ETV Bharat / state

ଚଳିବନି ଆଉ ବାଉନସରଙ୍କ ଦାଦାଗିରି, କମିସନରେଟ ପୋଲିସର ନୂଆ କଟକଣା ଜାରି

author img

By ETV Bharat Odisha Team

Published : Feb 5, 2024, 10:53 PM IST

ଚଳିବନି ଆଉ ବାଉନସରଙ୍କ ଦାଦାଗିରି , କମିସନରେଟ ପୋଲିସର ନୂଆ କଟକଣା ଜାରି
ଚଳିବନି ଆଉ ବାଉନସରଙ୍କ ଦାଦାଗିରି , କମିସନରେଟ ପୋଲିସର ନୂଆ କଟକଣା ଜାରି

Police Commissionrate Issued Notification Regarding Bouncers: ବାଉନସରଙ୍କୁ ନିୟନ୍ତ୍ରିତ କରିବା ପାଇଁ କମିଶନରେଟ ପୋଲିସ ଜାରି କରିଛି ନୂଆ ନିୟମ । ଅଧିକ ପଢନ୍ତୁ

ଭୁବନେଶ୍ୱର: ଏଣିକି ଆଉ ବାହୁବଳ ଦେଖେଇ ପାରିବେ ନାହିଁ ବାଉନସର । ବାରରେ ରହିପାରିବେନି ମାଳ ମାଳ ବାଉନସର । ବାଉନସରଙ୍କୁ ନିୟନ୍ତ୍ରିତ କରିବା ପାଇଁ କମିଶନରେଟ ପୋଲିସ ଜାରି କରିଛି ନୂଆ ନିୟମ । ଏନେଇ ଏକ ବିଜ୍ଞପ୍ତି ଜାରି କରିଛି ପୋଲିସ । ସୂଚନା ଅନୁଯାୟୀ କୌଣସି ବି ବାର ମାଲିକ ଯେକୌଣସି ବ୍ୟକ୍ତିଙ୍କୁ ବାଉନସର ଭାବେ ନିଯୁକ୍ତ କରିପାରିବ ନାହିଁ । ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ନିକଟସ୍ଥ ଥାନାରୁ ଯାଞ୍ଚ କରିବାକୁ ହେବ । ପସରା ଆକ୍ଟ (PSARA Act) ଅନୁସାରେ ରେଜିଷ୍ଟର ହୋଇଥିବା ପ୍ରାଇଭେଟ ସିକ୍ୟୁରିଟି ଏଜେନ୍ସିରୁ ବାର ମାଲିକମାନେ ନିଜର ବ୍ୟକ୍ତିଗତ ସିକ୍ୟୁରିଟି ଗାର୍ଡ ଆଣି ପାରିବେ ।

କୌଣସି ବ୍ୟକ୍ତିଙ୍କୁ ସିକ୍ୟୁରିଟି ଉଦେଶ୍ୟରେ ରଖିଲେ ସ୍ଥାନୀୟ ପୋଲିସକୁ ବାର ମାଲିକ ସୂଚନା ଦେବେ । ଯେଉଁମାନଙ୍କର ସୁରକ୍ଷା ସମ୍ପର୍କରେ ଜ୍ଞାନ ରହିଥିବ, ଫୋର୍ସ ଭାବେ କାମ କରିବାର ତାଲିମ ପାଇଥିବେ ଓ ଆଇନ ଅନୁସାରେ କିପରି କାମ କରିବେ ସେନେଇ ମଧ୍ୟ ଅଭିଜ୍ଞତା ରହିଥିବ ସେମାନଙ୍କୁ ନିଯୁକ୍ତ କରିବେ । ଅଧିକ ଆବଶ୍ୟକ ପଡିଲେ ପୋଲିସ ଜଣାଇବା ସହ ୧୧୨ର ସହାୟତା ସେମାନେ ଯେପରି ନେଇପାରିବେ । କୌଣସି ବି ପରିସ୍ଥିତିରେ ଗ୍ରାହକଙ୍କ ଯେମିତି କୌଣସି ଅଧିକାରର ଉଲ୍ଲଙ୍ଘନ ନ ହେବ ସେପରି କାର୍ଯ୍ୟ କରିବେ । ଏନେଇ ୬ ଫେବୃଆରୀରୁ ଏପ୍ରିଲ ୫ ତାରିଖ ପର୍ଯନ୍ତ ସମୟ ସୀମା ମହଲତ ଦିଆଯାଇଛି । ଏହାରି ଭିତରେ ପଦକ୍ଷେପ ନ ନେଲେ ଆଇନଗତ ଭାବେ କାର୍ଯାନୁଷ୍ଠାନ ନେବ ପୋଲିସ । ଏନେଇ କଡା ଚେତାବନୀ ଦେଇଛନ୍ତି ନୂତନ ପୋଲିସ କମିସନର ।

ଏହା ମଧ୍ୟ ପଢନ୍ତୁ ... ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଅନୁସୂଚିତ ଓ ଦୁର୍ବଳ ଶ୍ରେଣୀକୁ ଦେବେ ଗୁରୁତ୍ୱ

ଏଥିପାଇଁ ଚିଠିର ନକଲ ଅବକାରୀ କମିସନରଙ୍କ ସହ ଅବକାରୀ ସୁପରିଟେଣ୍ଡେଣ୍ଟ, ଭୁବନେଶ୍ୱର ଓ କଟକ ଡିସିପିଙ୍କ ସମେତ ସମସ୍ତ ଥାନାର ଆଇଆଇସି ଓ ଏସିପିମାନଙ୍କୁ ମଧ୍ୟ ପଠାଯାଇଛି । ଏଥି ସହ ଆଇଟି ସେଲ ଜରିଆରେ ସୋସିଆଲ ମିଡିଆରେ ପ୍ରଚାର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କାରଣ ବିଗତ କିଛି ଦିନ ଧରି ଭୁବନେଶ୍ୱରରେ ଅନେକ ଅପରାଧରେ ବାଉନସରଙ୍କ ଭୂମିକା ସାମନାକୁ ଆସିଛି । ସେମାନେ ବିଭିନ୍ନ କାର୍ଯକ୍ରମରେ ବାହୁ ଦେଖାଇ ପତିଆରା ଦେଖାଇ ପରେ ଏହାର ଫାଇଦା ‌ନେଇ ଜମି ଜବରଦଖଲଠୁ ଆରମ୍ଭ କରି ଦାଦାଗିରି ଓ ଦାଦାବଟି ଏପରିକି ବିଭିନ୍ନ ଅପରାଧ ମଧ୍ୟ ଘଟାଉଛନ୍ତି । ପୂର୍ବରୁ ଚନ୍ଦ୍ରଶେଖରପୁରରେ ଏକ ଜମି ଜବରଦଖଲ ପାଇ ବାଉନସରର ସାମିଲ ହେବା ନେଇ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ଥାନା । ସେହିପରି ନୟାପଲ୍ଲୀ ଥାନା ‌ଅଞ୍ଚଳରେ ବାଉନ୍ସରମାନେ ଏକ ହୋଟେଲ କଡରେ ଜମି ଜବରଦଖଲ ପାଇଁ ରାତି ଅଧିଆ ବୁଲଡୋଜର ଲଗାଇ ଘର ଭାଙ୍ଗି ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.