଦ୍ଧ ପୋଲିସକୁ ସଫଳତା: ଆତ୍ମସମର୍ପଣ କଲେ 2 ମହିଳା ମାଓବାଦୀ

author img

By ETV Bharat Odisha Team

Published : Feb 6, 2024, 2:31 PM IST

2 Maoists Surrendered
2 Maoists Surrendered

2 Maoists Surrendered: KKBN ସଂଗଠନର ଦୁଇ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କଲେ । ଅଧିକ ପଢନ୍ତୁ

2 Maoists Surrendered

ବୌଦ୍ଧ: ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ । KKBN ସଂଗଠନର ଦୁଇ ମାଓବାଦୀ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ଆତ୍ମସମର୍ପଣ କଲେ । ତେବେ ଦୁଇ ମାଓବାଦୀ ହେଲେ ମନିଷା ଥାଟି ଏବଂ ଚମ୍ପା କୋରାମ । ଏମାନେ ଛତିଶଗଡ ବିଜାପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଜୟ ନାରାୟଣ ପଙ୍କଜ ବୌଦ୍ଧ ପୋଲିସ ମୁଖ୍ୟାଳୟରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ବୌଦ୍ଧ ଜିଲ୍ଲାରେ ସକ୍ରିୟ ହୋଇ ଉଠିଛନ୍ତି ଲାଲ୍ ବାହିନୀ । ବୌଦ୍ଧ ଜିଲ୍ଲାର କନ୍ଧମାଳ ଜିଲ୍ଲାକୁ ସଂଲଗ୍ନ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଗତ କିଛି ମାସ ହେଲା KKBN ମାଓ ଡିଭିଜନ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ଉଠିଥିବା ସୂଚନା ମିଳିଛି । ଗତ ଦୁଇ ମାସ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପୋଲିସ କେତେକ ମାଓ କ୍ୟାମ୍ପ ଧ୍ୱଂସ କରିବାରେ ସଫଳତା ପାଇଛି । ତେବେ ଜିଲ୍ଲାରେ ବୃଦ୍ଧି ପାଉଥିବା ମାଓବାଦୀଙ୍କ ଗତିବିଧି ଉପରେ ଜିଲ୍ଲା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ମାଓବାଦୀଙ୍କ ଗତିବିଧି ସକ୍ରିୟ ଥିବା ଅଞ୍ଚଳରେ ଜନ ମୈତ୍ରୀ ଅଭିଯାନ ମାଧ୍ୟମରେ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରୁଛି ।

ଏହା ମଧ୍ୟ ପଢନ୍ତୁ- ଆତ୍ମସମର୍ପଣ କଲେ KKBN ସଂଗଠନର ୨ ମାଓବାଦୀ

ଗତ ୧୦ ଦିନ ମଧ୍ୟରେ ଶଗଡ଼ା ଓ ନାରାୟଣ ପ୍ରସାଦ ପଞ୍ଚାୟତରେ ଦୁଇଟି ଜନ ମୈତ୍ରୀ ଅଭିଯାନ ଜିଲ୍ଲା ପୋଲିସ ଆୟୋଜନ କରିଛି । ପୂର୍ବରୁ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ସୁରକ୍ଷା ବାହିନୀ ପାଞ୍ଚ ଥର ମାଓବାଦୀଙ୍କ ଛତ୍ରଭଙ୍ଗ କରିଥିବା ବେଳେ ସେଠାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି । ସେପଟେ ଏଭଳି ସମୟରେ ଜିଲ୍ଲା ପୋଲିସକୁ ମାଓ ଦମନରେ ମିଳିଛି ଆଉ ଏକ ବଡ଼ ସଫଳତା । ଦୁଇ ଜଣ ମହିଳା କ୍ୟାଡ଼ର ମାଓବାଦୀ ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏ ସମ୍ପର୍କରେ ଆଜି ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଜୟ ନାରାୟଣ ପଙ୍କଜ ବୌଦ୍ଧ ପୋଲିସ ମୁଖ୍ୟାଳୟରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଆତ୍ମସମର୍ପଣ କରିଥିବା ଯୁବତୀ ମାଓବାଦୀଙ୍କୁ ନାଚଗୀତ ପାଇଁ ମାଓ ସଂଗଠନରେ ସାମିଲ ପରେ ନିର୍ଯାତନାର ଶୀକାର ଦିଆଯାଉଥିବା ଯୁବ ମାଓବାଦୀ ଗଣମାଧ୍ୟମକୁ କହିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.