ETV Bharat / state

ନଦୀରେ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ ଦୁଇ ଭାଇ, ଆଜି ମିଳିଲା ମୃତଦେହ - BROTHERS DROWN DEATH

author img

By ETV Bharat Odisha Team

Published : Apr 19, 2024, 7:34 PM IST

Two Brothers Drown to Death
Two Brothers Drown to Death

Two Brothers Drown to Death: ଯାଜପୁର ଜିଲ୍ଲାର ଯୋକଡିଆ ଗାଁରେ ନଦୀରେ ବୁଡି ଦୁଇ ଭାଇ ମୃତ । ମୃତକ ଦୁଇ ଜଣ ହେଲେ ସାପଗଡ଼ିଆ ଅଞ୍ଚଳର ଶାଶ୍ବତ ସ୍ୱାଇଁ ଓ ତାଙ୍କ ସାନଭାଇ ସ୍ଵସ୍ତିକ ସ୍ୱାଇଁ । ଅଧିକ ପଢ଼ନ୍ତୁ

Two Brothers Drown to Death

ଯାଜପୁର: ନଦୀକୁ ଗାଧୋଇବାକୁ ଯାଇ ୨ ଭାଇଙ୍କ ନିଖୋଜ ଘଟଣା । ଆଜି ସକାଳେ ବଡ଼ ଭାଇର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅପରାହ୍ନରେ ସାନଭାଇର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି l ମୃତ ଦୁଇ ଭାଇ ହେଲେ ଯାଜପୁର ରୋଡ ଥାନା ସାପଗଡ଼ିଆ ଅଞ୍ଚଳର ଶାଶ୍ବତ ସ୍ୱାଇଁ ଓ ତାଙ୍କ ସାନଭାଇ ସ୍ଵସ୍ତିକ ସ୍ୱାଇଁ । ତେବେ ଶାଶ୍ୱତ ସ୍ୱାଇଁର ମୃତଦେହ ଘଟଣାସ୍ଥଳର ଅନତି ଦୂରରୁ ନୂଆବ୍ରିଜ ନିକଟରୁ ମିଳିଥିଲା । ପରେ ସାନଭାଇ ସ୍ଵସ୍ତିକର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ଯାଜପୁର ରୋଡ ଥାନା ସାପଗଡ଼ିଆ ଅଞ୍ଚଳର କିଛି ଯୁବକ ଯୋକଡ଼ିଆ ଗାଁ ସ୍ଥିତ ଖରସ୍ରୋତା ଶାଖା ପାଟିଆ ନଦୀକୁ ଗାଧୋଇବାକୁ ଯାଇଥିଲେ l ଏହି ଯୁବକ ମାନେ ଗାଧେଇବା ସମୟରେ ହଠାତ୍ ବଡଭାଇ ଶାଶ୍ବତର ପାଦ ଖସିଯାଇଥିବାରୁ ସେ ନଦୀ ଭିତରକୁ ପଳାଇଥିଲେ । ତାଙ୍କୁ ରକ୍ଷା କରିବାକୁ ଯାଇ ସାନଭାଇ ସ୍ବସ୍ତିକ ନଦୀ ମଧ୍ୟରେ ଫସିଯାଇଥିଲେ ଏବଂ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବାକୁ ଯିବା ବେଳେ ସେମାନେ ନଦୀ ମଧ୍ୟରେ ନିଖୋଜ ହୋଇଯାଇଥିଲେ । ଲୋକ ମାନେ ଅଗ୍ନିଶମ ବିଭାଗ ଓ ପୋଲିସକୁ ସୂଚନା ଦେଇଥିଲେ । ନଦୀ ମଧ୍ୟରେ ଯାଞ୍ଚ କରିବା ପରେ ମଧ୍ୟ ଉଭୟଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ଗତକାଲି ନଦୀରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ରାତ୍ରି ପର୍ଯ୍ୟନ୍ତ ବହୁ ଚେଷ୍ଟା କରିଥିଲେ ମଧ୍ୟ ଯୁବକ ଦୁଇ ଜଣଙ୍କୁ ଉଦ୍ଧାର କରି ପାରିନଥିଲେ l

ଏହା ମଧ୍ୟ ପଢ଼ନ୍ତୁ... ଭାଇକୁ ବଞ୍ଚାଇବାକୁ ଯାଇ ଖରସ୍ରୋତାରେ ବୁଡି ଗଲା ଭାଇ, ମିଳୁନି 2 ଜଣଙ୍କ ପତ୍ତା - KHARASROTA River

ଆଜି ସକାଳେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପୁନଃଶ୍ଚ ଖୋଜାଖୋଜି କରିବା ପରେ ବଡ଼ଭାଇ ଶାଶ୍ୱତ ସ୍ୱାଇଁର ମୃତଦେହ ଘଟଣାସ୍ଥଳର ଅନତି ଦୂରରୁ ନୂଆବ୍ରିଜ ନିକଟରୁ ପାଇଥିଲେ l ପରେ ଓଡ୍ରଫ୍ ଟିମ୍ ଆସି ପହଞ୍ଚିବା ସହିତ ଅଗ୍ନିଶମ ବାହିନୀ ସହ ମିଶି ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ କିଛି ଘଣ୍ଟା ବ୍ୟବଧାନରେ ସେହି ଅଞ୍ଚଳରୁ ସାନଭାଇ ସ୍ଵସ୍ତିକର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ସେପଟେ ଯାଜପୁର ରୋଡ ପୋଲିସ ଦୁଇଟି ଯାକ ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦି ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି । ସେପଟେ ଏହି ଘଟଣାକୁ ନେଇ ମୃତ ଯୁବକଙ୍କ ପରିବାର ପକ୍ଷରୁ ଦାଦା ସୁଧୀର କୁମାର ସ୍ୱାଇଁ ଯାଜପୁର ରୋଡ ଥାନାରେ ଏତଲା ଦେଇଛନ୍ତି l ଏତଲା ପାଇବା ପରେ ପୋଲିସ ପକ୍ଷରୁ 15/24 ଓ 16/24 ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି l ତେବେ ଏହି ମୃତ୍ୟୁ ଖବର ପାଇଁ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ବିଜେଡି ନେତା ଭବପ୍ରସାଦ ଦାସ ଓ ବିଜେପି ନେତା ଆଲେକ୍ସଜାଣ୍ଡା ଦାସ ମୃତ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.