ETV Bharat / state

ବୃଦ୍ଧଙ୍କୁ ମହଙ୍ଗା ପଡିଲା ଅବୈଧ ସମ୍ପର୍କ, ମୃତ୍ୟୁର ଶେଯରେ ଶୁଆଇ ଦେଲେ ମହିଳା - MAN MURDER OVER AFFAIRS

author img

By ETV Bharat Odisha Team

Published : Apr 22, 2024, 10:45 PM IST

ଅବୈଧ ସମ୍ପର୍କରୁ ବୃଦ୍ଧଙ୍କୁ ନୃଶଂସ ହତ୍ୟା, ଜଣେ ମହିଳାଙ୍କ ସମେତ ୨ ଗିରଫ
ଅବୈଧ ସମ୍ପର୍କରୁ ବୃଦ୍ଧଙ୍କୁ ନୃଶଂସ ହତ୍ୟା, ଜଣେ ମହିଳାଙ୍କ ସମେତ ୨ ଗିରଫ

Two Arrested For Murder In Boudh: ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଗଉଡଦେଇ ମନ୍ଦିର ପଛପଟରେ ସନ୍ଦେହଜନକ ସ୍ଥିତିରେ ବୃଦ୍ଧଙ୍କ ମୃତଦେହ ମିଳିଥିଲା । ପୋଲିସ ଏହି ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ଅବୈଧ ସମ୍ପର୍କରୁ ବୃଦ୍ଧଙ୍କୁ ନୃଶଂସ ହତ୍ୟା, ଜଣେ ମହିଳାଙ୍କ ସମେତ ୨ ଗିରଫ

ବୌଦ୍ଧ: ଅବୈଧ ସମ୍ପର୍କ ନେଲା ବୃଦ୍ଧଙ୍କ ଜୀବନ । ନିର୍ମମ ଭାବେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା । ବୃଦ୍ଧଙ୍କ ହତ୍ୟାକାଣ୍ଡର ଖିଅକୁ ଖୋଜି ଦିନକ ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଧରିଲା ବୌଦ୍ଧ ପୋଲିସ । ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅଞ୍ଚଳରେ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଗଉଡଦେଇ ମନ୍ଦିର ପଛପଟରେ ଗତ ଏପ୍ରିଲ ୨୦ ତାରିଖରେ ଏକ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

ଏହା ମଧ୍ୟ ପଢନ୍ତୁ... ସମଲିଙ୍ଗୀ ସମ୍ପର୍କରୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - Murder In Sambalpur

ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମୃତକ ଜଣକ ନିକଟସ୍ଥ ଜାମୁପାଲି ଗ୍ରାମର ବିଭୀଷଣ ମହାରଥୀ ବୋଲି ପୋଲିସ ସୂଚନା ଦେଇଥିଲା । ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଣଜିତ ମୁନୀ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଥିଲେ । ଏହି ହତ୍ୟାକାଣ୍ଡର ଲିଙ୍କ ଏକ ଅବୈଧ ସମ୍ପର୍କରୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଏନେଇ ତଦନ୍ତ ଅଧିକ ତ୍ବରାନ୍ବିତ କରିଥିଲା ପୋଲିସ । ପୋଲିସର ସୂଚନା ଅନୁସାରେ ହତ୍ୟାର ଶିକାର ହୋଇଥିବା ୫୨ ବର୍ଷୀୟ ବିଭୀଷଣ ନିକଟସ୍ଥ ନୂଆପାଲି ଗ୍ରାମର ଜଣେ ୫୪ ବର୍ଷୀୟ ମହିଳା ଶକୁନ୍ତଳା ଙ୍କ ସହିତ ଜୋରଜବରଦସ୍ତି ଅବୈଧ ସମ୍ପର୍କ ରଖୁଥିଲେ ।

ଏହା ମଧ୍ୟ ପଢନ୍ତୁ... ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ, ଭୁବନେଶ୍ୱର ଗେଷ୍ଟ ହାଉସରୁ ମିଳିଲା ଗଳିତ ମୃତଦେହ - Businessman Found Dead

ତେବେ ଶକୁନ୍ତଳା ଓ ତାଙ୍କ ସହିତ ସମ୍ପର୍କରେ ଥିବା ବୃଦ୍ଧ କାହ୍ନୁଚରଣ ପ୍ରଧାନ ବିଭୀଷଣକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେମାନେ ଯୋଜନା ତିଆରି କରିଥିଲେ । ଶେଷରେ ଘଟଣା ଦିନ ରାତି ଅର୍ଥାତ ୨୦ ତାରିଖରେ ମୃତକ ବିଭୀଷଣକୁ ତକାଇ ଅଭିଯୁକ୍ତ ମହିଳା ଶକୁନ୍ତଳା ଓ ବୟସ୍କ କାହ୍ନୁଚରଣ ଏକ ଠେଙ୍ଗାରେ ପିଟି ପିଟି ତଥା ଇଟା ପଥରରେ ଛେଚି ହତ୍ୟା କରି ଗଉଡଦେଇ ମନ୍ଦିର ପଛପଟରେ ଫିଙ୍ଗି ଦେଇଥିଲେ । ବୌଦ୍ଧ ପୋଲିସ ଉଭୟ ଅଭିଯୁକ୍ତ ମହିଳା ଓ ବୃଦ୍ଧଙ୍କୁ ଗିରଫ କରିବା ସହିତ ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ଏହା ସହିତ ପୋଲିସ ହତ୍ୟାରେ ବ୍ୟବହୃତ ଇଟା ଓ ଠେଙ୍ଗାକୁ ଜବତ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.