ETV Bharat / state

ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ, ଭୁବନେଶ୍ୱର ଗେଷ୍ଟ ହାଉସରୁ ମିଳିଲା ଗଳିତ ମୃତଦେହ - Businessman found dead

author img

By ETV Bharat Odisha Team

Published : Apr 19, 2024, 11:14 AM IST

Updated : Apr 19, 2024, 2:43 PM IST

Etv Bharat
Etv Bharat

Businessman found dead: ଭୁବନେଶ୍ବରରେ ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ । ଗେଷ୍ଟ ହାଉସରୁ ଉଦ୍ଧାର ହେଲା ଗଳିତ ମୃତଦେହ । ଅଧିକ ପଢନ୍ତୁ

ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ, ଭୁବନେଶ୍ୱର ଗେଷ୍ଟ ହାଉସରୁ ମିଳିଲା ଗଳିତ ମୃତଦେହ

ଭୁବନେଶ୍ୱର: ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ । ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଶିଳ୍ପପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ଜଣାପଡିଛି । ଘର ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ । ତିନି ଦିନ ତଳେ ସେ କର୍ପୋଟରେ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ ଏବଂ ଏହି ଗେଷ୍ଟ ହାଉସରେ ରହିଥିଲେ । ତେବେ କେମିତି ତାଙ୍କର ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନି । କିନ୍ତୁ ସେ ରହୁଥିବା ରୁମ ସାରା ରକ୍ତ ପଡିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।


ସୂଚନା ମୁତାବକ, ଗତକାଲି (ଗୁରୁବାର) ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ଏହି ଶିଳ୍ପପତି ଜଣକ ସବୁ ମାସ ପରି ଭୁବନେଶ୍ୱର ଆସିଥିଲେ ଏକ କର୍ପୋରେଟ ମିଟିଂ ପାଇଁ । ମଙ୍ଗଳବାର ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହୁଥିଲେ । ଗତକାଲି ତାଙ୍କ ମୃତଦେହ ମିଳିଥିବା ନେଇ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ମୃତଦେହଟି ପଚିସଢି ଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ତେଣୁ ତାଙ୍କର ମୃତ୍ୟୁ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ହୋଇଥିବା ଅନୁମାନ କରାଯାଉଛି । ହୋଟେଲ ରୁମର ଖଟ ତଳେ ପଡିଥିଲା ମୃତଦେହ । ଏଥିସହ ରୁମ ସାରା ରକ୍ତ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: କେନ୍ଦ୍ରାପଡାରେ ଜଘନ୍ୟ ହତ୍ୟାକାଣ୍ଡ, ଛୁରୀ ଭୁସି ଯୁବକଙ୍କୁ ହତ୍ୟା - Kendrapara Crime

ତେବେ ଦୁଇ ଦିନ ଧରି ରୁମ ଭିତରେ ମୃତଦେହ ପଡି ରହିଥିବା ବେଳେ କେମିତି ହୋଟେଲ କର୍ମଚାରୀ ଏ ବିଷୟରେ ଜାଣି ପାରିଲେନି ସେନେଇ ମୃତକଙ୍କ ଭାଇ ଗୋପବନ୍ଧୁ ଆଚାର୍ଯ୍ୟ ସନ୍ଦେହ ପ୍ରକଟ କରିଛନ୍ତି । ଡେଲି ରୁମ ସର୍ଭିସ ଓ ଅନ୍ୟ କର୍ମଚାରୀଙ୍କ ବୟାନକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ହୋଇଛି । ତପନ ପ୍ରସାଦ ଏହି ଗେଷ୍ଟ ହାଉସର ନିମୟିତ ଗ୍ରାହକ ହୋଇଥିବା କର୍ମଚାରୀମାନେ ମାନିଥିବା ତାଙ୍କର ଭାଇ କହିଛନ୍ତି ।

କେଉଁ ଅବସ୍ଥାରେ ଶିଳ୍ପପତିଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ଛାନଭିନ ଜାରି ରଖିଛି । ହୋଟେଲ ରୁମର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଏଥିସହ ସେ ରହୁଥିବା ପାଖ ରୁମରେ କିଏ କିଏ ରହିଛନ୍ତି ସେନେଇ ଗେଷ୍ଟ ହାଉସ ମାଲିକଙ୍କୁ ପଚରାଉଚରା କରାଯାଉଛି । ତପନ କେବଳ ଜଣେ ଉଦ୍ୟୋଗପତି ନୁହନ୍ତି ବରଂ ଚାରିଟେବୁଲ ତଥା NGO ସଂସ୍ଥାର ମାଲିକ ଥିଲେ । ତାଙ୍କର ମୃତ୍ୟୁ ପଛରେ ବ୍ୟବସାୟିକ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି ତାହାର ଖୋଳତାଡ କରାଯାଉଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରାଥମିକ କାରଣ ଜଣାପଡିବ । ବରିଷ୍ଠ ଅଧିକାରୀ ଏହାକୁ ଏକ ହାଇପ୍ରୋଫାଇଲ୍ କେସ ଭାବେ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 19, 2024, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.